Health tips; -ବାସି ମୁହଁରେ ଉଷୁମ ପାଣି ପିଇଲେ କି ଫାଇଦା ମିଳିଥାଏ ?

ସ୍ଵାସ୍ଥ ହିଁ ଆମ ସମ୍ପଦ ଅଟେ । ଯେଉଁ ବ୍ୟକ୍ତି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସମୟ ବାହାର କରିପାରିନଥାଏ । ସେହି ବ୍ୟକ୍ତିକୁ ରୋଗରେ ପଡିବା ପାଇଁ ସମୟ ଆଗରୁ ବାହାର କରିଦେବାକୁ ପଡିବ । କାରଣ ଯଦି ଆମେ ଆମ ଶରୀରର ଭଲ ଭାବେ ଯତ୍ନ ନେବା ନାହିଁ । ତେବେ ଆମର ସ୍ଵାସ୍ଥଅବସ୍ଥା ବିଗିଡି ଯାଇପାରେ । ତେଣୁ ନିଜ ଶରୀର ପ୍ରଥମେ ସୁସ୍ଥ ରହିଲେ ଆମେ ଆମର ସବୁ କାର୍ଯ୍ୟକୁ ଭଲ ଭାବେ କରିପାରିବା । ତେବେ ପ୍ରତ୍ଯେକ ବ୍ୟକ୍ତିର ସକାଳ ହିଁ ତାହାର ପୁରା ଦିନକୁ ନିର୍ଦ୍ଧାରଣ କରିଥାଏ ।

 

କାରଣ ସକାଳଟି ଯେତେ ଭଲରେ କଟିଥାଏ । ପୁରା ଦିନଟି ସେତେ ଭଲରେ ଯାଇଥାଏ । ତେଣୁ ପ୍ରଥମେ ଆମେ ସକାଳୁ ଏକ ହେଲଦି ଲାଇଫଷ୍ଟାଇଲ ସହ ନିଜର ଦିନ ଆରମ୍ଭ କରିବା ଉଚିତ । ବହୁତ ଲୋକ ତ ଶୋଇକି ଉଠିବା ପରେ ବେଡ ଟି ପିଇବାକୁ ବହୁ ଅଧିକ ପସନ୍ଦ କରିଥାନ୍ତି । ହେଲେ ସକାଳୁ ଖାଲି ପେଟରେ ଚା’ ପିଇବା ଆଦ୍ୱ ମଧ୍ୟ ଉଚିତ ନୁହେଁ । ତେଣୁ ସକାଳୁ ଉଠି ସର୍ବ ପ୍ରଥମେ ଆପଣଙ୍କୁ ଏହି କାର୍ଯ୍ୟ କରିବାର ଅଛି ଜାଣନ୍ତୁ ।

ବ୍ୟକ୍ତି ପ୍ରଥମେ ସକାଳୁ ଉଠି ଅଧୂଆ ମୁହଁରେ ହିଁ ପାଣି ପିଇବ ଉଚିତ । କାରଣ ରାତି ସାରା ଶୋଇ ଉଠିବା ପରେ ଆମ ପାଟିରେ ଯେଉଁ ଲାଳ ରହିଥାଏ । ଆମେ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ତାହା ଶରୀରକୁ ଯାଇଥାଏ । ଯାହାକି ଶରୀର ପାଇଁ ବହୁତ ସ୍ଵାସ୍ଥକର ହୋଇଥାଏ । ତେଣୁ ପ୍ରତ୍ଯେକ ବ୍ୟକ୍ତି ସକାଳୁ ବ୍ରସ ନକରି ପ୍ରଥମେ ଅଧୂଆ ମୁହଁରେ 1 ଗ୍ଳାସ ସାମାନ୍ୟ ଉଷୁମ ପାଣି ପିଇବା ଉଚିତ ।

ଆମ ଶରୀର 5 ଟି ତତ୍ଵକୁ ନେଇ ଗଠିତ ହୋଇଛି । ଯେଉଁଥିରେ ପାଣି ମଧ୍ୟ ଏକ ତତ୍ଵ ରହିଛି । ତେଣୁ ପାଣି ପିଇବା ସମୟରେ ଢକଢକ କରି ପାଣି ନପିଇ ପାଣିକୁ ବସିକି ଧୀରେ ସୁସ୍ଥେ କରି ପିଇବା ଉଚିତ । ସକାଳୁ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ଶରୀରରେ ହେଉଥିବା ସ୍ଵାସ୍ଥର ଲାଭ ବିଷୟରେ ମଧ୍ୟ ଜାଣନ୍ତୁ ।

ବାସୀ ମୁହଁରେ ଉଷୁମ ପାଣି ସେବନ କରିବା ଦ୍ଵାରା ଆମ ପେଟ ସଫା ହୋଇବା ସହ ପାଚନ ତନ୍ତ୍ର ମଧ୍ୟ ଶକ୍ତିଶାଳୀ ହୋଇଥାଏ । ଯାହା ଦ୍ଵାରା ପେଟରେ ଖାଦ୍ୟ ଠିକ ଭାବେ ହଜମ ହୋଇଥାଏ । ଯାହା ଫଳରେ ଗ୍ଯାସ ବଦହଜମି କିମ୍ବା ଏସିଡିଟି ଭଳି ପେଟ ସମସ୍ଯାରେ ବ୍ୟକ୍ତି ବାରମ୍ବାର ପୀଡିତ ହୋଇନଥାଏ । କଥାରେ ଅଛି ପେଟ ସଫା ରହିବ ତ ବ୍ୟକ୍ତି ସବୁ ରୋଗବେମାରୀ ଠାରୁ ମଧ୍ୟ ଦୂରରେ ରହିବ ।

ଏହାଛଡା ମୋଟାପଣ ଓ ହାଇବ୍ଲଡ଼ପ୍ରେସର ପ୍ରୋବ୍ଲେମ ଥିବା ବ୍ୟକ୍ତି ବି ସକାଳୁ ଉଷୁମ ପାଣି ପିଇବା ଉଚିତ । ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟିଏ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *