ବାପା ସାମ୍ନାରେ ପିଲାକୁ ପିଟିଦେଲା କାର! ଆଉ ତା ପରେ ଯାହା ହେଲା ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ… ଦେଖନ୍ତୁ video

ନମସ୍କାର ବନ୍ଧୁଗଣ, ଛୋଟ ପିଲାମାନଙ୍କର ମନ ବିଲକୁଲ ମଧ୍ୟ ସ୍ତିର ନଥାଏ । କେତେ ବେଳେ କୁଆଡେ ଯେ ଆଖି ପିଛୁଳାକେ ଦୌଡିଯାନ୍ତି ତାହା କାହାକୁ ଜଣା ନଥାଏ । ତେଣୁ ପିଲାଙ୍କ ଉପରେ ସର୍ବଦା ଧ୍ୟାନ ରଖିବା ଉଚିତ । ଅସାବଧାନ ହେତୁ ଆଜିର ଖବର ଅନୁଯାୟୀ ଏକ ଶିଶୁଟିକୁ କାର ପିଟିଦେଲା ସାମ୍ନାରୁ ବାପା ଥାଇ ମଧ୍ୟ କିଛି କରିପାରିଲେ ନାହିଁ । ତେବେ ଏଭଳି ଏକ ଘଟଣା  କେଉଁଠାରେ ଏବଂ କେମିତି ଘଟିଛି ତାହା ସମ୍ପର୍କରେ ଆଉ ଡେରି ନକରି କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ।

ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲା ଖଲିକୋଟ, କରଣ ସାହିରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଘରୁ ବାହାରିଲେ ରାସ୍ତା ଆଉ ରାସ୍ତା ଉପରେ ଶହ ଶହ କାର ମଟର ଯିବା ଆସିବା କରୁଛନ୍ତି । ସେହି ରାସ୍ତା କଡରେ ଥିବା ଏକ ଘରୁ ସାତ ବର୍ଷର ଶିଶୁଟି ବାହାରି ଆସି ରାସ୍ତାରେ ଏପଟ ସେପଟ ହୋଇ ଚଞ୍ଚଳ ଭାବରେ ବୁଲୁଥାଏ ।

ଛୋଟ ପିଲା ତେଣୁ ସେମାନେ କେବେ ମଧ୍ୟ ଗୋଟିଏ ଜାଗାରେ ଠିଆ ହେବେ ନାହିଁ । ରାସ୍ତା ଏପଟ ରୁ ସେପଟକୁ ଦଉଡି ଯାଇଥାଏ ପିଲାଟି ଏହା ଦେଖିବା ପରେ ତାଙ୍କ ବାପା ତାଙ୍କୁ ଯାଇ ଟାଣି ଟାଣି ଗାଳି କରି ସୁରକ୍ଷିତ ଭାବରେ ରାସ୍ତା ପାରା କରାଇ ଆଣିଲେ ସତ ହେଲେ ସମ୍ଭାଳି ପାରିଲେଣି ହଟାଇ ଦେଲେ ନଜର ।

ଘର ସାମ୍ନାରେ ଆଣି ପୁଅକୁ ଠିଆ କରାଇ ଅନ୍ୟମନସ୍କ ହୋଇ ପୁଅକୁ ଘର ବାହାରେ ଠିଆ କରାଇ ଚାଲିଗଲେ ଘର ଭିତରକୁ । ଠିକ ସେହି ସମୟରେ ପୁଅ ପୁଣି ରାଟ ସେପଟକୁ ଦଉଡି ପଳାଇଲା । ଆଉ ପୁଣି ଦଉଡି ଆସୁଥିଲା ରାସ୍ତା ଏପଟକୁ ଔ ସେତିକି ବେଳେ ପିଲାଟିକୁ କାର ସାମ୍ନାରୁ ଦେଇଥିଲା ଜୋରେ ଧକ୍କା । ଆଉ ପିଲାଟି ୨୦ ମିଟର ପର୍ଯ୍ୟନ୍ତ ଛିଟିକି ପଡିଥିଲା ।

ଗୁରତର ଅବସ୍ତାରେ ପିଲାକୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଛି । ଏହି ଦୃଶ୍ୟ କଏଦ ହୋଇଥିଲା cctvରେ । କାର ଚାଳକ ଏହା ଘଟିବା ପରେ ସେଠାରୁ ପଳାଇ ଯାଇଥିଲେ । ତେଣୁ ଛୋଟ ପିଲା ତ ଦୁଷ୍ଟ ହେବେ କିନ୍ତୁ ବାପା ମାଆଙ୍କୁ ସର୍ବଦା ତାଙ୍କୁ ଧ୍ୟାନରେ ରଖିବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟିକୁ ନେଇ ନିଜର ମତ କମେଣ୍ଟ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରି ସତର୍କ କରନ୍ତୁ । ଆଗକୁ ଆମ ସହ ରହିବା ପାଇଆନ ପେଜକୁ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *