ଭାରତରେ ଏହି ନଦୀରେ ଭାସୁଛି ସୁନା! ଦେଖନ୍ତୁ କେଉଁଠି

ବନ୍ଧୁଗଣ ସୁନା ଗହଣା କାହାକୁ ବା ଭଲ ଲାଗେ ନାହି । ବିବାହ ବ୍ରତଘର ହେଉ ବା ଅନ୍ୟ କୌଣସି ପର୍ବ ପର୍ବାଣି ହେଉ ସବୁ କ୍ଷେତ୍ରରେ ସୁନା ପିନ୍ଧିବାକୁ ଲୋକେ ପସନ୍ଦ କରିଥାନ୍ତି । ହୀରା ପ୍ଲାଟିନିୟମ ଠାରୁ ସୁନାର ମୂଲ୍ୟ କମ ହୋଇଥିଲେ ମଧ୍ୟ ଲୋକେ ଅଧିକ ସୁନା ପସନ୍ଦ କରିଥାନ୍ତି । ତେବେ ଆପଣ ମାନେ ଜାଣିଛନ୍ତି ସୁନା କେଉଁଠାରୁ ଆସେ ବା ସୁନାର କୌଣସି ଖଣି ରହିଛି କିମ୍ବା ସୁନା କୌଣସି ମାଧ୍ୟମରୁ ଆସିଥାଏ । ସେହି ଆସନ୍ତୁ ଜାଣିବା ।

ସ୍ଥାନୀୟ ଲୋକ ମାନେ ନଦୀରୁ କାହାଣୀ ସୁନା ବାହାର କରନ୍ତି । ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏମିତି କେଉଁଠି ନଦୀ ଅଛି ଯେଉଁଠି ସୁନା ବାହାରୁଛି । ଏପରି ଏକ ନଦୀ ଆମ ଭାରତରେ ରହିଛି । ଝାଡଖଣ୍ଡ ରେ ବହି ଚାଲିଛି ସୁବର୍ଣ୍ଣରେଖା ନଦୀ । ଏହି ନଦୀରୁ ସୁନା ବାହାରୁ ଥିବାରୁ ଏହାର ନାମ ସୁବର୍ଣ୍ଣରେଖା ନଦୀ ରଖାଯାଇଛି ।

ଝାଡଖଣ୍ଡରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ସ୍ଥାନୀୟ ଆଦିବାସୀ ମାନେ ସକାଳ ହେବା ମାତ୍ରେ ସୁନା ଛାଣିବାକୁ ଯାଇଥାନ୍ତି । ଆଉ ଦିନ ସାରା ନଦୀ ବାଳୀରୁ ସୁନାର ଛୋଟ ଛୋଟ କଣିକା ବାହାର କରିଥାନ୍ତି । ତମାଣ୍ଡୋ ଓ ସାରଣ୍ଡା ନାମକ ଅଞ୍ଚଳରେ ଆଦିବାସୀ ମହିଳା ପୁରୁଷ ଓ ଛୋଟ ଛୋଟ ପିଲା ସକାଳୁ ସୁନା ଏକାଠି କରିବାରେ ଲାଗି ପଡିଥାନ୍ତି । ପୂର୍ବ ପିଦ୍ଧିରୁ ନେଇ ଆଜି ଯାଏଁ ଏଠିକାର ଆଦିବାସୀ ଏହି କାମ କରି ଆସୁଛନ୍ତି ।

ଭୂତତ୍ଵବିତ ଙ୍କ କହିବା ମୁତାବକ ଏହି ନଦୀ ଝାଡଖଣ୍ଡ ଦେଇ ପ୍ରବାହିତ ହୋଇଥିବାରୁ ପାହାଡରେ ଥିବା ସୁନା ଏହି ନଦୀ ଦେଇ ବହି ଆସିଥାଏ । ସୁବର୍ଣ୍ଣରେଖା ର ଏକ ଶାଖା ନଦୀ କର୍କରି ନଦୀରୁ ମଧ୍ୟ ସୁନା ବାହାରିଥାଏ । କର୍କରି ନଦୀ ସୁବର୍ଣ୍ଣରେଖା ନଦୀର ଶାଖା ନଦୀ ହୋଇଥିବାରୁ କର୍କରି ନଦୀର ବାଳୀରୁ ମଧ୍ୟ ସୁନା ବାହାରିଥାଏ । ନଦୀର ବାଲିରୁ ସୁନା କଣିକା ଏକତ୍ର କରିବା ପାଇଁ ଲୋକ ମାନଙ୍କୁ ଦିନ ଯାକ କାମ କରିବାକୁ ପଡିଥାଏ ।

ଆଦିବାସୀ ପରିବାରର ଲୋକେ ଦିନ ତମାମ ସୁନା କଣିକା ଖୋଜିବା ପରେ ମାତ୍ର ଗୋଟିଏ ବା ଦୁଇଟି ସୁନା କଣିକା ଏକାଠି କରି ପାରନ୍ତି । ଯାହାକୁ ବିକ୍ରି କରି ୧୦୦ ରୁ ୨୦୦ ତାଙ୍କ ରୋଜଗାର କରିଥାନ୍ତି । ଆଦିବାସୀ ଲୋକେ ମାସକୁ ପ୍ରାୟ ୮୦୦୦ ରୁ ୧୦ହଜାର ଟଙ୍କା ଆୟ କରିଥାନ୍ତି । ତେବେ ଏହି ନଦୀ କେବଳ ଝାଡଖଣ୍ଡରେ ବୋହୁଛି ତାହା ନୁହେଁ ବରଂ ଝାଡଖଣ୍ଡ ସମେତ ପଶ୍ଚିମବଙ୍ଗ ଓ ଓଡିଶା ଦେଇ ବହି ଚାଲିଛି ଏହି ନଦୀ । ତେବେ ଏହି ନଦୀରୁ ସୁନା ଖୋଜି ତାହା ବିକ୍ରି କରି ଆଦିବାସୀ ଲୋକେ ନିଜର ଜୀବିକା ନିର୍ବାହ କରୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ସୁବର୍ଣ୍ଣରେଖା ନଦୀରେ ସୁନା ବାହାରିବାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜଋଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *