ଏହି 5ଟି କଥା ସର୍ବଦା ମାନେ ରଖନ୍ତୁ, ଆପଣଙ୍କ ଜୀବନ ସମ୍ପୁର୍ଣ୍ଣ ବଦଳିଯିବ- Krishna Vani

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଲୋକମାନେ ବହୁତ ଭାବରେ ଶାସ୍ତ୍ର କୁ ବିଶ୍ୱାସ କରିଥାନ୍ତି । ହିନ୍ଦୁ ଧର୍ମ ର ଲୋକ ମାନଙ୍କ ପାଇଁ ଶାସ୍ତ୍ର ର ବହୁତ ମହତ୍ୱ ରହିଛି । ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ ବୋଲି ସମସ୍ତେ ବିଶ୍ୱାସ କରିଥାନ୍ତି । ଭଗବାନ ଶିବ ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ୱାରା ରଚିତ ଶ୍ରୀମଦ ଭଗବତ ଗୀତା କୁ ହିନ୍ଦୁ ଧର୍ମ ର ମୁଖ୍ୟ ଗ୍ରନ୍ଥ ଭାବରେ ଗ୍ରହଣ କରାଯାଇଥାଏ ।

ଦୁନିଆ ରେ ଏପରି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଏହି ଭଗବତ ଗୀତା ରେ ନ ଥିବ ।  ମନୁଷ୍ୟ ର ସାମାଜିକ ଜୀବନ କଥା ଵସ୍ତୁ କୁ ନେଇ ଭଗବତ ଗୀତା ରଚନା କରାଯାଇଛି । ଏଠି ରେ ମନୁଷ୍ୟ ଜୀବନ ର ପ୍ରତି ଟି କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଭଗବାନ ଶ୍ରୀକୃଷ୍ଣ ଙ୍କ ର ଏପରି କିଛି ବାଣୀ ରହିଛି ଯାହା ମନୁଷ୍ୟ ଜୀବନ କୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହି ବାଣୀ ଗୁଡିକ ବିଷୟରେ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଆପଣ ଯାହାକୁ ସବୁଠାରୁ ବେଶୀ ଭଲ ପାଉଛନ୍ତି ତାଙ୍କୁ ସବୁବେଳେ ସ୍ୱତନ୍ତ୍ରତା ଦିଅନ୍ତୁ ।

ଅନେକ ଲୋକ ଅଛନ୍ତି ଯେଉଁ ମାନେ ଯାହାକୁ ସବୁଠାରୁ ଅଧିକ ଭଲ ପାଇଥାଆନ୍ତି ତାକୁ ଅନେକ କଥା ରେ ବାରଣ କରିଥାନ୍ତି । ସବୁବେଳେ ତାଙ୍କୁ କିଛି କରିବାରୁ ଅଟକାଇ ଥାଆନ୍ତି । ତାହା ତାଙ୍କ ଭଲ ପାଇଁ ହିଁ ହୋଇଥାଏ । କିନ୍ତୁ ସେମାନେ ତାହା ବୁଝି ପାରି ନ ଥାନ୍ତି । ତେଣୁ ତାଙ୍କୁ ସ୍ୱତନ୍ତ୍ରତା ଦେବା ଉଚିତ ଯାହା ଲ ଫଳ ରେ ସେମାନେ ନିଜର ଠିକ ଭୁଲ କୁ ବୁଝି ପାରିବେ । କାରଣ ଆପଣ ତାଙ୍କ ସହିତ ସବୁବେଳେ ନ ଥିବେ ଠିକ ଭୁଲ ବୁଝାଇବା ପାଇଁ । ଆମର ମନ ର ଉତ୍ସୁକତା ଓ ଭାବନା ହିଁ ଆମ ଜୀବନ କୁ ବଦଳାଇବା ରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

ଯେତେବେଳେ ଗୋଟିଏ ଛୁଆ ଜନ୍ମ ହୋଇଥାଏ ସେତେବେଳେ ତାର ଜୀବନ ର ଆରମ୍ଭ ହୋଇଥାଏ । ଏହା ପରେ ସେ ନିଜର ଭବିଷ୍ୟତ ର ଉନ୍ନତି ସମ୍ପର୍କରେ ଚିନ୍ତା କରିଥାଏ । ତେଣୁ ଯଦି ଆମେ ପ୍ରତ୍ୟକ ଦିନ ସକାଳୁ ଆଖି ଖୋଲିବା କୁ ଆମ ଜୀବନ ର ପ୍ରାରମ୍ଭ ବୋଲି ମାନି ନେବା,ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଯଦି ଆମେ ଜୀବନ ଜୀଇଁବାର ସମୟ ଭାବିନେବା ତେବେ ଆମେ ଅନେକ କାର୍ଯ୍ୟ କରିପାରିବା । ଆମ ମନ ଭିତରେ ଏକ ଅଦ୍ଭୁତ ଶକ୍ତି ଗୁଞ୍ଜରୀ ଉଠିବ । ଯଦି ଆପଣ ନିଜର ପ୍ରତ୍ୟକ ଟି ଦିନ ଓ ସମୟ ଉତ୍ସୁକତା ର ସହିତ ବଂଚିବେ ତେବେ ଆପଣଙ୍କ ଜୀବନ ସାର୍ଥକ ହୋଇପାରିବ । ଆମେ ପ୍ରତ୍ୟେକ ଦିନ କିଛି ନା କିଛି କାମ କରିଥାଉ ।

କାମ କରିବାରୁ ଆମେ ବହୁତ ଥକି ଯାଇଥାଉ । ତେଣୁ ଆମେ ଆଶା କରିଥାଉ କି ଦିନ ରେ ୨୪ ଘଂଟା ନ ହୋଇ ୨୬ ଘଂଟା ହୋଇଥିଲେ ବହୁତ ଭଲ ହୋଇଥାନ୍ତା । ଆମେ ଭାବିଥାଉ କି ଆମେ ବହୁତ କାମ କରୁଛୁ । କିନ୍ତୁ ଆମେ କେବେ ଭାବିଛୁ କି ସଂସାର ରେ ଯେଉଁମାନେ ସଫଳ ହୋଇ ପାରିଛନ୍ତି ତାଙ୍କୁ ବି ତ ସେହି ଗୋଟିଏ ଦିନ ରେ ୨୪ ଘଂଟା ହିଁ ସମୟ ମିଳିଥିଲା । ତେବେ ସେ ସଫଳ କିପରି ହେଲେ । ଏହା ପଛରେ ଏକ ଛୋଟ ରହସ୍ୟ ଅଛି ।

ତାହା ହେଉଛି ସେମାନେ ଏପରି କାମ ବାଛିଥାନ୍ତି ଯାହାକୁ କରିବା ଦ୍ୱାରା ତାଙ୍କୁ ଆନନ୍ଦ ମିଳିଥାଏ । ତାଙ୍କୁ ସୁଖ ପ୍ରାପ୍ତ ହୋଇଥାଏ । ଯେଉଁ କାମ ରେ ଆନନ୍ଦ ମିଳିଥାଏ ସେଥିରେ ମନୁଷ୍ୟ ଥକି ପଡି ନ ଥାଏ । ତେଣୁ ସବୁବେଳେ ଏପରି କାମ ବାଛନ୍ତୁ ଯାହା ଆପଣଂକୁ ପସନ୍ଦ ଥିବ ଓ ଆପଣ ସେଥିରୁ ଆନନ୍ଦ ପାଉଥିବେ । ତେବେ ହି ଆପଣ ସଫଳ ହୋଇପାରିବେ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *