ବୈବାହିକ ଜୀବନର କିଛି ଏଭଳି ରାଜ, ଯାହା ଆପଣଙ୍କୁ ଭାବନାରେ ପକାଇଦେବ କି…

ଆଜି ଆମେ ଆଲୋଚନା କରିବା ଜୀବନରେ ବିବାହ କରିବା ଉଚିତ ନା ଏକୁଟିଆ ରହିବା ଉଚିତ । କେଉଁ ଜୀବନଟା ସୁନ୍ଦର, ଆପଣ ଯଦି ଏହି କଥା ପଚାରନ୍ତି ୯୫ ପରସେନ୍ଟ ଲୋକ ଏହି କଥାକୁ ଠିକ ସେ କହିପାରିବେ ନାହିଁ । ଆପଣଙ୍କର ଗୁରୁତ୍ବପୂର୍ଣ ଜିନିଷ ବା ଅମୂଲ୍ୟ ଶିକ୍ଷା ବହୁତ ସହଜ ଓ ସରଳ ଆକାରରେ ବୁଝିବା ଓ ଜାଣିବା । ଗୋଟେ କାହାଣୀ ମାଧ୍ୟମରେ ବୁଝିବା । ଥରେ ଗୋଟେ ଜଙ୍ଗଲରେ ଗୋଟେ କାଉ ଥିଲା, ସବୁବେଳେ ସେ ଦୁଖିତ ଅବସ୍ଥାରେ ରହୁଥିଲା । ତାର ଦୁଖ ଥିଲା ତାକୁ ଭଗବାନ କଳା କରିଛନ୍ତି, ତାକୁ ଭଲ ରଙ୍ଗ ଦେଇ ନାହାନ୍ତି, ସ୍ଵର ବି କର୍କଶ । ଗୋଟେ ମୁନି ଜଙ୍ଗଲରେ ଯାଉଥିବାବେଳେ କାଉଟିକୁ ଦେଖିଲେ ଓ କହିଲେ ମୁ ଯେତେବେଳେ ଦେଖିଲେ ତୁ ଉଦାସ, ଦୁଃଖୀ ରହୁଛୁ ।

ସେ କହିଲା ଏ ଦୁନିଆରେ କେତେ ସୁନ୍ଦର ସୁନ୍ଦର ରଙ୍ଗ ଅଛି କିନ୍ତୁ ଭଗବାନ ମୋ ରଙ୍ଗକୁ କଳା କରିଛନ୍ତି, କେହି ସେ ରଙ୍ଗକୁ ପସନ୍ଦ କରୁନାହାନ୍ତି । ଏମିତି ଗୋଟେ ସ୍ଵର ଦେଇଛନ୍ତି ସେଇ ସ୍ଵରକୁ କେହିବି ଶୁଣୁବାକୁ ପସନ୍ଦ କରୁ ନାହାନ୍ତି । ଭଗବାନ ଯଦି ମୋ ଜୀବନକୁ ସୁନ୍ଦର ହିସାବରେ କରିଥାନ୍ତେ ମୁ ଖୁସି ହୋଇଥାନ୍ତି, ଏ କି ଜୀବନ ଦେଇଛନ୍ତି ମୁ ବହୁତ ଦୁଃଖିତ । ମୁନି ଜଣକ କହିଲେ କାଉ ତୁ କଣ ହେଇଥିଲେ ଜୀବନରେ ଖୁସି ହୋଇଥାନ୍ତୁ । ତୋତେ କେଉଁ ଭଳି ଜୀବନ ଦରକାର ? ସେ କହିଲା ମୋ ଜୀବନକୁ ପରିବର୍ତନ କରନ୍ତୁ ଗୋଟେ ମୟୁର ଜୀବନକୁ ।

Image Courtesy: Google

ଆପଣଙ୍କର ତ ବହୁତ ଶକ୍ତି ଅଛି ଆପଣ ମୋତେ ଗୋଟେ ମୟୁର ଜୀବନ ପ୍ରଦାନ କରନ୍ତୁ । ରୁଷି ଜଣକ କହିଲେ ଠିକ ଅଛି ମୁ ତୋତେ ମୟୁର କରିଦେବୀ । କିନ୍ତୁ ଆ ପୂର୍ବରୁ ତୁ ଥରେ ମୟୁରକୁ ଦେଖାକରି ଆସେ । ତା ସହିତ କଥାବାର୍ତ୍ତା କରି ଆସେ କେମିତି ଚାଲିଛି ତା ଜୀବନ । ସେ ବହୁତ ଖୁସି ହୋଇ ମୟୁର ପାଖକୁ ଚାଲିଲା । ମୟୁର ପାଖକୁ ଯାଇ ଦେଖିଲା ମୟୁର ଯାଇ ଗୋଟେ ଚିଡିଆ ଖାନାରେ ଅଛି । ସେ ନାଚୁଛି ଲୋକମାନେ ତାକୁ ଦେଖିବାକୁ ଏକାଠି ହୋଇଛନ୍ତି , ଫୋଟୋ ଉଠାଉଛନ୍ତି, ତାକୁ ଦେଖି ବହୁତ ଖୁସି ହେଉଛନ୍ତି । କାଉ ଦେଖି କହିଲା କି ସୁନ୍ଦର ଜୀବନ ଦେଇଛନ୍ତି ମୟୁର କୁ । ଯେମିତି ରୂପ ସେମିତି ଗୁଣ, ସ୍ଵର ଲୋକ ଜାତୀୟ ପକ୍ଷୀ ବୋଲି କହୁଛନ୍ତି । ଏହି ଜୀବନ ଦୁନିଆର ସବୁଠୁ ସୁନ୍ଦର ଜୀବନ ।

Image Courtesy: Google

ମୁ ତ ରୁଷୀଙ୍କୁ ଅନୁରୋଧ କରିବି ମୋତେ ମୟୁର କରିବା ପାଇଁ । ମୁନି କହିଛନ୍ତି ତୁ ମୟୁର ସହିତ କଥା ହୋଇ ଆସିବୁ, କିଛି ସମୟ ଚାଲିଗଲା ଲୋକମାନେ ଫାଙ୍କା ହୋଇଗଲେ । ମୟୁରକୁ ଦେଖିଲା ମୟୁର ବହୁତ ଦୁଃଖିତ ଅବସ୍ଥାରେ ଗୋଟେ କୋଣରେ ବସିଛି । କାଉ ପଚାରିଲା ମୟୁର ଭାଇ ଭଗବାନ ଆପଣଙ୍କୁ ଏତେ ସୁନ୍ଦର ଶରୀର, ସ୍ଵର ଦେଇଛନ୍ତି ତାହେଲେ କଣ ପାଇଁ ଦୁଃଖିତ ଅଛନ୍ତି । ମୟୁର ସେତେବେଳେ କହିଥିଲା, ତୁ ଜାଣିଛୁ କାଉ, ପ୍ରତିଦିନ ଏଠିକି ଲୋକ ଆସୁଛନ୍ତି ମୋତେ ଦିନରେ ବାର ଘଣ୍ଟା କାଳ ଟେକା ପଥର ମାରି ଏଠି ନଚାଉଛନ୍ତି, ଇଛା ଥାଉ ନ ଥାଉ ମୁ ବାଧ୍ୟରେ ନାଚୁଛି ଓ ଗାଉଛି । ଆଉ କେତେ ନାଚିବି କେତେ ଗାଇବି ମୋର ମଧ୍ୟ ଜୀବନ ଅଛି ।

Image Courtesy: Google

ସବୁଠୁ ବଡ କଥା କଣ ଜାଣିଛୁ ମୋ ଜୀବନ ସବୁବେଳେ ଅନିଶ୍ଚିତ, ମୁ ଏହି ପିଞ୍ଜରା ଭିତରେ ଥାଇ ମଧ୍ୟ ମୋ ଜୀବନ ଅନିଶ୍ଚିତ ଓ ଜଙ୍ଗଲରେ ଥିଲି ମଧ୍ୟ ସେତେବେଳେ ବି ସେଇ ଭୟ ଥିଲାକି ମୋତେ କିଏ ମାରି ମୋ ପୁଚ୍ଛକୁ ନେଇଯିବ । ମୁ ସବୁବେଳେ ଆବଦ୍ଧ, ଅତିକମରେ କାଉ ତୋ ଜୀବନରେ ତ ସେଇ ଦୁଃଖ ନାହିଁ । ଭଗବାନ କଳା ରଙ୍ଗ ଦେଇଛି କି କର୍କଶ ସ୍ଵର ଦେଇଛି କିନ୍ତୁ ତୋ ମନରେ କିଏ ମାରିବାର ଭୟ ତ ନାହିଁ । ତୁ ଯେମିତି ଅଛୁ ସେମିତି ତୋ ଜୀବନକୁ କାଟ ବହୁତ ଭଲ ଅଛୁ । ଏହି କାହାଣୀଟି ଏହି ଲେଖାସହିତ ସଂଶ୍ଳିଷ୍ଟ ଅଛି । ଏପଟେ କାଉ ବି ଦୁଃଖିତ ସେପଟେ ମୟୁର ବି ଦୁଃଖିତ ପ୍ରତେକ ମଣିଷ ଜୀବନରେ ସେମିତି ହୋଇଥାଏ ।

Image Courtesy: Google

ସେହିପରି ଯେଉଁ ଲୋକ ବିବାହ କରିଛି ସେ ଦୁଃଖିତ ଯିଏ ବିବାହ ନ କରିଛି ସେ ମଧ୍ୟ ଦୁଃଖିତ । ତାହେଲେ ପ୍ରକୃତରେ କଣ କରିବା ଉଚିତ, ଆମେ କଣ ସବୁବେଳେ ଦୁଃଖିତ ରହିବା ଉଚିତ । ଲୋକ ଅଛନ୍ତି କି ବିବାହ କରିବାକୁ ଚାହାନ୍ତି ନାହିଁ କାରଣ ଏହା ନୁହେଁ କି ତାଙ୍କ ପାଖରେ ପଇସା ନାହିଁ କି ସେ ଗରିବ । ସେମାନେ ବହୁତ ଧନୀ ଓ ଶିକ୍ଷାଗତ ଯୋଗ୍ୟତା ଭଲ, ଭଲ ଚାକିରି ମଧ୍ୟ କରିଛନ୍ତି । ସେମାନେ ଭାବନ୍ତି ଏମିତି ଜୀବନ ସାରା ଆମେ ଭଲରେ ରହିବା କିନ୍ତୁ ସେଇଟା ହୁଏନି, ବୟସ ଗଡିବା ସହିତ ଜୀବନରେ ବହୁତ ପରିବର୍ତନ ଆସିଥାଏ, ତା ପରେ ଭାବି ଥାନ୍ତି ବିବାହ କରିଥିଲେ ଭଲ ହୋଇଥାନ୍ତା, ଏକୁଟିଆ ଜୀବନ ଆଉ ଭଲ ଲାଗୁନି, ସେତେବେଳେ କଣ ହୋଇଥାଏ ବୟସ ନ ଥାଏ ତାଙ୍କ ପାଖରେ ବିବାହ କରିବା ପାଇଁ, ଓ ଅନୁତପ୍ତ ହୋଇଥାନ୍ତି । ଏମିତିତି ନିସ୍ପତି କେବେ ବି ନେବେନି, ଜୀବନକୁ ବୁଝନ୍ତୁ ଜାଣନ୍ତୁ ତାପରେ ନିଷ୍ପତି ନିଅନ୍ତୁ ।

Leave a Reply

Your email address will not be published. Required fields are marked *