ବ୍ରେକଫାଷ୍ଟ ନକଲେ ହୋଇପାରେ ବ୍ରେନ ଡ୍ୟାମେଜ୍- ପଢନ୍ତୁ ପୁରା ଖବର ଓ ସତର୍କ ହୁଅନ୍ତୁ

ଆମ ଶରୀର ରେ ଆମ ବ୍ରେନ ଆମକୁ କାମ କରିବାର କ୍ଷମତା ପ୍ରଦାନ କରିଥାଏ, ଯଦି ବ୍ରେନ ରେ କୌଣସି ପ୍ରକାର ସମସ୍ୟା ହୋଇଯାଏ ତାହେଲେ ଏହା ଆମ ସ୍ମୃତି ଓ ସ୍ଵଭାବ ରେ ପ୍ରଭାବ ପକାଇ ଥାଏ । ସେଥିପାଇଁ ମସ୍ତିସ୍କ କୁ ସ୍ଵସ୍ଥ ରଖିବା ନିହାତି ଦରକାର ଅଟେ । ଯଦି ଆମ ମସ୍ତିସ୍କ ସୁସ୍ଥ ରହିବନି ତାହେଲେ ଆମେ ବ୍ରେନ ଡ୍ୟାମେଜ ର ଶିକାର ହୋଇଯିବା । ଆୟୁର୍ବେଦଚାର୍ଯ୍ୟ ଡକ୍ଟର ଏ.କେ ମିଶ୍ର ଏମିତି ଚାରୋଟି ଅଭ୍ୟାସ ବିଷୟ ରେ କହିବେ ଯାହା କାରଣରୁ ବ୍ରେନ ଡ୍ୟାମେଜ ହୋଇଥାଏ ।

ଲୁଣ ଅତ୍ୟଧିକ ସେବନ କଲେ :

ଗୋଟେ ଅଧ୍ୟୟନ ରେ ଜଣା ପଡିଛି କି ଅତ୍ୟଧିକ ଲୁଣ ଖାଇଲେ ବହୁତ ପ୍ରକାର କ୍ଷତି ହୋଇଥାଏ ଯେମିତିକି ବ୍ଲଡ ପ୍ରେସର ବଢିଥାଏ ଯାହା କାରଣ ରୁ ମନେ ରଖିବା ଶକ୍ତି କମି ଥାଏ ଏବଂ ବ୍ରେନ ଷ୍ଟ୍ରୋକ ବି ହୋଇପାରେ । ଏହି ଷ୍ଟ୍ରୋକ କାରଣ ରୁ ଆପଣଙ୍କ ମସ୍ତିସ୍କ କୁ ବହୁତ ହାନି ହୋଇଥାଏ, ସେଥିପାଇଁ ଡକ୍ଟର ସବୁବେଳେ ଲୁଣ ମାତ୍ରା ସନ୍ତୁଳିତ ରଖିବା ଉଚିତ ବୋଲି କୁହନ୍ତି ।

ପ୍ରାତଃଭୋଜନ ନକଲେ :

ପ୍ରାୟତଃ କାମ ଡେରି ପାଇଁ ଆମେ ଜଳଖିଆ କରିବା ଭୁଲି ଯାଉ, କିନ୍ତୁ କଣ ଆପଣ ଜାଣିଛନ୍ତି ସକାଳ ଜଳଖିଆ ନକଲେ ଆପଣଙ୍କ ମସ୍ତିସ୍କ କୁ ପୋଷାକ ତତ୍ଵ ମିଳି ନଥାଏ । ଯାହା ଦ୍ଵାରା କାମ ଉପରେ ନକାରାତ୍ମକ ପ୍ରଭାବ ପଡି ଥାଏ, ମାତ୍ର ଏହା ନୁହେଁ ଆମ ମସ୍ତିସ୍କ ସଠିକ ଭାବରେ କାମ କରି ପାରେ ନାହିଁ ଓ ଆଗକୁ ଯାଇଁ ବ୍ରେନ ଡ୍ୟାମେଜ ପରି ସମସ୍ୟା ବି ହୋଇପାରେ ।

ଫୋନ ଅତ୍ୟଧିକ ପ୍ରୟୋଗ :

ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଅଧ୍ୟୟନ ରେ କୁହା ଯାଇଛି କି ଅତ୍ୟଧିକ ଫୋନ ସମ୍ପର୍କ ରେ ରହିଲେ ବ୍ରେନ ଟ୍ୟୁମର ହବାର ପୂର୍ଣ୍ଣ ସମ୍ଭାବନା ହୋଇଥାଏ । ଫୋନ ସମ୍ପର୍କ ରେ ଅଧିକ ରହିଲେ ନିଦ ଆସେ ନାହିଁ ଏବଂ ବହୁତ ପ୍ରକାର ସମସ୍ୟା ହୋଇଥାଏ ।

ଅତ୍ୟଧିକ ଖାଦ୍ଯ ଖାଇଲେ :

ଅତ୍ୟଧିକ ଖାଦ୍ୟ ସେବନ କଲେ ଓଜନ ବଢି ଥାଏ, ଏହା ଆପଣଙ୍କ ମସ୍ତିସ୍କ କାର୍ଯ୍ୟ କ୍ଷମତା କୁ କମେଇ ଦିଏ, ବାହାର ଖାଦ୍ୟ ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ଫ୍ରେଣ୍ଡ୍ସ ଆଶାକରୁଛୁ ଆପଣମାନଙ୍କ ଜୀବନରେ ଏହି ସ୍ୱାସ୍ଥ୍ୟ ଟିପ୍ସ କାମରେ ଆସିବ । ନିଶ୍ଚୟ ଧ୍ୟାନ ଦିଅନ୍ତୁ ନିଜ ସ୍ୱାସ୍ଥ୍ୟ ପ୍ରତି, କେବେବି ବି ଭୁଲରେ ନିଜର ବ୍ରେକଫାଷ୍ଟ ସ୍କିପ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ହିଁ ସବୁଠୁ ବଡ ସମ୍ପଦ, ଧନ ଅର୍ଜନ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ ।

Leave a Reply

Your email address will not be published. Required fields are marked *