ଭଗବାନ ବୁଦ୍ଧଙ୍କ ଏହି ଶିକ୍ଷା ଆପଣଙ୍କୁ ଜୀବନରେ ବହୁତ ସଫଳତା ପ୍ରଦାନ କରିବ

ଆପଣଙ୍କ ମଧ୍ୟରୁ କେତେକ ଲୋକ ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ଚାହନ୍ତି, ଏମିତି ମଧ୍ୟ ହୋଇ ଥିବ ଯେ ଆପଣ ପରିଶ୍ରମ କରି ଥିବେ କିନ୍ତୁ କିଛି ସମସ୍ୟା ବା ବାଧା ପାଇଁ ଆପଣଙ୍କୁ ସଫଳତା ପ୍ରାପ୍ତ ହୋଇ ପାରି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଭଗବନା ବୁଦ୍ଧଙ୍କ ଦ୍ଵାରା ମିଳି ଥିବା ଜ୍ଞାନ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ନିଜ ଜୀବନ ରେ ଏହି କଥା ଉପଯୋଗ କଲେ ଆପଣଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତ ହୋଇବ ।

ତେବେ ଅସବଟୁ ଜାଣିବା ସେହି ସବୁ ଜ୍ଞାନ ବିଷୟରେ

ଗୋଟେ ଥର ଭଗବାନ ବୁଦ୍ଧ ନିଜ ଶିଷ୍ୟମାନଙ୍କ ସହ ଗାଁ ଗାଁ ବୁଲିବାକୁ ଗଲେ, ଅଧିକ ବୁଲିବା କାରଣରୁ ଭଗବାନ ବୁଦ୍ଧଙ୍କ ଗଳା ସୁଖୀ ଗଲା ଓ ସେ ନିଜ ଶିଷ୍ୟମାନଙ୍କ ସହ ଗଛ ତଳେ ବସି ବିଶ୍ରାମ କଲେ । ଅଧିକ ଶୋଷ ଲାଗିବାରୁ ଭଗବାନ ବୁଦ୍ଧ କହିଲେ “ଆପଣଙ୍କ ମଧ୍ୟରୁ କେହି ପାଣି ଆଣି ମୋ ଶୋଷ ବୁଝେଇବ” । ଭଗବାନ ବୁଦ୍ଧ କଥା ଶୁଣି ବହୁତ ଶିଷ୍ୟ ଜଳ ଆଣିବା ପାଇଁ ହାତ ଟେକିଲେ, ବୁଦ୍ଧ ଶ୍ୟାମ ନାମକ ଗୋଟେ ଶିଷ୍ୟକୁ ଜଳ ଆଣିବା ପାଇଁ ଆଜ୍ଞା ଦେଲେ ।

ଶ୍ୟାମ ଜଳ ଖୋଜିବା ପାଇଁ ବହୁତ ବୁଲିଲା ତା ପରେ ତାକୁ ଗୋଟେ ନଦୀ ଦେଖା ଗଲା । ଏହି ନଦୀ ରେ କେତେକ ଲୋକ ଅଲଗା ଅଲଗା ପ୍ରକାର କାର୍ଯ୍ୟ କରୁଥିଲେ ଯେମିତିକି କେତେକ ଲୋକ କପଡା ଧୋଉ ଥିଲେ, ତେବେ କେତେ ଲୋକ ନିଜ ପଶୁଙ୍କୁ ଗାଧଊ ଥିଲେ । ଏହି ସବୁ କାର୍ଯ୍ୟ ପାଇଁ ନଦୀ ପାଣି ବହୁତ ଅସନା ହୋଇ ଯାଇ ଥିଲା । ଏହି ଅସନା ପାଣିକୁ ଦେଖି ଶ୍ୟାମ ମନେ ମନେ ଭାବିଲା ଯେ “ମୁଁ ଭଗବାନ ବୁଦ୍ଧଙ୍କୁ ଏହି ଅସନା ପାଣି କେମିତି ପିଆଇ ପାରିବି ?” ଏହା ଭାବି ସେ ଖାଲି ହାତ ସେଠାରୁ ଫେରି ଆସିଲା ।

ଶ୍ୟାମ କଥା ଶୁଣି ଭଗବାନ ବୁଦ୍ଧ ହସିଲେ ଏବଂ କହିଲେ “ କିଛି କଥା ନାହିଁ ଶ୍ୟାମ। ତମେ ଦ୍ଵିତୀୟ ଥର ସେହି ନଦୀ କୂଳେ ଜାଅ ଏବଂ ଦୁଇ ଘଣ୍ଟା ଆଖି ବନ୍ଦ କରି ଧ୍ୟାନ କର ତା ପରେ ମୋ ପାଇଁ ସେହି ନଦୀରୁ ଜଳ ନେଇକି ଆସ ।” ବୁଦ୍ଧଙ୍କ କଥା ଶ୍ୟାମ ବୁଝି ପାଇଲା ନାହିଁ କିନ୍ତୁ ତାଙ୍କ ଆଦେଶ ମାନି ସେ ପୁନଶ୍ଚ ସେହି ନଦୀ କୂଳକୁ ଗଲା ଓ ସେମିତି କଲା ଦୁଇ ଘଣ୍ଟା ଆଖି ବନ୍ଦ କରି ଧ୍ୟାନ କଲା ।

ଆଖି ଖୋଲିଲା ପରେ ସେ ନଦୀ ପାଣି ସ୍ବଚ୍ଛ ଓ ନିର୍ମଲ ଦେଖିବାକୁ ପାଇଲା ଯାହା ପରେ ସେ ପ୍ରସନ୍ନ ହୋଇ ନିଜ ଗୁରୁଙ୍କ ପାଇଁ ସେହି ପାଣି ପିଇବା ପାଇଁ ଆଣିଲା । ଏହା ପରେ ସେ ବୁଦ୍ଧଙ୍କ ପାଖକୁ ଯାଇ କହିଲା ହେ ଭଗବାନ! ଆପଣ ତ ଚମତ୍କାର କରିଦେଲେ ନଦୀର ଅସନା ପାଣି ସଫା ହୋଇଯାଇଛି ।

ଏହି କଥା ଶୁଣି ବୁଦ୍ଧ ହସିଲେ ଏବଂ କହିଲେ ” ଏହା ମୋର ଚମତ୍କାର ନୁହେଁ ଏହା ତୁମ ଧର୍ଯ୍ୟର ଫଳ, କାହିଁକି ନା କିଛି ସାମୀ ତମେ ଅପେକ୍ଷା କରିବା ପରେ ଯେତେବେଳେ ଲୋକ କମ ସଋ ସେଠାରୁ ପଳେଇଲେ ତ ସବୁ ଆସନ ତଳେ ଜମି ଗଲା ଓ ଉପରୁ ପଣି ସାଫା ହୋଇ ଗଲା ।

ବୁଦ୍ଧ ପୁଣି କହିଲେ ” ଜୀବନରେ ଯଦି କେବେ ବାଧା ବା ସମସ୍ୟା ଆସେ ତେବେ ହାର ମାନି ଫେରିବ ନାହିଁ, ବରଂ ଧର୍ଯ୍ୟ ରଖି ସେହି ସମସ୍ୟାର ସମାଧାନ ଖୋଜ ” । ଯଦି ଆପଣମାନେ ମଧ୍ୟ ବୁଦ୍ଧଙ୍କର ଏହି କଥାକୁ ନିଜ ଜୀବନରେ ଆପଣାଇବେ ତ ଆପଣଙ୍କୁ ଜୀବନରେ ସଫଳ ହେବାରୁ କେହି ବି ଅଟକେଇ ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *