ନମସ୍କାର ବନ୍ଧୁଗଣ, ଆପଣ କେବେ ଶୁଣିଛନ୍ତି କିଏ ବଞ୍ଚିବା ସମୟରେ ନିଜ ମରିବା ପରର କବରରେ ପୋତା ହେବା ପାଇଁ ମାଟି ଖୋଳନ୍ତି ଏବଂ ଦେଢ ଲକ୍ଷ ଖର୍ଚ କରି ନିଜ ପସନ୍ଦର କବର ଖୋଳନ୍ତି । ଶୁଣି ନାହାନ୍ତି ନା ତେବେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଖବର ଆସି ପହଞ୍ଚିଛି । ଏବଂ ଦେଖିବା ପାଇଁ ମିଳିଛି ଜଣେ ବୃଦ୍ଧ ନିଜ ପାଇଁ ଏବଂ ତାଙ୍କ ପତ୍ନୀଙ୍କ ପାଇଁ କବର ଖୋଳୁଛନ୍ତି । ତେବେ ତାଙ୍କର ଏହି କବର ଖୋଳିବା ନେଇ ସେ କଣ କହିଛନ୍ତି ତାହା ସମ୍ପର୍କରେ ଆସନ୍ତୁ ଜାଣିବା ।

ବଞ୍ଚିଥିବା ଅବସ୍ତାରେ କବର ଖୋଳିବା ଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସୌରି ଗ୍ରାମରେ । ତେବେ କବର ଖୋଳୁଥିବା ବୃଦ୍ଧ ହେଉଛନ୍ତି ଲକ୍ଷ୍ମଣ ଭୂୟାଁ ଏବଂ ତାଙ୍କ ପତ୍ନୀ ହେଉଛନ୍ତି ଚେଙ୍ଗି ଭୂୟାଁ । ଲକ୍ଷଣଙ୍କୁ ୮୦ ବର୍ଷ ହୋଇଥିବା ବେଳେ ଚେଙ୍ଗିଙ୍କୁ ୭୦ ବର୍ଷ ଟପିଲାଣି । ଉଭୟଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ମଧ୍ୟ ଅଛନ୍ତି ।
ସେମାନେ ସମସ୍ତେ ବାହା ହୋଇସାରିଲେଣି । ଆଉ ନିଜ ନିଜର ଘର କରି ସମସ୍ତେ ବାହାରେ ଭଲରେ ଅଛନ୍ତି । କିନ୍ତୁ ବୁଢା ବାପା ମାଆଙ୍କ ସେବା ଯତ୍ନ ନେବା ପାଇଁ କାହାରି ଇଚ୍ଛା ନାହିଁ । ତେଣୁ ସେମାନେ ବାପା ମାଆ ଙ୍କୁ ଗାଁରେ ଛାଡି ଦେଇ ଯାଇଛନ୍ତି ଏକା । ପିଲାମାନେ ପାଖରେ ନଥିବାରୁ ନିଜେ ରୋଜଗାର କରି ପେଟ ପାଇଁ ଦାନା ଯୋଗାଡ କରନ୍ତି ଲକ୍ଷ୍ମଣ।

ଲକ୍ଷ୍ମଣଙ୍କ କହିବା ଅନୁଯାୟୀ ତାଙ୍କ ପାଇଁ ଆଗକୁ ପଛକୁ କେହି ନାହାନ୍ତି । ତେଣୁ ତାଙ୍କର କେତେବେଳେ ବି ଜୀବନ ଯାଇ ପାରେ । ଏଥିପାଇଁ ସେ ନିଜର ରୋଜଗାର ପଇସାରୁ କିଛି ସଞ୍ଚୟ କରିବା ସହ ଆଉ କିଛି ଲୋକଙ୍କ ଠାରୁ ମାଗିଛନ୍ତି ଏବଂ ଆଉ ବାକି ପଇସା ଚାଷ କରୁଥିବା ବିରି କୋଳଥ ଇତ୍ୟାଦି ବିକ୍ରି କରି ନିଜ ପାଇଁ ନିଜେ ଦେଢ ଲକ୍ଷ ଟଙ୍କାର ଦୁଇଟି କବର ଖୋଳାଇଛନ୍ତି ।
ସେହି କବର ସ୍ଥାନ ଉପରେ ଛାତ ପଡିବା ସହ ରଙ୍ଗ ଦିଆ ହୋଇ ମାର୍ବଲ ମଧ୍ୟ ପଡିଛି । ସମୟ ପାଇଲେ ବେଳେ ବେଳେ ଯାଇ ସେହି କବର ସ୍ଥାନ ପାଖରେ ବସନ୍ତି ଏବଂ ତାହାକୁ ସଫା ମଧ୍ୟ କରନ୍ତି । ତେବେ ଏଭଳି ଏକ ଚିନ୍ତାଧାରା ରଖୁଥିବା ଦମ୍ପତିଙ୍କୁ ଆପଣ କଣ କହିବା ପାଇଁ ଚାହିଁବେ ତାହା ନିଶ୍ଚୟ କମେଣ୍ଟ ଦ୍ଵାରା ଜଣାନ୍ତୁ ।
