ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ସବୁ ସଂକେତ! କଣ ଆପଣଙ୍କୁ ମିଳିଛି କି ଏହି ସବୁ ସଂକେତ ?

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ସମୟ ଏକ ଚକ୍ର । ଯେମିତି ଦିନ ପରେ ରାତି ଆସିଥାଏ । ସେହିପରି ମନୁଷ୍ୟ ଜୀବନରେ ଦୁଃଖ ପରେ ସୁଖ ନିଶ୍ଚୟ ଆସିଥାଏ । ଭାଗ୍ୟରେ ଥିବା ଓ ସମୟ ଆସିବା ଅପୂର୍ବରୁ ନା କିଛି ମିଳିଥାଏ ନା କିଛି ମିଳିବ ମଧ୍ୟ । ଅର୍ଥାତ ମନୁଷ୍ୟ ଭାଗ୍ୟରେ ଯାହା ରହିଥାଏ ତାହା ସେତିକି ସମୟ ଆସିବା ପରେ ମିଳିଥାଏ । ସମୟ ମଣିଷ ଜୀବନରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆଜି ଦୁଃଖ ଅଛି ତେବେ କାଲି ନିଶ୍ଚୟ ଖୁସି ଭରିଯିବ । ଆଜି ଆମେ ଜାଣିବା ଭଲ ସମୟ ଆସିବା ପୂର୍ବରୁ କେଉଁ କେଉଁ ସଂକେତ ମିଳିଥାଏ ।

1- କେବେ କେବେ ଅଧିକ ରାତି ଯାଏଁ ବା ସାରା ରାତି ବୀନା କାରଣରେ ନିଦ ଆସି ନ ଥାଏ । ତେବେ ଏହି ଛୋଟ କାରଣ ଟି ମଣିଷର କୌଣସି ବଡ ଇଚ୍ଛା ବହୁତ ଦିନ ଧରି ଆଶା କରିଥିବା କାର୍ଯ୍ୟ ପୂରଣ ହେବାର ସଂକେତ ହୋଇଥାଏ ।

2- ସକାଳର ନିଦ ସତେଜ ଓ ମନରେ ପଜେଟିଭ ଭାବନା ସହ ଯଦି ନିଦ ଭାଙ୍ଗିଥାଏ ତେବେ ଏହା ଏକ ଶୁଭ ସଂକେତ ହୋଇଥାଏ । ଜାଣି ରଖନ୍ତୁ ଏହି ଦିନ ଟି ଅତ୍ୟନ୍ତ ଶୁଭଦାୟକ ରହିବାର ଅଛି । ଏବଂ ଜୀବନରେ ଚାଲିଥିବା କୌଣସି ବଡ ସମସ୍ୟାର ସେହି ଦିନ ସମାଧାନ ହୋଇପାରେ । ଏହା ଛଡା ସକାଳୁ ଉଠିବା ପରେ କାଉ ବା କୋଇଲି ର ରାବ ଶୁଣାଗଲେ ଦିନ ଟି ଶୁଭ ହୋଇଥାଏ ।

3- ଘରୁ ବାହାରିବା ସମୟରେ ଜଳ ଭରା ବାଲଟି ଦେଖିବା ଦ୍ଵାରା କାର୍ଯ୍ୟ ରେ ସଫଳତା ଓ ଉନ୍ନତି ର ମାର୍ଗ ଖୋଲିଥାଏ । ଯାତ୍ରା ସମୟରେ ପାଣି ବାଲଟି ରୁ ପାଣି ବାହାରୁଥିବାର ଦ୍ରୁଶ୍ଯ ଦେଖିଲେ ଏହା ଅଶୁଭ ହୋଇଥାଏ । ଏହା ଦ୍ଵାରା ଯାତ୍ରା ରେ ବାଧା ଓ କାର୍ଯ୍ୟରେ ଅସଫଳତା ହେବାର ସଂକେତ ହୋଇଥାଏ ।

4- ମହିଳାଙ୍କ ଶରୀରର ବାମ ଓ ପୁରୁଷଙ୍କର ଶରୀରର ଡାହାଣ ଭାଗର ଗୋଡ, ହାତ, ଆଖି ଡେଇଁବାର ଅର୍ଥ ଶୁଭ ସମୟ ଆସୁଛି । ଆର୍ଥିକ ଦିଗରେ ପରିବର୍ତ୍ତନର ଶୁଭ ସଂକେତ ହୋଇଥାଏ ।

5- ଘରେ ଯଦି କ୍ଷୀର ଉତୁରିଯାଏ ତେବେ ଶୁଭ ସଂକେତ ହୋଇଥାଏ । ଗୃହକୁ ମୂଲ୍ୟବାନ ଦ୍ରବ୍ଯ ଆସିଥାଏ । ଘରେ ଥିବା ଝିଟିପିଟି ଯଦି ଝଗଡା କରୁଥାନ୍ତି ତେବେ ଅଶୁଭ ହୋଇଥାଏ ।

6- ଝିଟିପିଟି ଯଦି ଡାହାଣ କାନ ବା କାନ୍ଧରେ ପଡିଯାଏ ଅତ୍ୟନ୍ତ ଶୁଭ ହେବା ସହ ବ୍ୟବସାୟରେ ଲାଭ, ଦୂର ଯାତ୍ରା ପରି ଶୁଭ ସଂକେତ ମିଳିଥାଏ । ଡାହାଣ ହାତର ପାପୁଲି କୁଣ୍ଡାଇ ହେଲେ ଧନ ଆସିବାର ଶୁଭ ସଂକେତ ହୋଇଥାଏ ।

7- ସକାଳର ନିଦ ଯଦି କୌଣସି ଖରାପ ସ୍ଵପ୍ନରେ ଭାଙ୍ଗିଥାଏ ତେବେ ଦିନଟି ଅଶୁଭ ହୋଇଥାଏ । ସେହି ଦିନ ଶୁଭ କାର୍ଯ୍ୟ କରିବା ଅନୁଚିତ ।

8- ଦୂର ଯାତ୍ରା କରିବା ସମୟରେ ବିଲେଇ ଆଖି ସହ ଆଖି ମିଶାଏ ତେବେ ଯାତ୍ରାରେ ସମସ୍ଯା ଆସିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *