ବିବାହ ଏକ ବନ୍ଧନ। ଭାରତରେ ଏହା ଏକ ବହୁତ ବଡ଼ ଅନୁଷ୍ଠାନ ଭାବରେ ଖୁବ ପରିଚିତ। ଲୋକମାନେ ଏହାକୁ ନିଜ ଜୀବନର ଏକ ନୂତନ ଆରମ୍ଭ ବୋଲି ବି ମାନିଥାନ୍ତି। ତେଣୁ ଭାରତରେ ଏହି ବିବାହକୁ ନେଇ ଅନେକ ପରମ୍ପରା ରହିଛି। ପୁରାତନ କାଳରୁ ଆଜି ଯାଏଁ ଏହାକୁ ନେଇ ଅନେକ ରୀତିନୀତି ପାଳନ କରାଯାଉଥିବା ଦେଖିବାକୁ ମିଳେ।
ତେବେ ଭିନ୍ନ ଭିନ୍ନ ଜାଗାରେ ଭିନ୍ନ ପରମ୍ପରାରେ ବିବାହ ପାଳନ କରାଯାଏ। ସେହିପରି ଆଉ ଏକ ଭିନ୍ନ ପରମ୍ପରା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ଭାରତରେ ଏପରି ବି ଏକ ଜାଗା ଅଛି ଯେଉଁଠି ବିବାହ ପୂର୍ବରୁ ବରଙ୍କୁ ବିଦ୍ୟୁତ ଝଟକା ଦିଆଯାଇଥାଏ।
ଭାରତର ପଶ୍ଚିମ ପାର୍ଶ୍ଵରେ ରହିଥିବା କିଛି ଅଞ୍ଚଳରେ ଏହି ପରମ୍ପରା ରହିଛି। ବିବାହ ପୂର୍ବରୁ ବରଙ୍କୁ ବିଦ୍ୟୁତ ଝଟକା ଦେଇ ନିଜ ପୁରୁଷପଣିଆର ପ୍ରମାଣ ଦିଆଯାଇଥାଏ। ଏହା ନ କରି ପାରିବା ବ୍ୟକ୍ତିଙ୍କୁ ବିବାହ ଯୋଗ୍ୟ ବୋଲି ଗଣନା କରାଯାଇନଥାଏ। ଏଠାରେ ଏକ ସ୍ୱୟଂବର ଅନୁଷ୍ଠିତ ହୁଏ ଯେଉଁଠି ଝିଅକୁ ବିବାହ କରିବାକୁ କିଛି ଯୁବକ ଆସିଥାନ୍ତି।
ସେମାନଙ୍କ ଭିତରୁ ସମସ୍ତଙ୍କୁ ଗୋଟିଏ ବିଦ୍ୟୁତ ତାରକୁ ଧରି ରଖିବାକୁ ପଡେ। ଯେଉଁ ଯୁବକ ଏହାକୁ ଅଧିକ ସମୟ ଧରି ରଖନ୍ତି ସେ ବିବାହ ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ସୂଚନା ଅନୁଯାୟୀ, ଏହି ଝଟକାଟି ୧୨୦ ଭୋଲଟର ହୋଇଥାଏ। ବିବାହ ପରମ୍ପରା ଦ୍ୱାରା ଏହା ସ୍ପଷ୍ଟ ଥାଏ ଯେ, ଯୁବକଙ୍କୁ ବିନା କୌଣସି ଦ୍ବିଧାରେ ଝଟକାକୁ ସହିବାକୁ ପଡିଥାଏ। ତାପରେ ଯାଇ ସେ ଅସଲି ପୁରୁଷ ଏବଂ ତାଙ୍କର ବିବାହ କରିବାକୁ ସମସ୍ତ ଯୋଗ୍ୟତା ଅଛି ବୋଲି ସମାଜ ଗ୍ରହଣ କରେ।