ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ଇତିହାସ ରଚିଲେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ । ଭାରତର ପାଇଲା ନୂଆ ରାଷ୍ଟ୍ରପତି , ବିରୋଧୀ ନେତା ଯଶବନ୍ତ ସିହ୍ନାଙ୍କୁ ହରାଇ ନୂଆ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ । ଦେଶ ପାଇଲା ପଞ୍ଚଦଶ ରାଷ୍ଟ୍ରପତି । ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ କେତେ ଟଙ୍କା ଦରମା ମିଳିବ, କେଉଁ କେଉଁ ସୁବିଧା ପାଇବେ । ରାଷ୍ଟ୍ରପତି ପଦବି ହେଉଛି ଦେଶର ସାମ୍ବିଧାନିକ ପଦ ଆଉ ଏହି ପଦରେ ଏବେ ବସିଲେ ଦ୍ରୌପସୀ ମୁର୍ମୁ । ଆସନ୍ତା ୨୫ରେ ସେ ବିଧିବଦ୍ଧ ଭାବେ ଦାୟିତ୍ଵ ନେବେ । ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଏବେ ମାସିକ ୫ଲକ୍ଷ ଟଙ୍କା ଦରମା ମିଳିବ । ୨୦୧୮ରେ ରାଷ୍ଟ୍ରପତିଙ୍କ ଦରମା ଥିଲା ଦେଢ ଲକ୍ଷ ଟଙ୍କା ।
ଦରମା ସହ ମାଗଣା ମେଡିକାଲ, ଟେଲିଫୋନ, ବିଜୁଳି ସହ ସବୁ ଭତ୍ତା ମଧ୍ୟ ଇଲିବ । ମର୍ଶୀଡିଜ-ବେଞ୍ଜ ଏସ-୬୦୦ ପୁଲମ୍ୟାନ ଗାର୍ଡ ଗାଡି ମିଳିଥାଏ ରାଷ୍ଟ୍ରପତି ଙ୍କୁ । ଦ୍ରୌପସୀଙ୍କ ପାଖରେ ୮୬ ଜଣିଆ ସ୍ଵତନ୍ତ୍ର ଗାର୍ଡ ରହିବେ ଯାହାଙ୍କୁ ପ୍ରେସିଡେନସିଆଲ ବଡିଗାର୍ଡ ମିଳିଥାଏ । ରାଷ୍ଟ୍ରପତି ଙ୍କୁ ମାଗଣା ଘର, ଦୁୟଟି ମୋବାଇଲ ଫୋନ ଓ ଆଜୀବନ ମାଗଣା ଚିକିତ୍ସା ସୁବିଧା ମିଳିବ ।
ପୂର୍ବତନ ରାଷ୍ଟ୍ରପତିଙ୍କୁ ଜଣେ ସହଯୋଗୀ ସହ ଟ୍ରେନ ବା ଆକାଶ ମାର୍ଗରେ ଯାତ୍ରା କରିବାକୁ ସୁବିଧା ମଧ୍ୟ ମିଳିବ । ରାଷ୍ଟ୍ରପତି ଭବନ ୩୪୦ ଏକର ରହିବ । ରାଷ୍ଟ୍ରପତି ଭବନକୁ ବ୍ରିଟିଶ ସରକାରଙ୍କ ପାଇଁ ନିର୍ମାଣ କରାଯାଇଥିଲା । ଏହି ଭବନକୁ ଏଡୱାର୍ଡ଼ ଓ ହଲବର୍ଟ ଡିଜାଇନ କରିଥିଲେ । ଏହାକୁ ନିର୍ମାଣ କରିବାକୁ ୧୭ ବର୍ଷ ଲାଗିଥିଲା । ରାଷ୍ଟ୍ରପତି ଭବନରେ ୩୪୦ଟି କୋଠରି ରହିଛି ।
ସେତେବେଳେ ଏହି ବିରାଟ ମହଲକୁ ନିର୍ମାଣ କରିବା ପାଇଁ ୪୫ଲକ୍ଷ ଇଟା ଲାଗିଥିଲା । ୧୫ ଏକରରେ ବ୍ୟାପୀଥିବା ମୋଗଲ ଗାର୍ଡେନ ମୁଖ୍ୟ ଆକର୍ଷଣର କେନ୍ଦ୍ର ସ୍ଥଳ । ଭାରତର ସମବଧିକନିକ ମୁଖ ହେଉଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି କରିବା ସମ୍ବିଧାନର ସରକ୍ଷଣ କରିବା ରାଷ୍ଟ୍ରପତିଙ୍କ ପ୍ରମୁଖ ଦାୟିତ୍ଵ ।
କ୍ଯାବିନେଟ ପାସ ପରେ ପାର୍ଲିଆମେଣ୍ଟରେ ପାସ ହୋଇଥିବା ବିଲ ରାଷ୍ଟ୍ରପତିଙ୍କ ପାଖକୁ ଯାଇଥାଏ । ରାଷ୍ଟ୍ରପତି ଙ୍କ ଦସ୍ତଖତ ବିନା କୌଣସି ବିଲ ମଞ୍ଜୁର ହୋଇପାରିବ ନାହି । କିନ୍ତୁ ସଂସଦରେ ଦ୍ଵିତୀୟ ଥର ପାଇଁ ବିଲ ପାସ ହେବେ ଦସ୍ତଖତ କରନ୍ତି ରାଷ୍ଟ୍ରପତି । ତିନି ସେନାର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ଧାରା ୭୨ ଆଧାରରେ ରାଷ୍ଟ୍ରପତି ଦୋଷୀଙ୍କ ଦଣ୍ଡକୁ କ୍ଷମା କରିପାରିବେ ।
ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଉପରେ ନିଷ୍ପତି ନେବେ ରାଷ୍ଟ୍ରପତି । ଭାରତର ମୁଖ୍ୟ ବିଚାରପତି, ରାଜ୍ୟ ହାଇକୋର୍ଟଙ୍କ ଜଜ, ନିର୍ବାଚନ କମିଶନର, ରାଜ୍ଯପାଳ, ରାଷ୍ଟ୍ରଦୁତଙ୍କ ନିଯୁକ୍ତି କରନ୍ତି ରାଷ୍ଟ୍ରପତି । ଧାରା-୩୫୨ ଆଧାରରେ ରାଷ୍ଟ୍ରପତି ଯୁଧ ବାହ୍ୟ ଆକ୍ରମଣ ବା ଶସ୍ତ୍ର ବିଦ୍ରୋହ ସମୟରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି ।
ଯଦି କୌଣସି ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ବିଫଳ ହୁଏ ତେବେ ରାଷ୍ଟ୍ରପତି ୩୫୬ର ବ୍ୟବହାର କରି ରାଷ୍ଟ୍ରପତି ଶାସନ ଲାଗୁ କରିପାରିବେ । ଏହି ସବୁ କ୍ଷମତା ପାଇବେ ଏବେ ଦ୍ରୌପସୀ ମୁର୍ମୁ ।ବନ୍ଧୁଗଣ ଆପଣ ମାନଙ୍କର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।