ବଲୁଚିସ୍ଥାନ ରେ ଏଲାନ- ” ପାକିସ୍ତାନ ଠାରୁ ଅଲଗା ହେଲେ ପ୍ରଥମେ ଲାଗିବ ମୋଦୀଙ୍କ ପ୍ରତିମୂର୍ତ୍ତି” କହିଲେ ବଲୁଚିସ୍ଥାନ ନେତ୍ରୀ

ନାୟଲା କାଦରୀ ଯିଏ କି ବଲୁଚିସ୍ଥାନ ର ଜଣେ ମହିଳା ନେତ୍ରୀ ସେ ଆମର ପ୍ରଧାନ ମନ୍ତ୍ରୀଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । ସେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ହିରୋ’ ବୋଲି ସମ୍ବୋଧନ କରିଛନ୍ତି । ତେବେ ବଲୁଚିସ୍ଥାନ ପାକିସ୍ତାନ କବଳରୁ ମୁକ୍ତି ପାଇବାକୁ ଚାହୁଁଛି । ଏବଂ ଏହା କେବଳ ଶ୍ରୀ ନରେନ୍ଦ୍ର ମୋଦୀ ହିଁ କରିପାରିବେ ବୋଲି ସେ କହିଛନ୍ତି । ଏବଂ ଯଦି ଏମିତି ହୁଏ ତେବେ ବଲୁଚୀସ୍ତାନରେ ପ୍ରଥମେ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ସେ ଘୋଷଣା କରିଛନ୍ତି ।

ବଲୁଚୀସ୍ତାନ ପାକିସ୍ତାନ ଓ ଚୀନ ରୁ ମୁକୁଳିବା ପାଇଁ ଓ ନିଜର ସ୍ୱାଧୀନତା ପାଇଁ ଲଢ଼େଇ କରୁଛି ବୋଲି କାଦରୀ କହିଛନ୍ତି । ସେ ଆହୁରି ମଧ୍ୟ ପିଏମ ଙ୍କର ପ୍ରଶଂସାରେ କହିଛନ୍ତି ମୋଦି ଯେଉଁଭଳି ନିଷ୍ପତି ନେଲେ ବିଶ୍ୱର କୌଣସି ନେତା ଏପର୍ଯ୍ୟନ୍ତ ନେଇ ନାହାନ୍ତି । ପାକିସ୍ତାନ ଦୀର୍ଘ ୭୦ ବର୍ଷ ହେଲା ବଲୁଚୀସ୍ତାନ ଉପରେ ଅତ୍ୟଚାର ଚଳାଇ ଆସୁଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି । ସେ କହିଛନ୍ତି କେବଳ ଭାରତ ହିଁ ତାଙ୍କୁ ପାକିସ୍ତାନ ଅଧିନରୁ ମୁକ୍ତି ଦେଇ ପାରିବ ।

କାଦରୀ କହିଛନ୍ତି ଯେ, ବଲୁଚର ହିନ୍ଦୁ ଦେବୀ ‘ହିଙ୍ଗଲାଜ ମାତା’ଙ୍କ ଦର୍ଶନ ନିମନ୍ତେ କୌଣସି ଭାରତୀୟଙ୍କୁ ଭିସାର ଆବଶ୍ୟକତା ପଡିବ ନାହିଁ । ଇସ୍ଲାମ ନାମରେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି ପାକିସ୍ତାନ ବୋଲି କହିଛନ୍ତି କାଦରୀ । ବର୍ତ୍ତମାନ ସୁନ୍ଧା ୩୦ ଲକ୍ଷ ବେଙ୍ଗଲୀ ମୁସ୍ଲିମ, ୪୦ ଲକ୍ଷ ଆଫଗାନ ମୁସ୍ଲିମ୍ ଓ ୨ ଲକ୍ଷରୁ ଅଧିକ ବଲୁଚ ମୁସ୍ଲିମଙ୍କୁ ପାକିସ୍ତାନ ହତ୍ୟା କରିସାରିଲାଣି ବୋଲି କାଦରୀ ଅଭିଯୋଗ କରିଛନ୍ତି ।

 

 

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *