ଭଗବାନ ହେଉଛନ୍ତି ସୃଷ୍ଟିର କର୍ତ୍ତା । ତାଙ୍କ ଅନୁସାରେ ମଣିଷର ଜୀବନ ନିର୍ଧାରିତ ହୋଇଥାଏ । ମଣିଷର ଭାଗ୍ୟ ଇଶ୍ଵରଙ୍କ ଅନୁସାରେ ଲିଖିତ ହୋଇଥାଏ । ଏହାକୁ କେହି ବଦଳାଇ ପାରିବେ ନାହି । କିନ୍ତୁ କେବେ ଆପଣ ମାନେ ଭାବିଛନ୍ତି କି ଇଶ୍ଵର କେମିତି ଭାଗ୍ୟ ଲେଖନ୍ତି ? ଭଗବାନ ଏମିତି ଭାବେ ଭାଗ୍ୟ ଲେଖନ୍ତି ଯାହା ମଣିଷ ର ବଶରେ ନ ଥାଏ । ଇଶ୍ଵର ଲେଖନ୍ତି କେବଳ ଗୋଟିଏ ଶବ୍ଦ ତଥାସ୍ତୁ । ଏହାର ଅର୍ଥ ହେଉଛି ମଣିଷ ଯାହା ଚାହିଁବ ତାହା କରି ପାରିବ । ଏଥିରେ କେହି କିଛି କରି ପାରିବେ ନାହି । ଯଦି ବ୍ୟକ୍ତି ସୁଖୀ ଅଛି ତେବେ ତାର କାରଣ ହେଉଛି ସେ କିଛି ଭଲ କାମ କରିଛି ।
ଯାହା ପାଇଁ ସେ ନିଜେ ଖୁସି ହେବା ସହ ତାର ପରିବାର ମଧ୍ୟ ହସ ଖୁସିରେ ରହିଛି । କିନ୍ତୁ ଅନ୍ୟ କ୍ଷେତ୍ର ରେ ଯଦି ବ୍ୟକ୍ତି ଦୁଖୀ ଅଛି ତେବେ ତାର କାରଣ ସେ ନିଜେ । ବ୍ୟକ୍ତି ନିଜର ଖରାପ କର୍ମ ପାଇଁ ନିଜେ ସମସ୍ୟାର ସମୁଖିନ୍ନ ହୋଇଥାଏ । କେବଳ ନିଜେ ନୁହେଁ ବରଂ ଜଣଙ୍କ ପାଇଁ ତାର ପରିବାର ମଧ୍ୟ ଏହାର ଶିକାର ହୋଇଥାଏ । ବ୍ୟକ୍ତି ଯାହା ଭାବେ କିଛି ସମୟରେ ତାହା ସମ୍ଭବ ହୋଇଥାଏ । କିନ୍ତୁ ଅନ୍ୟ କ୍ଷେତ୍ର ରେ ବ୍ୟକ୍ତି ଯାହା ଇଚ୍ଛା କରିଥାଏ ତାହା ଭୋଗ କରିପାରେ ନାହି । ଏହାର ମୁଖ୍ୟ କାରଣ ହେଉଛି ବ୍ଯକ୍ତିର କର୍ମ ଫଳ । ଗୀତା ରେ ଲେଖା ଯାଇଛି କର୍ମ କର ଫଳର ଆଶା ରଖନୀ ।
ଯଦି ବ୍ୟକ୍ତି ଫଳ ପାଇବା ଆଶାରେ କର୍ମ କରୁଥାଏ ତେବେ ଏହା ତାର ଭ୍ରମ ଧାରଣା । କିନ୍ତୁ ଯଦି ବ୍ୟକ୍ତି କିଛି ନ ଭାବି କର୍ମ କରିବ ତେବେ ଭଗବାନ ତାର ଫଳ ନିଚିନ୍ତ ଭାବେ ତାକୁ ଦେବେ । ବ୍ଯକ୍ତିର କର୍ମ ଫଳ ଅନୁଯାୟୀ ତାର ଭାଗ୍ୟ ନିଏଧାରିତ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଅନେକ ସମୟରେ ସୁଖୀର ଭାଗୀଦାର ହୋଇଥାଏ ତ ଆଉ କେତେକ ସମୟରେ ଦୁଖୀର ଭାଗୀଦାର ହୋଇଥାଏ । ବ୍ୟକ୍ତିର ଚିନ୍ତା ତାର କର୍ମ ହୋଇଥାଏ, କର୍ମରୁ ତାର ଅଭ୍ଯାସ ହୋଇଥାଏ, ଅଭ୍ଯାସରୁ ଭାଗ୍ୟ ନିର୍ଧାରିତ ହୋଇଥାଏ । ବ୍ୟକ୍ତି ନିଜର କର୍ମ ଅନୁଯାୟୀ ଫଳ ପାଇଥାଏ ବୋଲି ଭଗବାନ କହିଛନ୍ତି ।
ଯଦି ବ୍ୟକ୍ତି ନିଜର ଆଦତ ଅନୁସାରେ କର୍ମ କରେ ତେବେ ତାର ଫଳ ଆଜି ନ ହେଲେ ବି କାଲି ମିଳିଥାଏ । ଯଦି ବ୍ୟକ୍ତି କିଛି ବର୍ଷ ପୂର୍ବେ କର୍ମ କରିଥିବ ତେବେ ତାର ଫଳ ସାଙ୍ଗେ ସାଙ୍ଗେ ମିଳିବ ତାହାର କୌଣସି ଗ୍ୟାରେଣ୍ଟି ନାହି । ସମୟ ଅନୁସାରେ ବ୍ଯକ୍ତିର କର୍ମ ଫଳ ଭାବାନ ନିଶ୍ଚୟ ଦେଇଥାନ୍ତି । ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ ଭାଗଣା ଭାଗ୍ୟ ଲେଖି ନ ଥାନ୍ତି ବରଂ ମଣିଷ ନିଜର ଭାଗ୍ୟ ନିଜେ ଲେଖିଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।