ଭୋଗ ଖାଉଛନ୍ତି ଜୀବନ୍ତ ଶଙ୍ଖ, ମାନସିକ ପୁରା ପାଇ ଲାଗୁଛି ଭକ୍ତଙ୍କ ଭିଡ

ଘଣ୍ଟ ବାଜିଲେ ଶଙ୍ଖ ମାନେ ଚାଲନ୍ତି । ଭକ୍ତ ମାନଙ୍କର ଭୋଗ ଖାଇବା ପାଇଁ ମାଟି ତଳୁ ବାହାରନ୍ତି ଜୀବନ୍ତ ଶଙ୍ଖ । ଆପଣ କେବେ ଶଙ୍ଖ ଚାଲିବାର ଦେଖିଛନ୍ତିକି । ସମସ୍ତଙ୍କ ଠାକୁର ଘରେ ଶଙ୍ଖ ଥାଏ ଏହାକୁ ପୂଜା କରିବା ବେଳେ ବାଜଯାଇଥାଏ ।

କେବେ କେହି କଳ୍ପନା କରିନଥିବେ ଘଣ୍ଟା, ଘଣ୍ଟ, ମୃଦଙ୍ଗ ବାଜିଲେ ଆପେ ଆପେ ଶଙ୍ଖ ମାନେ ଚାଲିଥାନ୍ତି । ପାରାଦୀପରେ ଗୋଟେ ରହସ୍ୟମୟୀ ଗଛ ରହିଛି ସେଠାରୁ ଏକାଧିକ ଶଙ୍ଖ ବାହାରୁଛନ୍ତି । ସେଇ ସବୁ ଶଙ୍ଖକୁ ଲୋକ ଜୀବନ୍ତ ଭଗବାନ କହି ପୂଜା କରୁଛନ୍ତି ।

Image Courtesy: Google

ଏହି ରତ୍ନବଟ ପାରାଦୀପର ନେହେରୁ ବଙ୍ଗଳା ହେଲି ପ୍ୟାଡ ନିକଟରେ ଏହି ଗଛ ଅଛି । ଓଡିଶାର ୫ ଟି ବଟ ବୃକ୍ଷରୁ ଏହି ଗଛ ଅନ୍ୟତମ ଅଟେ । ସେଥିରେ ଜୀବନ୍ତ ଶଙ୍ଖ ଚାଲି ଚାଲି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଓ ସବୁଠୁ ଅଲୌକିକ କଥା ହେଉଛି ଘଣ୍ଟା ବାଜିଲେ ବାଟା ବୃକ୍ଷ ମୂଳରୁ ଶଙ୍ଖ ବାହାରି ଥାନ୍ତି ଓ ଭକ୍ତ ମାନେ ଅର୍ପଣା କରିଥିବା ଭୋଗ କଦଳୀ, ନଡିଆ, ଖାଇ ଭୋଗ ଇତ୍ୟାଦି ଖାଇଥାନ୍ତି ।

Image Courtesy: Google

ଏହି ରତ୍ନ ବଟ ମୂଳରେ ଲୋକ ଯାହା ମାନସିକ କରନ୍ତି ସେ ସବୁ ପୂରଣ ହୋଇଥାଏ, ଜୀବନ୍ତ  ଶଙ୍ଖ ଲୋକଙ୍କର ଭରସା ଓ ବିଶ୍ବାସ ହୋଇଥାଏ । ବହୁତ ଲୋକ କିଛି ପାଇବା ଆଶାରେ ଏଠାକୁ ଆସିଥାନ୍ତି ମନରେ କିଛି କାମନା ନେଇ । ଗଛ ମୂଳରେ ଦେବାଦେବୀ ପୂଜା ପାଉଥିବା ବେଳେ ଏଠାରେ ସାପ ନେଉଳ ଓ ଶଙ୍ଖ ଏକାଠି ଗୋଟିଏ ଜାଗାରେ ଖେଳୁଥିବାର ନଜର ଆସିଛି ।

ତେବେ ଏହି ଅଲୌକିକ ସ୍ଥାନକୁ ବହୁତ ସାଧୁସନ୍ତ ଆସୁଥିବା ବେଳେ କିନ୍ତୁ ଏହା ଏବେ ପ୍ରଶାସନର ନଜର ନାହିଁ । ଲୋକେ ଦାବି କରୁଛନ୍ତିକି ଯଦି ସରକାରଙ୍କ ଯଦି ଶୁଭ ଦ୍ରୁଷ୍ଟି ପଦନ୍ତା ଏହା ଗୋଟିଏ ପ୍ରସିଦ୍ଧ ସ୍ଥଳୀ ନାମରେ ପରିଚିତ ହୁଅନ୍ତା ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *