Babushanଙ୍କୁ ଝୁରି ଝୁରି ଏମିତି ଦୁଃଖଭରା ଗୀତ ଗାଇଲେ Prakruti Mishra…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଆମ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଆଉ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ତେବେ ଅନେକ ସମୟରେ ଦେଖାଯାଏ କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଫ୍ୟାନ ମାନେ କ୍ରେଜ ଦେଖାଇଥାନ୍ତି । ଆଉ ଆମ ଓଡିଆ କଳାକାର ମାନେ କିଛି ଆମ ନୁହନ୍ତି ସେମାନେ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ପ୍ରକୃତି ମିଶ୍ର ବାବୁସାନ ଙ୍କୁ ଝୁରି କଣ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ଓଲିଉଡ ହିରୋ ବାବୁସାନ ମହାନ୍ତି ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ, ଆକ୍ସନ, ଡାଇଲଗ ପାଇଁ ଖୁବ ଚର୍ଚ୍ଚା ରେ ରହିଛନ୍ତି । ସେହିପରି ଅଭିନେତ୍ରୀ ପ୍ରକୃତି ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଫିଲ୍ମରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ଗତ କିଛି ଦିନ ତଳେ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଲାଗିଥିଲା ।

ବିବାଦର କାରଣ ଥିଲା ଦୁହିଙ୍କର ପ୍ରେମ ସଂପର୍କକୁ ନେଇ । ତେବେ ଅନେକ ବାଦ ବିବାଦ ପରେ ଏବେ ସବୁ କିଛି ଠିକ ହୋଇ ଯାଇଛି ଆଉ ଦୁହେଁ ନିଜ ପରିବାର ସହ ବେଶ ହସ ଖୁସି ରେ ସମୟ ବ୍ଯତୀତ କରୁଛନ୍ତି । ଏମିତିକି ପ୍ରକୃତି ମୁମ୍ବାଇ ଫେରି ଯାଇଛନ୍ତି ଆଉ ନିଜର କ୍ଯାରିୟର ପ୍ରତି ଫୋକସ କରୁଛନ୍ତି ବୋଲି ସୂଚନା ରହିଥିଲା ।

କିନ୍ତୁ ବର୍ତ୍ତମାନ ସମୟରେ ପ୍ରକୃତି ଙ୍କୁ ନେଇ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବାରେ ଲାଗିଛି । ଏହି ଭିଡିଓ ରେ ପ୍ରକୃତି ନିଜର ସୁମଧୁର କଣ୍ଠ ରେ ପ୍ରେମିକ ବାବୁସାନ ଙ୍କ ପାଇଁ ଏକ ସୁନ୍ଦର ଗୀତ ଗାଉଛନ୍ତି ଯାହା ଆପଣ ମାନେ ଦେଖି ପାରିବେ । ବାବୁସାନ ଙ୍କୁ ଝୁରି ଝୁରି ଦୁଖ ଭରା ଗୀତ ଗାଇଛନ୍ତି ପ୍ରକୃତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ହୋଇ ପଡିଛି ।

ପ୍ରକୃତି ଗାଉଛନ୍ତି ମଗର ଅବ ୟାଦ ଆତା ହେ ୱୋ ବାତେ ଥି ମଝହତେ ବାତେ । ଏହି ଗୀତ କୁ ଗାଇବା ବେଳେ ପ୍ରକୃତି ଦୁଖରେ ଥିବାର ନଜର ଆସୁଛନ୍ତି । ତାଙ୍କ ଗୀତ ରୁ ସ୍ପଷ୍ଟ ବାରି ହେଉଛି ସେ ବାବୁସାନ ଙ୍କୁ କେତେ ମିସ କରୁଛନ୍ତି ଆଉ କେତେ ଝୁରି ହେଉଛନ୍ତି ।

ବାବୁସାନ ଙ୍କ ସହ ବିତାଇଥିବା ପ୍ରତେକ ଟି ମୂହୁର୍ତ୍ତ କୁ ମନେ ପକାଇ ହୁଏ ତ ପ୍ରକୃତି ଏହି ଦୁଖ ଭରା ଗୀତ ଗାଇଛନ୍ତି ଆଉ ଭାବୁକ ହେବାର ମଧ୍ୟ ନଜର ଆସୁଛନ୍ତି । ସତରେ ପ୍ରକୃତି ବାବୁସାନ ଙ୍କୁ କେତେ ଭଲ ପାଉଛନ୍ତି ତାହା ତାଙ୍କର ଗୀତ ରୁ ଜଣା ପଡୁଛି । ବନ୍ଧୁଗଣ ଆପଣ ମାନଙ୍କୁ ପ୍ରକୃତି ମିଶ୍ର ଙ୍କ ଗୀତ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *