ଭଗବାନ ଶିବଙ୍କୁ ଶୀଘ୍ର ପ୍ରସନ୍ନ କରିବା ପାଇଁ ଆପଣାନ୍ତୁ ଏହି ଉପାୟ, ସବୁ ଅସୁବିଧା ଠାରୁ ପାଇବେ ମୁକ୍ତି

ଭଗବାନ ଶଙ୍କରଙ୍କୁ ପୂଜା ଅର୍ଚନା କରିବା ବିଶେଷ ଦିନ ସୋମବାର କୁହା ଯାଇଛି, ହିନ୍ଦୁ ଶାସ୍ତ୍ର ଅନୁଯାଇ ସପ୍ତାହ ସବୁ ଦିନ କୌଣସି ଦେବୀ ଦେବତାଙ୍କୁ ସମର୍ପିତ ଅଟେ, ସେହି ଭଳି ସୋମବାର ଦିନ ଭଗବାନ ଶିବଙ୍କୁ ଅର୍ପିତ ଅଟେ, ଏମିତି କୁହା ଯାଇଛି ଯେ ଏହି ଦିନ ଭଗବାନ ଶିବଙ୍କୁ ପୂଜା ଅର୍ଚନା କଲେ ଭଗବାନ ଶିବ ବହୁତ ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତକୁ ମନଇଛା ଫଳ ପ୍ରଦାନ କରନ୍ତି, ତେବେ ଦେଖିବାକୁ ଗଲେ ଭଗବାନ ଶିବଙ୍କ ପୂଜା ରେ ଆପଣଙ୍କୁ କିଛି ବିଶେଷ ଜିନିଷ ଆବଶ୍ୟକ ହୋଇନଥାଏ ।

ଯଦି ଭକ୍ତ ସଫା ଏବଂ ନିର୍ମଳ ମନରେ ଶିବ ଭଗବାନଙ୍କୁ ଗୋଟେ ଢାଳ ପାଣି ଦେଇ ଥାଏ ତେବେ ବି ଶିବ ଭଗବାନ ଭକ୍ତ ଉପରେ ପ୍ରସନ୍ନ ହୁଅନ୍ତି ଏହା ଛଡା ବହୁତ ଲୋକ ଏମିତି ଅଛନ୍ତି ଯିଏ ଶିବ ଭଗବାନକୁ ପ୍ରସନ୍ନ କରିବା ପାଇଁ ଅଲଗା ଅଲଗା ଉପାୟ କରନ୍ତି ଯାହା ଦ୍ଵାରା ଭଗବାନଙ୍କ କୃପା ଦ୍ରୁଷ୍ଟି ତାଙ୍କ ଉପରେ ସଦେବ ରହୁ । ଆଜି ଆମେ ଆପଣଙ୍କୁ ଶିବ ଭଗବାନଙ୍କୁ ଶୀଘ୍ର ପ୍ରସନ୍ନ କରିବା ଉପାୟ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ଏହି ଉପାୟ ସୋମବାର ଦିନ କରନ୍ତି ତେବେ ଏହା ଆପଣଙ୍କ ମନ୍ସକାମନା ପୂର୍ଣ କରିବାରେ ସାହାଜ୍ଯ କରନ୍ତି ଏବଂ ଭଗବାନ ଭୋଳେନାଥ କୃପା ଆପଣଙ୍କ ଉପରେ ଜୀବନ ସାରା ରହିଥାଏ ।

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର ଦିନ କରନ୍ତୁ ଏହି ଉପାୟ :

 

# ସର୍ବ ପ୍ରଥମ କଥା ଯଦି ଆପଣ ଶିବ ଭଗବାନ କୃପା ପ୍ରାପ୍ତ କରିବା ପାଇଁ ଚାହନ୍ତି ତେବେ ଆପଣ ପ୍ରତି ସୋମବାର ଦିନ ଭଗବାନଙ୍କ ପୂଜା କରନ୍ତୁ, ଧାର୍ମିକ ଶାସ୍ତ୍ର ରେ ମଧ୍ୟ ଏହାର ଉଲ୍ଲେଖ କରା ଯାଇଛି, ଯେଉଁ ଭକ୍ତ ମନ ଧ୍ୟାନ ଦେଇ ଶିବ ଭଗବାନଙ୍କ ପୂଜା କରିଥାଏ ସେହି ଭକ୍ତ ଜୀବନ ସବୁ ମନୋକାମନା ଭଗବାନ ପୂର୍ଣ କରନ୍ତି, ଯଦି ଆପଣ ପ୍ରତି ସୋମବାର ଦିନ ସକାଳେ ଉଠି ସ୍ନାନ ଇତ୍ୟାଦି କାମ ସମାପ୍ତ କରି ଶିବ ଭଗବାନ ଆରାଧନା କରନ୍ତି ତେବେ ଆପଣଙ୍କ ଭକ୍ତି ଦ୍ଵାରା ଶିବ ଭଗବାନ ପ୍ରସନ୍ନ ହୋଇ ଆପଣଙ୍କ ଜୀବନ ସବୁ କଷ୍ଟ ଦୂର କରନ୍ତି ।

# ଶାସ୍ତ୍ର ଅନୁଯାଇ ଯଦି ସୋମବାର ଦିନ ଆପଣ ମନ ଧ୍ୟାନ ଦେଇ ଶିବ ଭଗବାନଙ୍କ ଆରାଧନା କରିବା ପାଇଁ ଚାହନ୍ତି ତେବେ ଚନ୍ଦନ, ଅକ୍ଷତ, ଧତୁର, ଅଙ୍କନ ଫୁଲ, ଖିର, ଗଙ୍ଗା ଜଳ ଏବଂ ବେଲପତ୍ର ଇତ୍ୟାଦି ଅବଶ୍ୟ ଯୋଗାଡ କରନ୍ତୁ କାହିଁକିନା ଏହି ସବୁ ସାମଗ୍ରୀ ମହାଦେବଙ୍କୁ ବହୁତ ପ୍ରିୟ ଅଟନ୍ତି, ଯଦି ଆପଣ ନିର୍ମଳ ମନରେ ଏହି ସବୁ ଜିନିଷ ଭଗବାନଙ୍କୁ ଅର୍ପଣ କରନ୍ତି ତେବେ ମହାଦେବ ଆପଣଙ୍କ ଉପରେ ଶୀଘ୍ର ପ୍ରସନ୍ନ ହୁଅନ୍ତି ।

# ଆପଣ ସୋମବାର ସିଁ ମହାଦେବଙ୍କୁ ପୂଜା ସମୟରେ ଭୋଗ ରୂପରେ ଗହମ ଅଟା ଦ୍ଵାରା ତିଆରି ପ୍ରସାଦ, ଚିନୀ, ଘିଅ ଅର୍ପିତ କରନ୍ତୁ, ଏହା ପରେ ଆପଣ ଭଗବାନଙ୍କୁ ଧୂପ ଦୀପ ଦେଖାନ୍ତୁ ଏହି ଉପାୟ ଦ୍ଵାରା ଆପଣଙ୍କ ଜୀବନ ସବୁ ପ୍ରକାର କଷ୍ଟ ଦୂର ହୋଇଥାଏ ଏବଂ ଆପଣଙ୍କୁ ମୁକ୍ତି ମିଳିଥାଏ ।

Leave a Reply

Your email address will not be published. Required fields are marked *