ବିନା କୋଚିଙ୍ଗ୍ ରେ IAS ପାଇଲେ ଏହି ଯୁବକ – କିଛି ଏହିଭଳି ଅଟେ ତାଙ୍କର ସଫଳତାର କାହାଣୀ, ନିଶ୍ଚୟ ପଢନ୍ତୁ

ଦେବେନ୍ଦ୍ର କୁମାର ଶୁକ୍ଳା ଗୋବିନ୍ଦ ନଗର ଥାନା କ୍ଷେତ୍ରରେ ଦବୋଲି ୱେଷ୍ଟରେ ଥିବା ଦାଦା ନଗରରେ ଏକ ଛୋଟ ହୋଟେଲ୍ ଚଳାନ୍ତି । ପରିବାରରେ ମା ମମତା ଓ ବଡ ପୁଅ ବିଶ୍ୱାସ ଓ ଝିଅ ସାକ୍ଷୀ ସାଥିରେ ରୁହନ୍ତି । ବିଶ୍ୱାସଙ୍କ ବାପା ଦେବେନ୍ଦ୍ର ଶୁକ୍ଳା କହିଲେ କି ବିଶ୍ୱାସ ଛୋଟ ବେଳରୁ ପାଠ ପଢାରେ ବହୁତ ବ୍ରିଲିଆଣ୍ଟ ଥିଲା । ତେବେ କଥାରେ ଅଛି ଯଦି ମନରେ ଦୃଢ ସଂକଳ୍ପ ଥାଏ ତେବେ ସଫଳତା ନିଶ୍ଚିତ ମିଳେ । ୮ ଲକ୍ଷ ବାର୍ଷିକ ପ୍ୟାକେଜ୍ ଛାଡି କାନପୁରର ଏହି ସଫ୍ଟୱେର୍ ଇଞ୍ଜିନିୟର୍ ଆଇଏଏସ୍ ହେବାକୁ ଇଚ୍ଛା ରଖିଥିଲେ ଓ ଚାକିରି ଛାଡି ଏହା ଉପରେ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନେଲେ ।

ଆଇଏଏସ୍ ପ୍ରସ୍ତୁତି ପାଈଁ ସେ କୌଣସି କୋଚିଙ୍ଗ୍ ନେଇନଥିଲେ ଏବଂ ଇଣ୍ଟରନେଟ୍ ରେ ପାଠପଢିଥିଲେ । ଏହା ପରେ ବି ୩୪୪ ରାଙ୍କ୍ ରଖି ଓ ଏଣ୍ଟ୍ରାନ୍ସ ପାସ୍ କରିଥିଲେ । ବିଶ୍ୱାସ କହିଲେ କି ସେ ବାଙ୍ଗାଲୋର୍ ରେ ୨୦୧୨ ରୁ ୨୦୧୪ ମଧ୍ୟରେ ଚାକିରି କରିଥିଲେ । ବିଶ୍ୱାସ ୨୦୦୮ ରେ ହାଇସ୍କୁଲ୍ ପାଶ୍ କରିଥିଲେ ଓ ସେଥିରେ ୮୪ ପ୍ରତିଶତ ମାର୍କ ଆଣିଥିଲେ । ସେମିତି +୨ ରେ ୮୬ ପ୍ରତିଶତ ମାର୍କ୍ ଆଣୀଥିଲେ, ଏହାପରେ ସେ ବିଏଚ୍ ୟୁ ଚାଲିଗଲେ ଓ ଇଲୋକ୍ରୋନିକ୍ସ ବିଟେକ୍ କରିଥିଲେ । କଲେଜରେ ତାଙ୍କୁ ପ୍ଲେସ୍ ମେଣ୍ଟ ମିଳିଗଲା । ଏହାପରେ ବାଙ୍ଗାଲୋର୍ ରେ ସାମସଙ୍ଗ ସଫ୍ଟୱେର୍ କମ୍ପାନୀରେ ଇଞ୍ଜିନିୟରିଙ୍ଗ୍ କରିବାକୁ ଲାଗିଲେ ।

ଥରେ ୭୦ ଦିନରେ କମ୍ପାନୀ ତାଙ୍କୁ ଦକ୍ଷିଣ କୋରିଆ ପଠାଇଦେଇଥିଲେ । ସେ ଫେରିବା ପରଠୁ ତାଙ୍କ ମନ ଲାଗୁନଥିଲା । ସେ ସମାଜ ପାଇଁ କାମ କରିବାକୁ ଚାହୁଁଥିଲେ । ସେ କହିଲେ ମୁଁ ନିଜ ବାପାଙ୍କୁ ଫୋନରେ ଏହି ବିଷୟରେ କହିଥିଲି କି ମୁଁ ଆଇଏଏସ୍ ପାଇଁ ପ୍ରସ୍ତୁତି କରୁଛି । ମୋର ପରିବାର ମୋତେ ବହୁତ ସାହାଯ୍ୟ କଲେ ଓ ତାପଅରେ ମୁଁ ବାଙ୍ଗାଲୋରରୁ ଦିଲ୍ଲୀ ଆସିଗଲି । ବିଶ୍ୱାସ ଆଗକୁ କହିଲେ କି ମୁଁ ରୁମ୍ ରେ ରହି ପାଠ ପଢିଥିଲି ଓ ସେଥିପାଇଁ କିଛି ବି କୋଚିଙ୍ଗ୍ ନେଇନଥିଲ । ମୁଁ ସବୁ ଇଣ୍ଟରନେଟ୍ ରୁ ପାଠ ପଢିବା ଆରମ୍ଭ କରିଦେଲ୍ ।

Leave a Reply

Your email address will not be published. Required fields are marked *