ବିସ୍ମୟ ଶିଶୁ Ahwan Sahoo, ନିଜର ଏହି ପ୍ରତିଭା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇ ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବୟସ ମାତ୍ର ୨ ବର୍ଷ ୫ ମାସ । କିନ୍ତୁ ଏହାରି ମଧ୍ୟରେ ସେ ସ୍କୁଲର ମୂହନ ଦେଖି ନାହାନ୍ତି କି ଖାଦ୍ୟ ଛୁଇଁ ନାହାନ୍ତି । ହେଲେ ଏବେ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ଧାରୀ । ଏହି ବୟସରେ ପିଲା ମାନେ ଭଲକି କଥା କହି ପାରନ୍ତି ନାହି । କିନ୍ତୁ ପିଲାଟି ନିଜର ପ୍ରଖର ସ୍ମରଣ ଶକ୍ତି ଯୋଗୁଁ ଆଜି ସେ ବଡ ବଡ ମାନଙ୍କୁ ମଧ୍ୟ ପଛରେ ପକାଇ ଆଜି ସେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ନିଜ ନାମକୁ ସାମିଲ କରି ପାରିଛନ୍ତି । ଆପଣ ମାନେ ବି ଥରେ ଦେଖନ୍ତୁ ପିଲାକୁ କେମିତି ନିଜ ବାପା ମା ସହ ଖେଳୁଛି ।

ଖେଳ ଖେଳ ରେ ସେ କେମିତି ଇଣ୍ଡିଆ ବୁକ ଅଫ ରେକର୍ଡ କରିବ କିଏ କେବେ ଭାଇ ନ ଥିଲେ । ଏହି ଶିଶୁ ଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ତୁରକିଲା ବ୍ଲକର ଲାପଡି ଗାଁ ର ଲୋହିତ ସାହୁ ଓ ମିନା ସାହୁ ଙ୍କ ୨ ବର୍ଷର ୫ ମାସର ଶିଶୁ ଆହ୍ଵାନ ସାହୁ । ଆହ୍ଵାନ ନିଜର ପ୍ରତିଭା ଯୋଗୁଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ଯେଉଁ ବୟସରେ ପିଲା ଠିକ ସେ କଥା କହି ପାରନ୍ତି ନାହି ସବୁ ସମୟରେ ଖେଳରେ ବ୍ୟସ୍ତ ରହିଥାନ୍ତି ସେହି ବୟସରେ ରେକର୍ଡଧାରୀ । ଆହ୍ଵାନ ଦେଶର ପ୍ରଧାନମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ, କେଉଁ ପନିପରିବାକୁ ଇଂରାଜୀ ରେ କଣ କୁହାଯାଏ, ଜିଲ୍ଲା, ରାଜ୍ୟ, ସବଡିଭିଜନ, ରାଜ୍ୟର କେତୋରି ଜିଲା ଅଛି, ଫୁଲ, ଫଳ, ଖାଦ୍ୟ, ପଶୁ ପକ୍ଷୀ ର ରଙ୍ଗକୁ ଖୁବ ଭଲ ଭେବ କହୁଛନ୍ତି ।

ଏତେ କମ ବୟସରେ ଆହ୍ଵାନଙ୍କର ଏଭଳି ପ୍ରତିଭା ଗୁଣ ପରିବାର ଲୋକେ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସାମିଲ କରିବାକୁ ଚିନ୍ତା କରିଥିଲେ । ପ୍ରଥମେ ଏମିତି କିଛି ୟୁଟ୍ଯୂବ ରେ ହୋଇପାରେ ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ । ବାପା ଲୋହିତ ସାହୁ ଓ ମା ମିନା ସାହୁ ଆହ୍ଵାନ ଙ୍କ ପାଇଁ ଜୁଲାଇ ୨୦୧୯ ରେ ଅନ ଲାଇନରେ ଆବେଦନ କରିଥିଲେ ।

ସେଠରୁ ୨୦୧୯ ଜୁଲାଇ ୨୨ ରେ ଉତ୍ତର ଆସିଥିଲା । ଆହ୍ଵାନଙ୍କର ମୋବାଇଲ ରେ ଭିଡିଓ କରି ୨୦ ଜୁଲାଇ ରେ ମେଲ କରିବାକୁ ଇଣ୍ଡିଆ ବୁକ ଅଫ ରେକର୍ଡସ ର କର୍ମ କର୍ତ୍ତା ମାନେ କହିଥିଲେ । ସଙ୍ଗେ ସଙ୍ଗେ ଘର ଲୋକ ମେଲ କରିବା ପରେ କିଛି ଦିନ ପରେ ଇଣ୍ଡିଆ ବୁକ ଅଫ ରେକଡ଼ର୍ସ ରେ ଆହ୍ଵାନ ଙ୍କୁ ସ୍ଥାନ ପାଇବା ପାଇଁ ଖବର ଆସିଲା ।

ଏହା ପରେ ତାଙ୍କ ପାଖକୁ ଦାମୀ ପେନ, ସାର୍ଟିଫିକେଟ, ମେଡାଲ, ପରିଚୟପତ୍ର ଓ ବୁକ ଆସିଛି । ବୟସ ଯେତେ ହେଉ ନା କାହିଁକି ଯଦି ଇଚ୍ଛା ଶକ୍ତି ଥାଏ ତେବେ ଖେଳ ଖେଳ ରେ ସବୁ କିଛି ସମ୍ଭବ ଯାହା ଆହ୍ଵାନ କରି ଦେଖାଇଛନ୍ତି । ତାଙ୍କର ଏଭଳି ପ୍ରତିଭା ପାଇଁ ସାରା ଅଞ୍ଚଳ ରେ ଏବେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆପଣ ମାନଙ୍କର ଆହ୍ଵାନ ଙ୍କ ପ୍ରତିଭା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *