ଓଲିଉଡ ହିରୋଇନ Rajeswari Rayଙ୍କ ଲାଇଫ ଷ୍ଟାଇଲ, ବାୟୋଗ୍ରାଫି ଓ Family Album

ନମସ୍କାର ବନ୍ଧୁଗଣ, ଆପଣ ମାନେ ଓଲିଉଡ ଜଗତର ସୁନ୍ଦରୀ ଅଭିନେତ୍ରୀ ତଥା ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ ରାଜେଶ୍ଵରୀ ରାଏ ମହାପାତ୍ର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତେବେ ସବୁଠାରୁ ଦୁଖର ଖବର ହେଉଛି ଅନେକ ଦିନ ହେବ ସେ କ୍ୟାନ୍ସର ରୋରେ ପୀଡିତ ଥିଲେ । ଆଉ ଗତ କାଲି ତାଙ୍କର ପରଲୋକ ଘଟିଛି । ଆଜି ଆମେ ଆପଣ ମାନଙ୍କୁ ରାଜେଶ୍ଵରୀ ରାଏଙ୍କର ଲାଇଫ ଷ୍ଟାଇଲ ଓ ବାୟୋଗ୍ରାଫି ବିୟରେ କିଛି ଖାସ କଥା କହିବାକୁ ଯାଉଛୁ ।

ଅଭିନେତ୍ରୀ ରାଜେଶ୍ଵରୀଙ୍କର ଜନ୍ମ ବାଲେଶ୍ଵର ରେ ହୋଇଥିଲା । ଛୋଟ ବେଳ ଠାରୁ ତାଙ୍କର ପାଠ ପଢା ସହ ଅଭିନୟ ପ୍ରତି ବେସ ରୁଚି ରହିଥିଲା । ବହୁତ ସାରା ସିରିଏଲ ଓ ଫିଲ୍ମ ରେ ଦମଦାର ଅଭିନୟ କରି ଲୋକପ୍ରିୟତା ହାସଲ କରି ପାରିଥିଲେ ଅଭିନେତ୍ରୀ ରାଜେଶ୍ଵରୀ । ରାଜେଶ୍ଵରୀ ଭଲ ଅଭିନେତ୍ରୀ ହେବ ସହ ଜଣେ ଭଲ ଛାତ୍ରୀ ମଧ୍ୟ ଥିଲେ । ସେ ରେଭେନ୍ସା ୟୁନିଭର୍ସିଟି ରୁ ସାଇକୋଲୋଜି ରୁ ପିଜି କରିଛନ୍ତି ।

ସେ ଓଡିଆ ଧାରାବାହୀକ ଯେମିତିକି ଉଆଁସୀ କନ୍ୟା, ତୋ ପାଇଁ ମୁଁ, ବସୁନ୍ଧରା, ଦେବି ଆଦି ସିରିଏଲ ମାନଙ୍କରେ ଖୁବ ଚମତ୍କାର ଅଭିନୟ କରିଥିଲେ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ରାଜେଶ୍ଵରୀ ଙ୍କ ବାପା ଓ ମା ଙ୍କୁ । ତେବେ ତାଙ୍କ ମାଙ୍କର ବହୁତ ଦିନ ପୂର୍ବେ ଦେହାନ୍ତ ଘଟି ସାରିଛି । ସେ ୨୦୧୬ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ସେ ନିଜର ପରିବାର ସହ ବେଶ ହସ ଖୁସି ରେ ମଧ୍ୟ ସମୟ ବ୍ଯତୀତ କରିବାର ନଜର ଆସିଥାନ୍ତି । ସେ ସୋସିଆଲ ମିଡିଆରେ ପ୍ରାୟତ ସକ୍ରିୟ ରହିଥାନ୍ତି । ତାଙ୍କର ଜବରଦସ୍ତ ଅଭିନୟ ଆଜି ବି ଦର୍ଶକ ମାନେ ମନେ ରଖିଛନ୍ତି ଆଉ ଆଗକୁ ମଧ୍ୟ ମନେ ରଖିବେ । ତେବେ ତାଙ୍କର ଅକାଳ ବିୟୋଗ ରେ ତାଙ୍କ ପରିବାର ଠାରୁ ଆରମ୍ଭ କରି ବନ୍ଧୁ ଓ ପ୍ରିୟଜନ ମାନେ ଦୁଖରେ ଭାଙ୍ଗି ପଡିଛନ୍ତି ।

ଏହି ଭିଡିଓ ରେ ଆପଣ ରାଜେଶ୍ଵରୀଙ୍କ ସ୍ଵାମୀ ଙ୍କୁ ଦେଖି ପାରିବେ ଯାହାଙ୍କର ନାଁ ହେଉଛି ସଞ୍ଜୟ ମହାପାତ୍ର । ଏହି ଭିଡିଓ ରେ ଆପଣ ମାନେ ରାଜେଶ୍ଵରୀ ଙ୍କ ପ୍ରକୃତ ଘର ମଧ୍ୟ ଦେଖି ପାରିବେ । ଯାହା ଦେଖିବାକୁ କୌଣସି ଆଲିସନା ବଙ୍ଗଳା ଠାରୁ କମ ନୁହେଁ । ତେବେ ରାଜେଶ୍ଵରୀ ମଣିଷ ହିସାବରେ ବହୁତ ଭଲ ଥିଲେ ।

ତାଙ୍କର ବ୍ୟବହାର ଓ ବ୍ୟକ୍ତିତ୍ବ ମହଦୀ ଆତଙ୍କ ପରି ଖୁବ ସୁନ୍ଦର ରହିଥିଲା । ତାଙ୍କର ଲାଇଫ ଷ୍ଟାଇଲ ଖୁବ ନିଆରା ରହିଥିଲା ଯାହାକୁ ସେ ଖୁବ ମଜା ମସ୍ତି କରି ଉପୋଭୋଗ କରୁଥିଲେ । ତେବେ ତାଙ୍କର ଦେହାନ୍ତ ରେ ବର୍ତ୍ତମାନ ସମୟରେ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯିବାର ନଜର ଆସୁଛି ।

ବନ୍ଧୁଗଣ ଆପଣ ଅମାନଙ୍କୁ ଅଭିନେତ୍ରୀ ରାଜେଶ୍ଵରୀ ରାଏଙ୍କ ଲାଇଫ ଷ୍ଟାଇଲ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *