ବିହାର ରେ କୁକୁଡା ଫ୍ରିରେ ବଣ୍ଟା ଯାଉଛି, ଲୁଟିବା ପାଇଁ ଲୋକଙ୍କ ଲାଗିଛି ଲମ୍ବା ଲାଇନ-କାହିଁକି ଜାଣନ୍ତୁ

ଯେବେ ଠାରୁ କରୋନା ଭାଇରସ କଥା ବାହାରକୁ ଆସିଛି ତେବେ ଠାରୁ ଲୋକ କୁକୁଡା ଖାଇବା ବନ୍ଦ ହୋଇଯାଇଛି । କୁକୁଡା ଦାମ ପରିବା ଠାରୁ ବି କମ ହୋଇଯାଇଛି, ଲୋକଙ୍କ ମନରେ କରୋନା ବିଷୟରେ ଏତେ ଡର ହୋଇଯାଇଛି ଯେ ସମସ୍ତେ ନିରାମିଷ ଖାଦ୍ୟ ଖାଇବା ପସନ୍ଦ କରୁଛନ୍ତି । ତେବେ ଏହି ସମୟରେ ବିହାରର ଗୋଟେ ଜାଗା ଅର୍ବଲରେ ଫ୍ରି କୁକୁଡା ବଣ୍ଟା ଯାଉଛି ଯାହାର ଭିଡିଓ ସୋଶିଅଲ ମିଡିଆ ରେ ବହୁତ ଭାଇରାଲ ହୋଇଛି ।

କୋରୋନା ଡର ପାଇଁ କୁକୁଡା ମାର୍କେଟକୁ ବହୁତ ବଡ ଝଟକା ଲାଗିଛି ଆଗରୁ କୁକୁଡା ଦାମ ୧୨୦-୧୩୦ ଗୋଟେ କେଜି ଥିଲା କିନ୍ତୁ କୋରୋନା କଥା ପରେ ଏବେ କେଜି ୨୦-୪୦ ଟଙ୍କା ହୋଇ ଯାଇଛି ।

କେବଳ ଏତିକି ନୁହ ଅର୍ବଲ ରେ ଫ୍ରି କୁକୁଡା ବଣ୍ଟା ଯାଉଛି, ଯାହା ଲୁଟିବା ପାଇଁ ଲୋକଙ୍କ ବହୁତ ଭିଡ ଲାଗି ରହିଛି । କରୋନା ଭାଇରସ ଦେଶରେ ଆସିଲା ପରେ ସାମାନ୍ୟ ଥଣ୍ଡା ଜର ହେଲେ ମଧ୍ୟ ପାଖ ସରକାରୀ ହସ୍ପିଟଲ ବା କ୍ଲିନିକ ରେ ଯାଇ ଚିକିତ୍ସା କରଉଛନ୍ତି । ଲୋକଙ୍କ ଭିତରେ କରୋନା ଡର ଦେଖିବାକୁ ମିଳିଛି ଓ ଲୋକ କୁକୁଡା ମଧ୍ୟ ଖାଇବା ଛାଡି ଦେଇଛନ୍ତି ।

ଖବର ଅନୁଯାଇ କରୋନା ଦ୍ଵାରା ଦୁଇଟି ଲୋକଙ୍କ ମୃତ୍ୟୁ ହୋଇଯାଇଛି, ତେବେ ପୁରା ଦୁନିଆ ରେ ଏପର୍ଜନ୍ତ ୪୬୦୦ ଲୋକଙ୍କ ମୃତ୍ୟୁ କରୋନା ଦ୍ଵାରା ହୋଇଛି । ଦିଲ୍ଲୀ ଓ ନୋଏଡା ରେ କରୋନା ଭାଇରସ ଦ୍ଵାରା ଲୋକ ପୀଡିତ ହଉଛନ୍ତି ଯାହା ପରେ ମଜୁରି କରିବା ଲୋକ ନିଜ ନିଜ ରାଜ୍ୟକୁ ଫେରି ଯାଉଛନ୍ତି । ତେବେ ହୋଲି ପାଇଁ ଯେଉଁ ଲୋକ ନିଜ ଗାଁକୁ ଯାଇଥିଲେ ସେ ଏହି ଭାଇରସ ପ୍ରକୋପ ସମାପ୍ତ ହବାର ଅପେକ୍ଷା ରେ ବସିଛନ୍ତି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ଏହି କଥା କହିଛନ୍ତି ଯେ କୁକୁଡା ଖାଇବା ସହ କୋରୋନା ଭାଇରସ କୌଣସି ସମ୍ପର୍କ ନାହିଁ ।

Leave a Reply

Your email address will not be published. Required fields are marked *