ରାଜ୍ୟରେ ପୁଣି ୫ କରୋନା ଚିହ୍ନଟ, ସେଥିମଧ୍ୟରୁ ୪ ଜଣ ଆଉ ଏକ ନୂଆ ଜିଲ୍ଲାରେ ଚିହ୍ନଟ

କେନ୍ଦ୍ରାପଡାରେ ପୁଣି ଗୋଟେ କୋରୋନା ପଜେଟିଭ ବାହାରିଛି ଓ ଗୋଟେ ନୂଆ ଜିଲ୍ଲା ଯେଉଁଠି ଏ ପର୍ଯ୍ୟନ୍ତ ଗୋଟେ ବି କରୋନା କେସ ବାହାରି ନଥିଲା ସେଠି ଏକକାଳୀନ ୪ ଜଣ ନୂଆ କେସ ବାହାରିଛି । ତେବେ ଏହା ହେଉଛି ଜଗତସିଂହପୁର ଜିଲ୍ଲା, ଯେଉଁଠି ନୂଆ କେସ ବାହାରିଛି ଯାହା ପାଇଁ ବର୍ତ୍ତମାନ ଓଡିଶାରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ହେଲା ୧୮୫ । ତେବେ ଏମାନଙ୍କ ମଧ୍ୟରୁ ଗୋଟେ ପରିବାରର ୩ ଜଣ ଓ ଜଣେ ତାଙ୍କର ପଡୋଶୀ ଅଟନ୍ତି । ତେବେ ଏମାନେ ସବୁ ସୁରତରୁ ଫେରି ଥିଲେ ।

Image Courtesy: Google

ତେବେ କେନ୍ଦ୍ରାପଡାରେ ଯେଉଁଟା ବାହାରିଛି ତାହା ବେଙ୍ଗଲ ସହ ଲିଙ୍କ ଅଛି ବୋଲି ଜଣା ପଡିଛି । ତେବେ ଜଗତସିଂହପୁରରେ ବାହାରିଥିବା ସମସ୍ତ ବ୍ୟକ୍ତି ନାଉଗାଁ ଅଞ୍ଚଳର ଅଟନ୍ତି । ତେବେ କେନ୍ଦ୍ରାପଡା ଏବେ କରୋନା ମୁକ୍ତ ଥିବା ବେଳେ ପୁଣି ଏକ ନୂଆ ସଂକ୍ରମିତ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ତେବେ ବର୍ତ୍ତମାନ ଓଡିଶାର ମୋଟ ୧୮୫ ପଜେଟିଭ କେସରୁ ୧୨୨ଟି ସକ୍ରିୟ ଓ ୬୧ ଜଣ ସୁସ୍ଥ ହୋଇଛନ୍ତି । ଏବଂ ବାକି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସାରା ଦେଶ ଏବେ କରୋନା ସହ ଲଢୁଥିବା ବେଳେ ପ୍ରତ୍ୟକ ବ୍ୟକ୍ତି ଏବେ ଡଋ ଡଋ ବଞ୍ଚୁଛି । ସରକାର ନୂଆ ନୂଆ ପଦକ୍ଷପ ତ ନେଉଛନ୍ତି ହେଲେ କିଛି ଫଳପ୍ରଦ ହେଉ ନାହିଁ ।

Image Courtesy: Google

ଯେତିକି ସମ୍ଭବ ସରକାର ତା ଠୁ ବି ଅଧିକା କରୁଛନ୍ତି କିନ୍ତୁ ଏହି ଭାଇରସ ଥମିବାର ନାଁ ନେଉନି । ବର୍ତ୍ତମାନ ସମଗ୍ର ଦେଶରେ ପରିସ୍ଥିତି ବହୁତ ସଙ୍ଗିନ ହୋଇଗଲାଣି । ଆମେରିକା ଭଳି ଦେଶ ମଧ୍ୟ ଏଥିରୁ ବାଦ ଯାଇନି । କିନ୍ତୁ ତ ଥାପି ଲୋକ ମାନେ ଚେତୁଆ ନାହାନ୍ତି ଓ ସରକାରଙ୍କ ନିୟମ ପାଳନ ନ କରି ବିପଦକୁ ନିଜ ଆଡକୁ ଟାଣି ଆଣୁଛନ୍ତି । ଆପଣମାଙଙ୍କୁ ଆମର ଏତିକି ଅନୁରୋଧ ଦୟାକରି ସରକାରଙ୍କ ନିୟମକୁ ପାଳନ କରନ୍ତୁ, ସାମାଜିକ ଦୂରତା ରକ୍ଷା କରନ୍ତୁ । ନିଜ ସହ ନିଜ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷିତ ରଖନ୍ତୁ ।

Leave a Reply

Your email address will not be published. Required fields are marked *