Barsha ଓ Anubhabଙ୍କ ମାମଲାରେ ଶୁଣାଣି ଶେଷ, ଦେଖନ୍ତୁ କଣ ମିଳିଲା ରାୟ

ନମସ୍କାର ବନ୍ଧୁଗଣ, ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲାରେ ଆସିଛି ବଡ ମୋଡ । ବର୍ଷା ଓ ଅନୁଭବ ଙ୍କ ପାରିବାରିକ ମାମଲାରେ ଶୁଣାଣୀ ଶେଷ ହୋଇଛି । ଉଭୟଙ୍କୁ ୫ ହଜାର ଲେଖାଏଁ ଜମା ପାଇଁ କଟକ ପରିବାର ଅଦାଲତ ଙ୍କ ନିର୍ଦ୍ଦେଶ ରହିଛି । କୋର୍ଟ କାରୋବାର ରେ ଅଯଥା ବିଳମ୍ବ କରିଥିବାରୁ ଏଥିପାଇଁ ଫାଇନ ଗଣିବେ ଉଭୟ ଦମ୍ପତି । ବର୍ଷା ଇ ଅନୁଭାବଙ୍କ ପକ୍ଷରୁ ଦାଖଲ ଆବେଦନକୁ ବି କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନକୁ ଗ୍ରହଣ କରିଲେ କୋର୍ଟ ।

ସାଂସଦ ଅନୁଭବଙ୍କର ଆବେଦନ ବି ଗ୍ରହଣ ହୋଇଛି । ତେବେ ବାରମ୍ବାର ତାରିଖ ସତ୍ବେ ସାକ୍ଷ୍ୟ ଆସୁ ନ ଥିଲେ ବର୍ଷା । ଛାଡପତ୍ର ପିଟିସନରେ ବିବାହ ସ୍ଥାନ ବି ଭୁଲ ଦେଇଥିଲେ ଅନୁଭବ । ତେବେ ସୂଚନା ଅନୁଯାୟୀ ବର୍ଷା ବାରମ୍ବାର ତାରିଖ ରେ ସଖ୍ୟ ଗ୍ରହଣ ପାଇଁ ଅନୁପସ୍ଥିତି ରହୁଥିଲେ । ଯାହା ଫଳରେ କୋର୍ଟ ବର୍ଷାଙ୍କ ବିନା ସାକ୍ଷ୍ୟ ପ୍ରମାଣରେ ମାମଲା ଆଗକୁ ବଢାଇବା ଲାଗି ଯୁକ୍ତି ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅର୍ଥାତ ଆଗୃମେଣ୍ଟ ଆରମ୍ଭ କରିବା ପାଇଁ କୋର୍ଟ ରାଏ ଦେଇଥିଲେ ।

ପରବର୍ତ୍ତୀ ସମୟରେ କୋର୍ଟ ଯେବେ ବର୍ଷା ଙ୍କ ନିସ୍ପତି ନ ଶୁଣି ଯୁକ୍ତି ଉପସ୍ଥାପନା କରିବାର କଥା ଉଠିଲା ସେହି ସମୟରେ ବର୍ଷା ଆବେଦନ କରିଥିଲେ ତାଙ୍କର ସାକ୍ଷ୍ୟ ଆବେଦନ କୁ ଶୁଣିବା ପାଇଁ ଅନୁମତି ଦିଆଯାଉ । ଗତ କାଲି ଏହା ପରେ କୋର୍ଟ କୌଣସି ଶୁଣାଣୀ ଶୁଣାଇ ନାହାନ୍ତି ଆଜି ପାଇଁ ରଖିଛନ୍ତି । ପରିବାର ଅଦାଲତରେ ସାକ୍ଷ୍ୟ ସଂଗ୍ରହ ପ୍ରସଙ୍ଗ ନେଇ ବର୍ଷା ଦାୟର କରିଥିବା ପିଟିସନ ଉପରେ ଶୁଣାଣୀ ଶେଷ ହୋଇଛି । ମାମଲାର ରାଏ ସରଂକ୍ଷିତ ରହିଛି । ଆଉ ବର୍ଷା ପିଟିସନ କରିବା ପୂର୍ବରୁ ହିଁ ଅନୁଭବଙ୍କ ସାକ୍ଷ୍ୟ ଶେଷ ହୋଇଥିଲା ।

ଏହା ପରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରିବା ପାଇଁ ତାରିଖ ଧାର୍ଯ୍ୟ କରା ଯାଇଥିଲା କିନ୍ତୁ ଧାର୍ଯ୍ୟ ତାରିଖ ରେ ବର୍ଷା ଉପସ୍ଥିତ ନ ରହିବାରୁ ଅଦାଲତ ସାକ୍ଷ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହି ନିର୍ଦ୍ଦେଶକୁ ପ୍ରତିହାର କରିବାକୁ ବର୍ଷା କୋର୍ଟରେ ପିଟିସନ ଦାଖଲ କରିଥିଲେ । ଅନ୍ୟ ପକ୍ଷ ରେ ବର୍ଷାଙ୍କ ଏଭଳି ପିଟିସନ କୁ ଅନୁଭବ ଙ୍କ ତରଫରୁ ବିରୋଧ ମଧ୍ୟ କରା ଯାଇଥିଲା । ବର୍ଷା ଜାଣିଶୁଣି ମାମଲାର ଶୁଣାଣୀ ରେ ବିଳମ୍ବ କରୁଛନ୍ତି ବୋଲି ଅନୁଭବ ଙ୍କ ତରଫରୁ ଆପତ୍ତି ଦର୍ଶା ଯାଇଥିଲା । ଆଉ ପରିବାର ଅଦାଲତ ରେ ଉଭୟ ପକ୍ଷ ଯୁକ୍ତି ଉପସ୍ଥାପନା କରିଥିଲେ ଯାହା ଫଳରେ ଶୁଣାଣୀ ଶେଷ ହୋଇ ସାରିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *