ଏହା ଅଟେ “ବାର ଗର୍ଲ୍ସ”ଙ୍କର ଜୀବନ ସହିତ ଜଡିତ କଟୁ ସତ୍ୟତା, ଏହାକୁ ଜାଣି ଆପଣମାନେ ବି ହୋଇଯିବେ ଆଶ୍ଚର୍ଯ୍ୟ

ଆମେ ଏହି ଦୁନିଆରେ ତିନୋଟି ଜିନିଷକୁ ବହୁତ ମହତ୍ଵ ଦେଇଥାଉ । ତାହା ହେଉଛି ରୁଟି, କପଡା, ଘର । କିନ୍ତୁ ଆଜି ବି ବଦଳୁ ଥିବା ସମୟ ସହିତ ଲୋକ ମାନଙ୍କର ଅବଶ୍ୟକତା ମଧ୍ୟ ବଢୁଛି । ଏମିତିରେ ପ୍ରାୟତଃ ଲୋକମାନେ ନିଜର ସ୍ଵପ୍ନକୁ ମାରି ପରିବାର ପାଇଁ ଭାବି ଥାନ୍ତି ଏବଂ ସେଥିପାଇଁ ଗରିବ ହୋଇ ଥିବାରୁ ବହୁତ ମହିଳା ଏବଂ ଝିଅମାନେ ବେଶ୍ୟାବୃତି ଭଳି ଖରାପ କାମ କରିଥାନ୍ତି । ବର୍ତ୍ତମାନ ହିଁ ବେଶ୍ୟାଙ୍କ ଉପରେ ଏକ ରିସର୍ଚ କରା ଯାଇଥିଲା । ଏହି ରିସର୍ଚରେ ଜଣା ପଡିଛି ଯେ ପ୍ରାୟତଃ ଝିଅ ଏବଂ ମହିଳାମାନେ ନିଜ ପରିବାରର ପାଲନ ପାଇଁ ଏହି କାମ କରିଥାନ୍ତି । ବେଶ୍ୟା ପରେ ଦୁତୀୟ ନାମ ଅସିଥାଏ ବାର ଗର୍ଲ୍ସଙ୍କର । କହିବାକୁ ଗଲେ ବାର ଗର୍ଲ୍ସଙ୍କର କାମ ବଡ ବଡ ବାରରେ ନାଚିବା । ଏହା ପାଇଁ ଝିଅମାନଙ୍କୁ ବେଶୀ ଟଙ୍କା ମିଳିଥାଏ । କିନ୍ତୁ ଏଥିରେ ଇଜ୍ଜତ ମିଳେ ନାହିଁ ।

ପାଖାପାଖି ୯୦ ପ୍ରତିଶତ ଝିଅମାନେ କୌଣସି ନା କୌଣସି ଅସୁବିଧାରେ ହେତୁ ଏହି କାମ କରିଥାନ୍ତି । ବାର ଗର୍ଲ୍ସଙ୍କର ଜୀବନ ସହଜ ନୁହେଁ ଛୋଟ ଛୋଟ କପଡା ପିନ୍ଧି ଏତେ ପୁରୁଷଙ୍କ ସାମନାରେ ନାଚିବା ସବୁଠୁ କଠିନ କାମ ଅଟେ । ଆଜିର ଏହି ଆର୍ଟିକୀଲରେ ଆମେ ଆପଣଙ୍କୁ ବାର ଗର୍ଲ୍ସଙ୍କର ଜୀବନ ସହିତ ଜଡିତ କିଛି ସତ୍ୟତା ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣମାନେ ଶୁଣି ଚକିତ ହୋଇଯିବେ ।

ଏହି ପରିସ୍ଥିତିରେ ଯିବାକୁ ପଡିଥାଏ

୧. ବାରରେ ନାଚିବା ଭଲ ଘରର ଝିଅ ମାନଙ୍କୁ ଶୋଭା ଦିଏ ନାହିଁ । କିନ୍ତୁ ଖରାପ ପରିସ୍ଥିତିରେ ପଡି ଝିଅମାନେ ଏହି ନର୍କକୁ ଡେଇଁଥାନ୍ତି । ଏହି କାମରେ ଝିଅମାନଙ୍କୁ ଭଲ ପାଇବା ମିଳେ ନାହିଁ କିନ୍ତୁ ଖରାପ ନଜର ଏମାନଙ୍କ ଉପରେ ରହିଥାଏ ।

୨. ଯେତେବେଳେ ଝିଅମାନେ ଏହି କାମ କରନ୍ତି ତେବେ ତାଙ୍କୁ ନିଜର ପରିଚୟ ଏବଂ ନାମ ଲୁଚାଇବାକୁ ପଡିଥାଏ । ସେମାନେ ସମସ୍ତଙ୍କୁ ନିଜ ବିଷୟରେ ମିଛ କହିଥାନ୍ତି ।

୩. ଏଥିରେ କାମ କରୁଥିବା ଝିଅ ମାନଙ୍କର ମାଆ ବାପାଙ୍କୁ ମଧ୍ୟ ତାଙ୍କ ବିଷୟରେ ଜଣା ନଥାଏ କି ସେମାନ କେଉଁଠି କାମ କରୁଛନ୍ତି ।

୪. ସାଧାରଣ ଝିଅ ମାନଙ୍କ ଭଳି ଏମାନଙ୍କର ମଧ୍ୟ ବହୁତ ସ୍ଵପ୍ନ ଅଛି । ଏମାନେ ଭଲ ପାଇବାରେ ବିଶ୍ଵାସ ରଖନ୍ତି ଏବଂ ନିଜର ଏକ ଛୋଟ ଘର ଏବଂ ପରିବାର ବସାଇବାକୁ ଚାହାନ୍ତି । କିନ୍ତୁ ଏମାନଙ୍କୁ କେହି ବି ନିଜ ଘରର ବୋହୁ ବନାଇବାକୁ ଚାହାନ୍ତି ନାହିଁ । ପ୍ରାୟତଃ ଲୋକମାନେ ଏମାନଙ୍କର ଫାଇଦା ଉଠାଇ ଛାଡି ଦିଅନ୍ତି ।

୫. ବହୁତ ଲୋକମାନେ ବେଶ୍ୟା ଏବଂ ବାର ଗର୍ଲ୍ସଙ୍କର ତୁଳନା ଏକା ସହିତ କରିଥାନ୍ତି । କିଛି ବର୍ଷ ପୂର୍ବେ ମୁମ୍ବାଇରେ ବାର ବନ୍ଦ କରି ଦିଆ ଯାଇଥିଲା ଯାହା ଫଳରେ ବହୁତ ଝିଅ ମାନଙ୍କର କାମ ବନ୍ଦ ହୋଇ ଯାଇଥିଲା । ଯେତେବେଳେ ସେମାନଙ୍କୁ ଏହି ବିଷୟରେ ପଚରାଗଲା, ସେମାନେ କହିଲେ କି ସେମାନେ ନିଜର ପିଲା ମାନଙ୍କର ପେଟ ପାଇଁ କରୁଥିଲେ ଏହି କାମ କରି କିନ୍ତୁ ବର୍ତ୍ତମାନ ତାଙ୍କର ସେତକ ବି ବନ୍ଦ ହୋଇଗଲା ।

Leave a Reply

Your email address will not be published. Required fields are marked *