ବାପା ତମେ ରାଗନି ଆମେ ଜିଦି କରିବୁନି! ବାପାଙ୍କୁ ହରାଇ ଝୁରି ହାଉଛନ୍ତି Pintuଙ୍କ ଦୁଇ ପୁଅ… Video ଦେଖି ଆପଣଙ୍କ ଆଖିରେ ବି ଲୁହ ଆସିଯିବା

ବାପା ତମେ ସବୁ ବେଳେ କୁହ ନା ମୋ ଦୁଇ ପୁଅ ଜଗା ଓ ବଳିଆ ପରି । ମୋ ବଡ ପୁଅ ବଳିଆ ହେଲେ ସାନ ଜଗା । କିନ୍ତୁ ଦୁହେଁ ଭାରି ଅଝଟିଆ । ହେଲେ ଆମେ ତମ ଜୀବନ । ହେଲେ ଆଜି ତମେ କଣ ପାଇଁ ଆମ ସହ କଥା ହଉନ, ତମ ଫୋନ ବି ଲାଗୁନି ଓଃ ବୁଝିଲୁ ଆମ ଉପରେ ରାଗିଚ କି ତମେ ରାଗନି । ଆମେ ଆଉ କୌଣସି ଜିନିଷ ପାଇଁ ଜିଦି କରିବୁ ନାହିଁ ତମେ ଯାହା କହିବ ଆମେ ସବୁ ଶୁଣିବୁ ।

ଠିକ ସମୟରେ ଉଠିବୁ ପାଠ ପଢିବୁ । ଥରେ କଥା ହୁଅ ବଡ ବାପା କହୁଛନ୍ତି ତମେ କଣ ରାଗିଚ ଆଉ କେବେ କଥା ହେବନି ମାମା ବି କିଛି କହୁନି ଖାଲି କାନ୍ଦୁଛି । ଖାଲି ସତ କୁହ ବାପା ତମର କଣ ହେଇଛି । ହଁ ଦର୍ଶକ ବନ୍ଧୁ ଏମିତି କିଛି ଅଳି କରୁଛନ୍ତି ପିଣ୍ଟୁ ନନ୍ଦଙ୍କ ଦୁଇ ପୁଅ । ଯାହାକୁ ଦେଖୁଛନ୍ତି ତାଙ୍କ ଆଖିରେ ଲୁହ ଯାହାକୁ ପଚାରୁଛନ୍ତି କେହି ବି ତାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାନ୍ତି । ସମସ୍ତେ ନୀରବ ।

ବାପାଙ୍କୁ ଖୋଜି ବୁଲୁଛନ୍ତି ଦୁଇ ପୁଅ । କେମିତି ବା ଖୋଜିବେନି ଜୀବନ ପରା ଥିଲେ । ଆଉ ଏତେ ଜଲ୍ଦି ଜୀବନ ଦୂରେଇ ଯିବାର କଥା କଣ ସେ ବିଶ୍ଵାସ କରିବେ । କେହି ବି ତାଙ୍କୁ ଏହି କଥା କହିବା ପାଇଁ ସାହସ କରିପାରୁ ନାହାନ୍ତି । ଦୁଇ ପୁଅଙ୍କୁ ଭାରି ଗେଲହା କରୁଥିଲେ ପିଣ୍ଟୁ ନନ୍ଦ । ଦୁହେଁ ଥିଲେ ତାଙ୍କ ଜୀବନ ଜଗା ବଳିଆ ଭଳି । ଘଡିଏ ନ ଦେଖିଲେ ପିଣ୍ଟୁ ରହି ପାରୁ ନଥିଲେ । ପ୍ରତି ସମୟରେ ତାଙ୍କୁ ଖୋଜି ବୁଲୁ ଥିଲେ ।

ଆଉ ଏବେ କେହି ବି ତାଙ୍କର ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ନୁହେଁ । କିଏ କହୁଛନ୍ତି ବାପା ରାଗିଛନ୍ତି ତ ଆଉ କିଏ କହୁଛନ୍ତି ବାପା ଫେରିବେ ବ୍ୟସ୍ତ ହୁଅନା । ଆଉ କିଏ କହୁଛନ୍ତି ବାପା ବୁଲିବାକୁ ଯାଇଛନ୍ତି ତୋ ପାଇଁ ଖେଳଣା ଆଣିବେ କାନ୍ଦେନା । ଏମିତି କିଛି ମନଗଢା କାହାଣୀ ଦୁଇ ପୁଅଙ୍କ ପାଖରେ ରଖୁଛନ୍ତି ପରିବାର ଲୋକେ । ମାଆ ବି କିଛି କହୁ ନାହାନ୍ତି କେବଳ କାନ୍ଦୁଛନ୍ତି ।

ଆଉ ବାପାଙ୍କ ଅପେକ୍ଷା ରହିଛି କେତେବେଳେ ବାପା ଆସିବେ ଆଉ ତାଙ୍କର ସବୁ ପ୍ରଶ୍ନର ଉତ୍ତର ରଖିବେ । ଆଉ ବାପାଙ୍କୁ କୁଣ୍ଢେଇ ଢେର ସାରା କାନ୍ଦିବେ । ଅନେକ ଦିନରୁ ବାପା ଦୂରେଇ ଯାଇଛନ୍ତି ପିଣ୍ଟୁ ତାଙ୍କ ପୁଅଙ୍କ ଠାରୁ । ହେଲେ ସେମାନେ ଜାଣି ନାହାନ୍ତି ତାଙ୍କ ବାପା ଆଉ ନାହାନ୍ତି । କିଏ ଆଉ କହିବ ତାଙ୍କ ପୁଅଙ୍କୁ କି ବାପା ଆଉ ନାହାନ୍ତି ।

କାହାର ସାହସ ହେଉ ନାହି ଏଭଳି ଉତ୍ତର ଦେବାକୁ ।  ଟେଲି ଫିଲ୍ମ ଜରିଆରେ ସେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଆଉ କୋଇଲି ଫିଲ୍ମରୁ ଡେବ୍ୟୁ କରିଥିଲେ ସେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *