ମୋ ସହ ଏମିତି କାମ କରାହୋଇଛି ଯେ ମୋର ସବୁ ପୁଚୁକା ହୋଇଗଲା, ଦେଖନ୍ତୁ Video କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଦୀର୍ଘ ୧ ମାସ ରୁ ଅଧିକା ହେଲାଣି ସ୍ତ୍ରୀ ର ଅଧିକାର ଓ ନିଜ ପୁଅକୁ ବାପର ପରିଚୟ ଦେବାକୁ ପ୍ରେମିକା କେ ଦୀପିକା ପ୍ରେମିକ ଦିନେଶ ଙ୍କ ଘରେ ଆଗରେ ଧାରଣା ଦେଇ ବସିଛନ୍ତି । ଖରା ବର୍ଷା ସବୁ ସାହି ଦୀପିକା ଦିନେଶ ଘରେ ଆଗରେ ବସିଛନ୍ତି କିନ୍ତୁ ଦିନେଶ ଙ୍କ ଘର ଲୋକେ ତାଙ୍କୁ ନାହି ନ ଥିବା ହଇରାଣ କରୁଛନ୍ତି । ନା ଶାନ୍ତି ରେ ବସିବାକୁ ଦେଉଛନ୍ତି ନା ଖାଇବାକୁ ଦେଉଛନ୍ତି ନ ଶୋଇବାକୁ ଦେଉଛନ୍ତି ଦିନେଶ ଙ୍କ ଘରେ ଲୋକେ । ଏମିତି କେତେ କଷ୍ଟ ସହୁଛନ୍ତି ନିଜ ପୁଅକୁ ହକ ଦେବା ପାଇଁ ମା ଦୀପିକା ।

ତଥାପି ଦିନେଶ ଆସୁ ଅନାହନ୍ତି କି ଏହାର କୌଣସି ସମାଧାନ କରୁ ନାହାନ୍ତି । ଯାହା ପାଇଁ ଗଣ ମାଧ୍ୟମ ଆଗରେ ତାଙ୍କ ଘଟୁଥିବା ନାନାଦି ଘଟଣା ବିଷୟରେ ଦୀପିକା ନିଜେ କହୁଛନ୍ତି । ବର୍ତ୍ତମାନ ସମୟରେ ଦୀପିକା କହିଛନ୍ତି ଦିନେଶ ଙ୍କ ଘର ଲୋକଙ୍କର ଯାହା ଜିନିଷ ଦରକାର ହେଉଛି ସେ ତାଲା ଖୋଲି ଆସି ନେଇକି ପୁଣି ଚାଲି ଯାଉଛନ୍ତି । ସର୍ଫ ପାଣି ପକାଇ ତାଙ୍କ ପରିବା ସବୁ ନଷ୍ଟ କରି ଦେଇଛନ୍ତି ଦିନେଶ ଙ୍କ ଘରେ ଲୋକେ ଏମିତି ସେମାନେ ଜାଣିଶୁଣି କରୁଛନ୍ତି କେମିତି ଦୀପିକା ତାଙ୍କ ଘର ଆଗରୁ ହଟିଯିବେ ।

ଆଗକୁ ଦୀପିକା କହୁଛନ୍ତି ମୁଁ ବାହାରେ ଛୋଟ ପିଣ୍ଡା ରେ ବସିଛି ସରଫ ପାଣି ପକାଇବାରୁ ବାଇଗଣ ପୁଚକା ହୋଇଗଲା, ବିଲାତି ପୁଚକା ହୋଇଗଲା ଏମିତିକି ଆଲୋଡି ଆଣିଥିଲି ତା ବି ପୁଚକା ହୋଇଗଲା । ଏମିତିକି କଙ୍କଡା ଆଉ ପୋଟଳ ସବୁ ପୁଚକା ହୋଇଗଲା ଆଉ କିଛି ନାହି ମୋ ପାଖରେ ବୋଲି ଦୀପିକା କହୁଛନ୍ତି । ମୋ ପାଖରେ ଏବେ ଖାଲି ଆଳୁ ପିଆଜ ପଡିଛି ଦୁଇ ତିନି ହେବ ମୁଁ ରୋଷେଇ କରି ବାହାରେ ଖାଉଛି । ଗତ କାଲି ଦୀପିକା ଆଳୁ ଭଜା କରିଥିଲେ ଆଉ ତା ପୂର୍ବ ଦିନ ଆଳୁ ବାଇଗଣ ବିଲାତି ପକାଇ ତରକାରୀ କରି ଖାଇଥିଲେ ବୋଲି କହୁଛନ୍ତି ।

ସବୁ ପରିବାର ତକ ସର୍ଫ ପାଣି ପଡି ନଷ୍ଟ ହେବାରୁ ସେ ଫୋପାଡି ଦେଲେ ବୋଲି କହୁଛନ୍ତି । ବର୍ତ୍ତମାନ ସମୟରେ ପରିବା ପତ୍ର ଜେଭଳି ଦର ରହିଛି ଆଉ କେତେ କଷ୍ଟରେ ମୁଁ ରଖିଥିଲି କିଛି ଦିନ ଖାଇବି ବୋଲି କାରଣ ମୋ ଦୋକାନ ଚାଲୁ ନାହି ବୋଲି ଦୀପିକା କହୁଛନ୍ତି । ହୋଟେଲରୁ କେତେ କିଣିକି ଆଣି ଖାଇବି ଆଉ ଏମିତିରେ ଦେଖିବାକୁ ଗଲେର ବର୍ଷା ହେବାରୁ ପିଣ୍ଡା ଓଦା ହୋଇ ଯାଇଛି ବଡ କଷ୍ଟ ହେଉଛି ତଥାପି ମୁଁ ରୋଷେଇ କରି ଖାଉଛି ବୋଲି ଦୀପିକା କହୁଛନ୍ତି ।

ଏମିତି ଆଇ ମୋ ଉପରେ ସର୍ଫ ପାଣି ପକାଇବା ଏଟା ଗୋଟେ ଭଲ ଘରର ଲକ୍ଷଣ ନୁହେଁ ବୋଲି ଦୀପିକା ଶେଷରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କରେ ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *