କରୋନା ଭାଇରସ : କଣ ବସ ଓ ଟ୍ରେନରେ ଗଲେ ହୋଇ ପାରେ ସଂକ୍ରମଣ ?

କରୋନା ଦ୍ଵାରା ପୁରା ଦୁନିଆ ରେ ୮,୯୦୦ ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲା ପରେ, ଏହି ଭାଇରସ ଉପରେ କେତେ ପ୍ରକାର ପ୍ରଶ୍ନ ପଚରା ଯାଇଛି ଯେମିତିକି ଅଜଣା ଲୋକଙ୍କ ସହ ସାର୍ବଜନିକ ବାହନ ରେ ବୁଲିବା କେତେ ଭୟଙ୍କର ଅଟେ ? ଏମିତି ସମୟରେ କେତକ ଲୋକ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ସାର୍ବଜନିକ ବାହନ ଯେମିତିକି ଟ୍ରେନ, ମେଟ୍ରୋ, ବସ, ଟ୍ଯାକ୍ସି ଇତ୍ୟାଦି ଯାତ୍ରା କରିବାରୁ ଏହି ଭାଇରସ ସଂକ୍ରମଣ ହବାର ଦର ବଢିଥାଏ ?

କରୋନା ଭାଇରସ ଓ ଏହି ଭଳି ଅନ୍ୟ ଭାଇରସ ଉପରେ ଅଧ୍ୟୟନ କଲା ପରେ ଏହା ସ୍ପଷ୍ଟ ହୋଇଛି ଯେ ଭାଇରସ ଦ୍ଵାରା ସଂକ୍ରମିତ ଲୋକ କାସ ବା ଛିଙ୍କ ଦ୍ଵାରା ଭାଇରସ ପବନରେ ମିଶି ଥାନ୍ତି ବା ସଂକ୍ରମିତ ବ୍ୟକ୍ତି ଛେପ ଯେଉଁ ଜାଗାରେ ପଡିଥାଏ ସେହି ସମ୍ପର୍କ ରେ ଭଲ ମଣିଷ ଆସିଲେ ତାଙ୍କୁ ମଧ୍ୟ ଏହି ସଂକ୍ରମଣ ହୋଇଥାଏ ।

ବ୍ୟକ୍ତି ଅଜାଣତ ରେ ଗୋଟେ ଘଣ୍ଟା ରେ କେତେ ଥର ନିଜ ମୁହଁ କୁ ଛୁଇଁ ଥାଏ, ଏଥିରେ ନାକ ଛୁଇଁବା ଆଖି ରେ ହାତ ମାରିବା ମଧ୍ୟ ଥାଏ । ବିଶେଶ୍ଜ୍ଞ ଏବେ ବି ଏହି ଭାଇରସ ଉପରେ ଅଧ୍ୟୟନ କରୁଛନ୍ତି ଓ କେତେକ କଥା ଜଣା ପଡିଛି ଯେମିତିକି କରୋନା ଭାଇରସ କୌଣସି ଜାଗା ରେ ପଡିଲେ କିଛି ଦିନ ପର୍ଯ୍ୟନ୍ତ ଜୀବିତ ଥାଏ ଓ ଏହି କାରଣ ପାଇଁ ଅନ୍ୟ ଲୋକଙ୍କୁ ଶୀଘ୍ର ସଂକ୍ରମିତ କରିଥାଏ ।

ଏମିତି ସ୍ଥିତି ରେ ବାରମ୍ବାର ହାତ ଧୋଇବା, କାଶିବା, ଛିଙ୍କିଲା ବେଳେ ହାତ ବା ରୁମାଲ ରଖିବା ଉଚିତ ଅଟେ ଯାହା ଦ୍ଵାରା ଭାଇରସ ଆପଣଙ୍କୁ କମ ଆଟ୍ଟାକ କରିଥାଏ । କୌଣସି ଜାଗା ଛୁଇଁ ନିଜ ହାତ ମୁହଁ ରେ ମାରନ୍ତୁ ନାହିଁ ଏହା ଆପଣଙ୍କୁ ଆହୁରି ଗମ୍ଭୀର ଭାବରେ ସଂକ୍ରମିତ କରି ପାରେ, ଥଣ୍ଡା ହୋଇଥିବା ବା ଛିଙ୍କୁ ଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ଆମ ଜାଣିବା ଖବର ଅନୁଯାଇ କରୋନା ଭାଇରସ ଜର ଭଳି ପବନ ରେ ରହୁଥିବା ଭାଇରସ ନୁହନ୍ତି ତେବେ ଯଦି ଆପଣ ସଂକ୍ରମିତ ଲୋକର ବହୁତ ପାଖରେ ଅଛନ୍ତି ତେବେ ଆପଣଙ୍କୁ ଏହି ସଂକ୍ରମଣ ହୋଇ ପାରେ । ସେଥିପାଇଁ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଓ ନିଜକୁ ବଞ୍ଚେଇ ରଖିବା ପାଇଁ ସଂକ୍ରମିତ ଲୋକଙ୍କ ଠାରୁ ଦୂରତା ରଖନ୍ତୁ ଓ ସଠିକ ସଫା ସୁତୁରା ଜାଗାରେ ବାସ କରନ୍ତୁ ।

Leave a Reply

Your email address will not be published. Required fields are marked *