ପ୍ରତେକ ବ୍ୟକ୍ତି ଶୋଇବା ସମୟରେ ସ୍ଵପ୍ନ ଦେଖିଥାନ୍ତି । କିଛି ସ୍ଵପ୍ନ ସତ ହୋଇଥାଏ ତ ଆଉ କିଛି ହୋଇ ନ ଥାଏ । ଯେଉଁ ସ୍ଵପ୍ନା ଭୋର ସମୟରେ ଦେଖାଯାଏ ସେହି ସ୍ଵପ୍ନ ସତ ହୋଇଥାଏ । ଅନ୍ୟ ସବୁ ସ୍ଵପ୍ନ ତାହା ବହୁତ ଡେରିରେ ପୁରା ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସ୍ଵପ୍ନରେ କେଉଁ ପଶୁପକ୍ଷୀ ଦେଖିଲେ ଭାଗ୍ୟ ଉଦୟ ହୋଇଯାଏ ସେହି ବିଷୟରେ କହିବାକୁ ଯାଉଛୁ ।
ଯଦି ସ୍ଵପ୍ନରେ ଆପଣ ପାରା ଦେଖନ୍ତି ତେବେ ଧନ ସମ୍ପତିରେ ଆପଣଙ୍କ ଜୀବନ ଧନଧାନ୍ୟରେ ପୁରୀ ଉଠିବ । ଯଦି ସ୍ଵପ୍ନରେ ଓଟ ଦେଖନ୍ତି ତେବେ ଅଧିକ ଲାଭ ହୋଇଥାଏ । କୌଣସି ନା କୌଣସି ସୂତ୍ରରୁ ଆପଣଙ୍କ ପାଖକୁ ଧାନ ଆସିବ । କୁକୁର, କୁକୁଡା, ବାରହା ଆଦି ସ୍ଵପ୍ନରେ ଦେଖିଲେ ସୁକନ୍ୟା ଲାଭ ହୋଇଥାଏ । ଜାଡ୍ୟ ଆପଣଙ୍କର ପୁତ୍ରୀ ସନ୍ତାନ ପାଇଁ ଇଚ୍ଛା ଥାଏ ତେବେ ସ୍ଵପ୍ନରେ କୁକୁର, କୁକୁଡା ବା ବାରହା ଦେଖିଲେ ପୁରା ହୋଇଥାଏ ।
ଠେକୁଆ ସ୍ଵପ୍ନରେ ଦେଖିଲେ ଉଚ୍ଚ ପଦ ହାସଲ ହୋଇଥାଏ । ଏହା ସହ ଧନ ଆସିବାର ଯୋଗ ରହିଥାଏ । ବିଲେଇ ସ୍ଵପ୍ନରେ ଦେଖିଲେ ଘରେ ଚୋରୀ ବା ବିପଦ ଆସିବାର ସୂଚନା ମିଳିଥାଏ । ବିଛା ସ୍ଵପ୍ନରେ ଦେଖିବା ବା ବିଛା କାମୁଡିବାର ଦେଖାନ୍ତି ତେବେ ଯଶ ଲାଭ ହୋଇଥାଏ । ଏହା ସହ ସୁଖ୍ୟାତି ଅର୍ଜନ କରିବା ସହ କାମରେ ସଫଳ ମିଳିଥାଏ । ବାଘ ଗୋଡାଇବାର ସ୍ଵପ୍ନ ଦେଖିଲେ ଆପଣଙ୍କୁ ଖରାପ ଲୋକ ଅସୁବିଧାରେ ପକାଇବାର ସୂଚନା ମିଳିଥାଏ ।
ଏହା ସହ ଆପଣଙ୍କର ମାନ ହାନି ହୋଇଥାଏ । ମାଛ ସ୍ଵପ୍ନରେ ଦେଖିଲେ ଉତ୍ତମ ସ୍ତ୍ରୀ ମିଳିଥାଏ । ଯଦି ସୁନେଲି ରଙ୍ଗର ମାଛ ସ୍ଵପ୍ନରେ ଦେଖନ୍ତି ତେବେ ଅଚାନକ ଧନ ଲାଭ ହେବା ସହ ଉଚ୍ଚ ପଦ ପ୍ରାପ୍ତ ହୋଇଥାଏ । ସାପ ସ୍ଵପ୍ନ ଦେଖିଲେ ଅପାନଙ୍କ ପାଇଁ ଶୁଭ ହୋଇଥାଏ । କିନ୍ତୁ ସାପ କାମୁଡି ଥିବାର ସ୍ଵପ୍ନ ଦେଖିଲେ ଆପଣଙ୍କ ଶତ୍ରୁ ଆପଣଙ୍କ ସହ ଖରାପ କରିବେ ବୋଲି ସୂଚନା ମିଳିଥାଏ । ସ୍ଵପ୍ନରେ ହାତୀ ଦେଖିଲେ ଏହା ଧନ ପ୍ରାପ୍ତିର ସୂଚନା ମିଳିଥାଏ ।
ଘୋଡା ଦଉଡି ଥିବାର ସ୍ଵପ୍ନ ରେ ଦେଖିଲେ ପ୍ରତେକ କାମରେ ଉନ୍ନତି ହେବା ସହ ସଫଳତା ଲାଭ ହୋଇଥାଏ । ଏହା ସହ ସ୍ୱାସ୍ଥ୍ୟ ଉତ୍ତମ ରହିବ । ପୂର୍ବ ପୁରୁଷଙ୍କୁ ସ୍ଵପ୍ନରେ ଦେଖିଲେ ଶୁଭ ହୋଇଥାଏ । କିନ୍ତୁ ବାରମ୍ବାର ଦେଖିଲେ ଘରେ କୌଣସି ବାସ୍ତୁ ଦୋଷ ରହିବାର ସୂଚନା ମିଳିଥାଏ ।
ପୂର୍ବ ପୁରୁଷଙ୍କୁ ପିଣ୍ଡ ଦେଉ ନ ଥିବେ ତେବେ ଦିଅନ୍ତୁ । ଯଦି ଆପଣ ସ୍ଵପ୍ନ ଦେଖିବା ପରେ ଶୋଇ ପଡନ୍ତି ତେବେ ତାହା ଖରାପ ହୋଇଥାଏ । ଆପଣ କୌଣସି କାମରେ ନିଜକୁ ବ୍ୟସ୍ତ ରଖନ୍ତୁ । ଦିନରେ ଦେଖୁଥିବା ସ୍ଵପ୍ନ କେବେ ବି ପୁରା ହୁଏ ନାହି । ଏଥିରେ କୌଣସି ଲାଭ ବି ମିଳେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।