ସୋସାଲ ମିଡିଆରେ ଭାଇରାଲ ହେଉଛି ‘ବଟଲ କ୍ୟାପ୍ ଚାଲେଞ୍ଜ’, ଧୁମ ମଜା ନେଉଛି ବଲିଉଡ୍- ଜାଣନ୍ତୁ କଣ ଏହି ଚାଲେଞ୍ଜ?

ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନକୁ ଆମର ଏହି ଲେଖାକୁ ସ୍ଵାଗତ । ଆଇ ଆମେ ଆପଣଙ୍କ ପାଇଆନ ନେଇ ଆସିଛୁ ଏକ ମନୋରଞ୍ଜନ ଧର୍ମୀ ଖବର । ଯାହା ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ତ ଜାଣିଛନ୍ତି ସାଧାରଣ ଜନତା ଠୁ ନେଇ ବଲୀଉଡ ଷ୍ଟାର ମାନକ ପର୍ଯ୍ୟନ୍ତ ସମସ୍ତେ ସୋଶଲ ମିଡିୟରେ କେତେ ଇଣ୍ଟରେଷ୍ଟ ନେଉଛନ୍ତି । ତେବେ ମଝିରେ ମଝିରେ ଏମିତି ବହୁତ ଚାଲେଞ୍ଜ ଆସିଛି ଓ ସମସ୍ତେ ଏଥିରେ ଯୋଗ ଦେଇଛନ୍ତି । ଯେମିତି କି ‘କିକି ଚାଲେଞ୍ଜ’, ଯେଉଁଥିରେ ଆପଣଙ୍କୁ ଚାଲୁଥିବା ଗଦୀରୁ ଓଲହାଇ ନାଚିବାକୁ ପଡୁଥିଲା । ତେବେ ସେହିଭଳି ଏକ ନୂଆ ଚାଲେଞ୍ଜ ନେଇ ଆସିଛନ୍ତି ଅକ୍ଷୟ କୁମାର । ଯାହା ପାଇଁ ଏବେ ସାରା ବଲୀଉଡ ପାଗଳ । ସେହି ଚାଲେଞ୍ଜ ହେଉଛି ବଟଲ କ୍ୟାପ୍ ଚାଲେଞ୍ଜ । ଯାହା ବର୍ତ୍ତମାନ ବହୁତ ଚର୍ଚ୍ଚାର ବିଷୟ ହୋଇଛି ।

ତେବେ ଏହି ଚାଲେଞ୍ଜ ଅନୁସାରେ କିକ୍ ମାରି ବୋତଲରୁ ଠିପି ଉଡେଇବାର ଅଛି । ତେବେ ଏମିତି ତ ହାତରେ କେହିବି ବୋତଲରୁ ଠିପି ଖସେଇ ଦେଇ ପାରିବେ ହେଲେ ଏଥିରେ ଆପଣଙ୍କୁ ରିଭର୍ସ କିକ୍ ରେ ବୋତଲର ଠିପି ଖସାଇବାର ଅଛି, ଯାହା ଏତେ ସହଜ ନୁହେଁ । ଏଭଳି ଚାଲେଞ୍ଜକୁ ବଲିଉଡ୍ ଏବେ ବେଶ୍ ଆଗ୍ରହର ସହ ଗ୍ରହଣ କରିଛି । କଳାକାର ମାନେ ବୋତଲରୁ ଠିପି ଖସେଇ ଏହାର ଭିଡିଓ ଏବେ ସୋସାଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯାହାକୁ ଦେଖି ସାଧାରଣ ଲୋକେ ବି ଏହିଚାଲେଞ୍ଜକୁ ଆକସେପ୍ଟ କରିବା ସହ ନିଜର ଦକ୍ଷତାକୁ ବି ସୋସାଲ ମିଡିଆରେ ପୋଷ୍ଟ କଲେଣି ।

ତେବେ ଏହି ଚାଲେଞ୍ଜକୁ ସୋସାଲ ମିଡିଡିଆରେ ପ୍ରଥମେ ଆରମ୍ଭ କରିଥିଲେ କାଜାକୀ ତାଇକଣ୍ଡୋ ଚାମ୍ପିୟନ ଫରାବୀ ଦବଲଚୀନ ।  କିନ୍ତୁ ଆମ ବଲୀଉଡ ରେ ଏହା ପ୍ରଥମେ ଅକ୍ଷୟ କୁମାର ଏକ୍ସେପ୍ଟ କରି ଅନ୍ୟ ଷ୍ଟାର ମନକୁ ଚାଲେଞ୍ଜ ଦେଇଥିଲେ ।  ଏହାର ନାମ ସୋସାଲ ମିଡିଆରେ ଏବେ ବଟଲ କ୍ୟାପ୍ ଚାଲେଞ୍ଜ ଭାବେ ବେଶ୍ ଆଦୃତ ହୋଇଛି । ଯାହାକୁ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର, ଟାଇଗର ସରାଫ ଓ ନାୟିକା ସେର୍ଲିନ ଚୋପ୍ରା ଆକସେପ୍ଟ କରିବା ସହ ଏହାର ଭିଡିଓ ସୋସାଲ ମିଡିଆରେ ଅପଲୋଡ କରିଥିବା ଦେଖାଯାଇଛି ।

Leave a Reply

Your email address will not be published. Required fields are marked *