ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ଏହି ୮ଟି ସଙ୍କେତ । କଣ ଆପଣଙ୍କୁ ବି ମିଳିଛି ଏହି ସବୁ ସଂକେତ !

ବନ୍ଧୁଗଣ ଜୀବନ, ମୃତ୍ୟୁ, ଲାଭ, କ୍ଷତି ଏହି ସବୁ ଜୀବନର ଜରୁରୀ ଅଙ୍ଗ ଅଟେ । କେବେ ଜୀବନରେ ଖୁସି ର ଦୁଃଖ ର କଳା ବାଦଲ ଆସିଥାଏ । ଏହି ସବୁ ସମୟ ଚକ୍ର ଯୋଗୁ ହୋଇଥାଏ । ସମୟ ଠାରୁ ବଡ କିଛି ବି ନାହିଁ । ଅନେକ ସମୟରେ ଏମିତି କିଛି ଲୋକ ଦେଖା ଯାଇଥାନ୍ତି ଯେଉଁ ମାନେ ରାଜା ସମାନ ଜୀବନ ବିତାଇଥାନ୍ତି । ଆଉ ରାଜା ବ୍ୟକ୍ତି ଭିକାରି ହୋଇଯାଏ । ତେବେ ଏହା ସହ ସମୟ ଚକ୍ର କାରଣରୁ ହୋଇଥାଏ । ଆଜି ଆମେ ଜାଣିବା ଭଲ ସମୟ ଆସିବା ପୂର୍ବରୁ କେଉଁ କେଉଁ ସଂକେତ ମିଳିଥାଏ ଯାହା ଦ୍ଵାରା ଶୁଭ ସମୟ ବିଷୟରେ ଜାଣି ହୁଏ ।

1- ଘରର ଅଗଣା ରେ ଗାଈ ବାରମ୍ବାର କିଛି ଖାଇବାକୁ ଆସେ, ମାଙ୍କଡ କିଛି ଜିନିଷ ଘରୁ ନେଇଯାଏ, ବିଲେଇ ଘରେ ଛୁଆ ଜନ୍ମ କରେ ଓ ପକ୍ଷୀ ମାନେ ଆଗମନରେ ବସା ବାନ୍ଧିଥାଏ । ତେବେ ଏହି ସବୁ ସଂକେତ ଦର୍ଶାଇ ଥାଏ ଆଗାମୀ ସମୟରେ ଆପଣ ଧନବାନ ହେବା ସହ ଯୋଡି ପଦବୀ ହାସଲ କରିବେ ।

2- ଯଦି କେଉଁ ଛୋଟ ଝିଅ ବା ଶିଶୁ ଦେଖିକି ବାରମ୍ବାର ହସୁଥାନ୍ତି ବ ଗୃହକୁ ଆଗମନ କରିଥାନ୍ତି ତେବେ ଶୁଭ ସଂକେତ ମାନାଯାଏ । ଜୀବନରେ ଖୁସି ଆସିବାର ସଂକେତ ଦେଇଥାଏ ଓ ନୂଆ ସମ୍ପର୍କ ଯୋଡି ହୋଇଥାଏ ।

3- ସକାଳୁ ଘରୁ ଶୁଭ କାର୍ଯ୍ୟ କୁ ବାହାରିବା ସହ ଗୋମାତା, ସାଧୁ ସନ୍ଥ ଙ୍କ ଦର୍ଶନ ହେଲେ ବହୁତ ଶୁଭ ହିଥାଏ । ଏହାର ଅର୍ଥ ଆପଣ ଯେଉଁ କାମ ପାଇଁ ବାହାରିଥାନ୍ତି ତାହା ଅବଶ୍ୟ ସଫଳ ହେବ ।

4- ସନ୍ଧ୍ୟା ସମୟରେ ଜଳ ପୂର୍ଣ୍ଣ ପାତ୍ର ବା କ୍ଷୀର ଭରା ପାତ୍ର କାହା ଦ୍ଵାରା ପ୍ରାପ୍ତ ହେଲେ କିମ୍ବା ମିଠା ଦ୍ରବ୍ଯ ମିଳିଲେ ଏହି ସଙ୍କଟେ ଆପଣଙ୍କ ଜୀବନରେ ଶୁଭ ସମଯ ଆରମ୍ଭ ହେବାର ସୂଚନା ଦେଇଥାଏ ।

5- ଘରକୁ ପ୍ରିୟ ଅତିଥି, ସୁନା ଚାନ୍ଦି ଆସିବା, ମହିଳାଙ୍କ ବାମ ପଟ ଅଙ୍ଗ ଓ ପୁରୁଷଙ୍କର ଡାହାଣ ପଟ ଅଙ୍ଗ ଡେଇଁବା ବହୁତ ଶୁଭ ମାନନାଯାଏ । ଆଗକୁ ଆସୁଥିବା ସମୟ ବିଷୟରେ ସୂଚନା ଦେଇଥାଏ ।

6- ବିନା କାରଣରେ ଯଦି ମନ ପ୍ରସନ୍ନ ରହିଥାଏ। କ୍ରୋଧ ଠାରୁ ଦୂରେଇ ଯାଇଅଥାନ୍ତି ତେବେ ଜୀବନରେ ଖୁଶିର ଆଗମନ ହେବାର ସଂକେତ ହୋଇଥାଏ ।

7- ଯଦି ଆପଣଙ୍କର ଆଖି ବ୍ରହ୍ମ ମୂହୁର୍ତ୍ତ ରେ ଖୋଲିଯାଏ ଓ ଈଶ୍ବରଙ୍କ ସ୍ମରଣ ହୁଏ କିମ୍ବା କେହି ଆପଣଙ୍କୁ କୌଣସି ଦିଗକୁ ନେଇ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ସଫଳତା ର ନୂଆ ଦ୍ଵାର ଖୋଲିବାକୁ ଯାଉଛି ।

8- ଅନେକ ସମୟରୁ ହେଉଥିବା ଖର୍ଚ୍ଚ ବା ଆସୁଥିବା ଖର୍ଚ୍ଚ ଟଳିବାକୁ ଲାଗିଯାଏ ଓ ଧନର ନୂଆ ସ୍ରୋତ ଖୋଲିଯାଏ ତେବେ ଖରାପ ସମୟ ଯିବାକୁ ଲାଗୁଛି । ଓ ଘରେ ମା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *