ନମସ୍କାର ବନ୍ଧୁଗଣ । ମଣିଷ ନିଜ ଜୀବନରେ ଅନେକ ଭୁଲ କାମ କରିଥାଏ ଯାହା ପରିଣାମ ତାକୁ ହିଁ ଭୋଗିବାକୁ ପଡିଥାଏ । ଏହା ଛଡା ବ୍ୟକ୍ତିର ପରିବାର ଲୋକେ ମଧ୍ୟ ଏହାର ପରିଣାମ ଭୋଗ କରିଥାନ୍ତି । ଶାସ୍ତ୍ର ଅନୁସାରେ ଏମିତି କିଛି ନୀତି ନିୟମ ରହିଛି ଯାହାକୁ ପାଳନ କରିଲେ ବ୍ୟକ୍ତି ଜୀବନରେ ସୁଖ ଶାନ୍ତିର ଆଗମନ ହେବା ସହ ବ୍ୟକ୍ତି ତା ଜୀବନରେ ଉନ୍ନତି ମଧ୍ୟ କରିଥାଏ । କିଛି ଏମିତି ବିଶେଷ ନିୟମ ରହିଛି ଯାହାକୁ ନାରୀ ମାନେ ମଧ୍ୟ ନିଷ୍ଠାର ସହ ପାଳନ କରିଲେ ଶୁଭ ଫଳ ମିଳିବା ସହ ନାରୀର ଜୀବନରେ ଅନେକ ପରିବର୍ତ୍ତନ ହେବା ସହ ଘରେ ସୁଖସାନ୍ତି ଆସିଥାଏ ।
ଆପଣ ମାନେ ଜାଣିଥିବେ ନାରୀ ମାନେ ମଧ୍ୟ କିଛି ସମୟରେ ଏମିତି କିଛି ଭୁଲ କାମ କରିଥାନ୍ତି ଯାହାର ଅନୁତାପ ସେମାନେ ପରେ କରିଥାନ୍ତି । ଯେମିତି ଘର ର କୌଣସି କାମ କୁ ନେଇ ହେଉ ବା ଠାକୁର ପୂଜା କରିବାରେ କିଛି ନୀତିର ଉଲଂଘନ କରିବା ହେଉ । ଯାହା ପାଇଁ ପୁରା ପରିବାର କୁ ଏହାର ପରିଣାମ ଭୋଗିବାକୁ ପଡିଥାଏ ।
ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅନୁଚିନ୍ତା କହିବାକୁ ଯାଉଛୁ ଯାହା ବିଶେଷ କରି ନାରୀ ମାନଙ୍କ ପାଇଁ ଉଦିଷ୍ଟ ଅଟେ । ଆପଣ ମାନେ ଜାଣିଥିବେ ନାରୀ ମାନେ ଘରେ ବାସନ ମାଜିବା ସମୟରେ ଅନେକ ଶବ୍ଦ କରିଥାନ୍ତି । କେହି ନାରୀ ବାସନ କୁ ଫୋଫାଡି ଥାଏ ତ ଆଉ କେହି ବାସନ ମାଜିବା ସମୟରେ ଏତେ ମାତ୍ରା ରେ ଶବ୍ଦ ସୃଷ୍ଟି କରିଥାନ୍ତି ଯାହା ଦ୍ଵାରା ଅନ୍ୟ ମାନେ ବିରକ୍ତ ହୋଇଯାନ୍ତି ।
ନାରୀ ମାନେ ବାସନ ମାଜିବା ସମୟରେ ଝଣଝାଣ ବା ଖଡଖଡ ଶବ୍ଦ କରିଥାନ୍ତି । ତାଟିଆ କୁ ନେଇ ବେଲା ଭିତରେ ତ ଥାଳି କୁ ନେଇ ତାଟିଆ ଭିତରେ ରଖିଥାନ୍ତି ଯାହାର ଶବ୍ଦ ବହୁତ ଜୋରରେ ହୋଇଥାଏ । କିନ୍ତୁ ଏଭଳି ଶବ୍ଦ ଯେତେ ଅଧିକ ହେବ ମା ଲକ୍ଷ୍ମୀ ଆପଣଙ୍କ ଜୀବନରୁ ସେତେ ଦୂରକୁ ପଳେଇବେ ଯାହା ଆଜିର ଆମର ଏହି ଅନୁଚିନ୍ତାରେ କୁହା ଯାଇଛି । ତେଣୁ ନାରୀ ମାନଙ୍କ ପାଇଁ ଏକ ଗୁରୁତ୍ଵ ପୂର୍ଣ୍ଣ ସନ୍ଦେଶ ହେଉଛି ବାସନ ମାଜିବା ସମୟରେ ଶବ୍ଦ କମ ହେବା ଦରକାର ଅଟେ ।
ଏହା ଛଡା ଯେଉଁ ନାରୀ ନୂଆ ବିବାହିତା ହୋଇଥାନ୍ତି ସେମାନେ ଅଧିକ ଚୁଡି ପିନ୍ଧିବାକୁ ପସନ୍ଦ କରନ୍ତି । ଯାହା ଦ୍ଵାରା ଅଧିକ ଜୋର ରେ ଶବ୍ଦ ସୃଷ୍ଟି ହୋଇଥାଏ । ନାରୀଟି ଯେତେ ଅଧିକ ଚୁଡି ପିନ୍ଧିବ ସ୍ଵାମୀଙ୍କର ସେତେ ଉନ୍ନତି ହେବ ଏହା ଏକ ସାଧାରଣ କଥା ଅଟେ । କିନ୍ତୁ ନାରୀ ମାନେ ଯେତିକି ଚୁଡି ପିନ୍ଧୁଛନ୍ତି ତାର ଶବ୍ଦ କମ ହେବା ଦରକାର ଯାହା ଆଜିର ଆମର ଅନ୍ୟ ଏକ ଅନୁଚିନ୍ତା ଅଟେ । ନାରୀ ମାନେ ଯେଉଁ ଚୁଡି ପିନ୍ଧୁଛନ୍ତି ମା ଲକ୍ଷ୍ମୀଙ୍କର ସ୍ଵରୁପା ହୋଇଥାଏ । ଏହା କରିଲେ ଆପଣଙ୍କର ମଙ୍ଗଳ ହେବ ।
ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।