3 ଦିନ ସୋରିଷ ତେଲରେ ଫୁଟେଇ ଏହାକୁ ଲଗାନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା ହେବ ସମ୍ପୂର୍ଣ୍ଣ ଭଲ- Joint Pain Remedy

ଆଜିକାଲି ଆଁଠୁ ଗଣ୍ଠି ବା ଜଏଣ୍ଟ ପେନ ସମସ୍ୟାରେ ପ୍ରାୟତ ଅନେକ ଲୋକ ମାନେ ପୀଡିତ ହେଉଛନ୍ତି । ଆଁଠୁ ଗଣ୍ଠି ବା ଜଏଣ୍ଟ ପେନ ହେଲେ ବହୁତ କଷ୍ଟ ହେବା ସହ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଥିପାଇଁ କିଛି ଲୋକେ ଅନେକ ମେଡ଼ିସିନ ସେବନ ଅକରିଥାନ୍ତି କିନ୍ତୁ କିଛି ବି ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କୁ ଜାଏଣ୍ଟ ପେନରୁ ମୁକ୍ତି ପାଇବା ପାଇଁ ଏକ ଚମତ୍କାରୀ ଘରୋଇ ଉପାୟ ନେଇ ଆସିଛୁ ଯାହାକୁ ମାତ୍ର ୩ ଦିନ ପ୍ରୟୋଗ କରିଲେ ଆପଣ ଜାଣି ପାରିବେ ।

ଜଏଣ୍ଟ ପେନ ସମସ୍ୟାକୁ ଦୂର କରିବା ପାଇଁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ସୋରିଷ ତେଲ ଯାହା ବହୁତ ଚମତ୍କାରୀ ଉପାୟ ଅଟେ ଯାହା ଅତି ସହଜରେ ଆପଣଙ୍କୁ ମିଳି ପାରିବ । ପ୍ରଥମେ ଗୋଟେ ପ୍ୟାନରେ ୫୦ଗ୍ରାମର ସୋରିଷ ତେଲ ନିଅନ୍ତୁ । ସୋରିଷ ତେଲ ହାଲ୍କା ଗରମ ହେବା ପରେ ୪ରୁ ୫ଟା ରସୁଣକୁ ଭଲ ଭାବେ ଛେଚି ଦିଅନ୍ତୁ ।

ଏହା ପରେ ରହିଛି ଏକ ଚାମଚ କଳାଜୀରା ଫୁଟୁଥିବା ସୋରିଷ ତେଲରେ ପକାନ୍ତୁ । ଏହା ପରେ ରହିଛି ବାର ମାସି ସଜନା ଗଛର ଛେଲୀ ଯାହାକୁ ଏହି ତେଲରେ ପକାନ୍ତୁ । ଏହି ସମସ୍ତ ସାମଗ୍ରୀ କୁ ୫ରୁ ୬ ମିନିଟ ଯାଏଁ ହାଲ୍କା ଆଞ୍ଚରେ ଫୁଟାନ୍ତୁ । ଏହି ସବୁ ଜିନିଷକୁ ଭଲ ଭାବେ ଫୁଟାନ୍ତୁ ଯେମିତି ଏହାର ସବୁ ପୋଷାକତତ୍ଵ ସୋରିଷ ତେଲ ମାଧ୍ୟମ କୁ ଆସିବ ।

ଏହା ଏକ ଆୟୁର୍ବେଦିକ ଉପାୟ ଅଟେ ଯାହା ଆଁଠୁ ଗଣ୍ଠି ସମସ୍ଯା ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ବହୁ ପୁରାତନ କାଳରୁ ହେଉଥିବା ଜଏଣ୍ଟ ପେନ ସମସ୍ଯା ରୁ ମୁକ୍ତି ପାଇଁ ଏହାର ପ୍ରୟୋଗ କରା ଯାଉଛି । ତେଲ ଭଲ ଭାବେ ଫୁଟିବା ପରେ ଏହାକୁ ଥଣ୍ଡା କରି ଅନ୍ୟ ଏକ ପାତ୍ର ରେ ଛାଣି ଦିଅନ୍ତୁ ।

ଏହି ତେଲ କୁ ହାଲକା ଉଷୁମ ଥିବା ଅବସ୍ଥାରେ ଯେଉଁ ଜାଗାରେ ଜାଏଣ୍ଟ ପେନ ହେଉଛି ସେଠାରେ ଲଗାଇବା ଉଚିତ । ଏହି ତେଲ ଥଣ୍ଡା ହେବା ପରେ ଲଗାଇଲେ କୌଣସି ବି ଲାଭ ମିଳିବ ନାହି । ତେଣୁ ରାତିରେ ଶୋଇବା ସମୟରେ ଏହି ତେଲ କୁ ଅଳ୍ପ ଗରମ କରି ଏହାକୁ ନିଜ ଆଣ୍ଠୁ ଗଣ୍ଠି ବା ଅନ୍ୟ କୌଣସି ଜାଗାରେ ଯନ୍ତ୍ରଣା ହେଉଥିଲେ ଲଗାନ୍ତୁ । ଦିନ କୁ ଦୁଇରୁ ତିନି ଥର ଏହି ତେଲର ପ୍ରୟୋଗ କରନ୍ତୁ ।

ଏହି ତେଲ କୁ ଆପଣ ନିଜ ଜଏଣ୍ଟ ପେନ ହେଉଥିବା ଜାଗାରେ ଭଲ ଭାବେ ମାଲିସ କରନ୍ତୁ । ଏହାକୁ ଦୁଇ ରୁ ତିନି ଦିନ ଲଗାଇବା ପରେ ଏହାର ପ୍ରଭାବ ଆପଣ ଜାଣି ପାରିବେ । ଯଦି ଆପଣଙ୍କଉକୁ ଥଣ୍ଡା ହୋଇଛି ତେବେ ଏହି ତେଲ ଲଗାଇବା ପରେ ଆପଣଙ୍କୁ ଆରମ ମିଳିବ । ତେଣୁ ଏହି ତେଲ ଦୁଇ ପ୍ରକାର ର ସାହାଜ୍ଯ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *