ବଜରଙ୍ଗବଲିଙ୍କ କୃପା ପ୍ରାପ୍ତ କରିବା ପାଇଁ କରନ୍ତୁ ଏହି ସହଜ ଉପାୟ, ସଙ୍କଟ ହେବ ଦୂର, ମିଳିବ ସୁଖ ସମୃଦ୍ଧି

ଆପଣ ସମସ୍ତଙ୍କୁ ସ୍ଵାଗତ । ବନ୍ଧୁଗଣ ଧାର୍ମିକ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କର ଜନ୍ମ ହୋଇଥିଲା ଏଥିପାଇଁ ମଙ୍ଗଳବାର ଦିନଟି ମହାବଳି ହନୁମାନଙ୍କୁ ସମର୍ପିତ କରାଯାଇଛି । ଏହି ଦିନ ହନୁମାନଙ୍କର ବିଶେଷ ପୂଜା କରା ଯାଇଥାଏ । ଏମିତି ଲୋକେ ମାନନ୍ତି କି ମଙ୍ଗଳବାର ଦିନ ଯଦି ଭଗବାନ ହନୁମାନଙ୍କର ପୂଜା କରାଯାଏ ତେବେ ସେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି ଓ ବ୍ୟକ୍ତିର ସବୁ ମନୋକାମନା ପୂର୍ଣ୍ଣ କରନ୍ତି । ପ୍ରତ୍ୟେକ ବ୍ୟକ୍ତି ଚାହେଁ କି ବଜରଙ୍ଗବଲି ତାଙ୍କ ଉପରେ ନିଜର କୃପାଦୃଷ୍ଟି ରଖନ୍ତୁ ଓ ସେମାନଙ୍କ ଜୀବନରେ ଆସୁଥିବା ସବୁ ସଙ୍କଟକୁ ଦୂର କରନ୍ତୁ ।


ଯଦି ଆପଣ ବି ମହାବଳି ହନୁମାନଙ୍କର କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସହଜ ଉପାୟ ଜଣାଇବାକୁ ଯାଉଛୁ ଯାହାକୁ ଆପଣ ମଙ୍ଗଳବାର ଦିନ କରିବାକୁ ପଡିବ । ଯଦି ଆପଣ ଏହି ଉପାୟକୁ କରନ୍ତି ତେବେ ଏଥିରୁ ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ ହେବ ଓ ସହଜରେ ଆପଣ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଆସନ୍ତୁ ଜାଣିବା ଏହି ସବୁ ଉପାୟ କଣ ?

୧. ଏହି ଉପାୟ କରିବା ପାଇଁ ଆପଣ ମଙ୍ଗଳବାର ଦିନ ସକାଳେ ସ୍ନାନ କରିବା ପରେ ବର ଗଛର ଏକ ପତ୍ର ଆଣନ୍ତୁ ଓ ଏହି ପତ୍ରକୁ ଭଲ ଭାବେ ସଫା ପାଣିରେ ଧୋଇ ନିଅନ୍ତୁ । ଧୋଇବା ପରେ ଏହି ପତ୍ରକୁ କିଛି ସମୟ ପାଇଁ ହନୁମାନଙ୍କ ପ୍ରତିମା ସାମ୍ନାରେ ରଖନ୍ତୁ ଓ ଏହା ପରେ ଏହି ପତ୍ରର ଉପରେ ଶ୍ରୀ ରାମ ଲେଖନ୍ତୁ । ଯେବେ ଆପଣ ଏହି ସବୁ କାର୍ଯ୍ୟ କରିନେବେ ଏହା ପରେ ଏହି ପତ୍ରକୁ ଆପଣ ନିଜ ପର୍ସରେ ରଖନ୍ତୁ। ଯଦି ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କର ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିବ ନାହିଁ ଓ ଆପଣଙ୍କ ଘର ପରିବାରର ଉନ୍ନତି ହେବ । ଯେବେ ଏହି ପତ୍ର ପୁରା ଶୁଖିଯିବ ତେବେ ଆପଣ ଏହାକୁ ନଦୀରେ ପ୍ରବାହିତ କରିଦେବେ ଓ ଏହି ପ୍ରକାରେ ଆଉ ଏକ ପତ୍ର ଅଭିମନ୍ତ୍ରିତ କରି ପାଖରେ ରଖି ପାରନ୍ତି ।


୨। ଆପଣ ସକାଳେ ଉଠି ସର୍ବପ୍ରଥମେ ସ୍ନାନ ଓ ନିତ୍ୟ କର୍ମ ସାରି ସଫା ବସ୍ତ୍ର ପିନ୍ଧନ୍ତୁ । ଏହା ପରେ ନିଜର ମାତା, ପିତା, ଗୁରୁ, ଇଷ୍ଟ ଓ କୁଳଦେବତାଙ୍କୁ ନମସ୍କାର କରି କୁଶର ଆସନ ଗ୍ରହଣ କରନ୍ତୁ ଓ ଏହା ପରେ ଆପଣ ହନୁମାନଙ୍କର ପ୍ରତିମା ସାମ୍ନାରେ ନିମ୍ନରେ ଦିଆଯାଇଥିବା ମନ୍ତ୍ରର ଜପ କରନ୍ତୁ ।

“ଓଁ ନମୋଃ ହନୁମନ୍ତେ ରୂଦ୍ରାବତାରାୟ ସର୍ବଶତୃ ସଂହାରାଣାୟ ସର୍ବରୋଗ ହରାୟ ସର୍ବବସିକରଣାୟ ରାମଦୂତାୟ ସ୍ଵାହା”

ଯଦି ଆପଣ ଏହି ମନ୍ତ୍ରର ଜପ କରନ୍ତି ତେବେ ଏଥିରୁ ଆପଣଙ୍କୁ ବିଶେଷ ଫଳ ପ୍ରାପ୍ତ ହୋଇଥାଏ । ଆପଣ ମନ୍ତ୍ରର ଜପ କରିବା ପାଇଁ ରୁଦ୍ରାକ୍ଷ ମାଳା ର ପ୍ରୟୋଗ ମଧ୍ୟ କରିପାରନ୍ତି ।

ଏହିଭଳି ନୂଆ ନୂଆ ଜ୍ୟୋତିଷ ଉପାୟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ଉପାୟ ବିଷୟରେ ଆପଣଙ୍କର କଣ ମତ କମେଣ୍ଟ କରି ନିଶ୍ଚୟ ଜଣେଇବେ ଏବଂ ନିଜ ସାଙ୍ଗମାନକ ସହ ଶେୟାର କରିବାକୁ ଭୁଲିବେନି।

Leave a Reply

Your email address will not be published. Required fields are marked *