ଚାକିରିଆଙ୍କ ପାଇଁ ବଡ ଖବର! ବଦଳିବ କର୍ମଚାରୀଙ୍କ ଅବସର ବୟସ…. ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ୨୦୪୭ ମସିହା ସୁଧା ଭାରତ ବୟସ୍କ ବହୁଳ ଦେଶ ଭାବେ ଉଭା ହେବ । ସେହି ସମୟ ବେଳକୁ ଭାରତରେ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୧୪ କୋଟି ରୁ ଅଧିକ ହୋଇଯିବ । ଫଳରେ ପେନସନ ଫଣ୍ଡ ଉପରେ ଚାପ ବଢିବ । ତେବେ EPFO ର ୬ କୋଟି ସବସ୍କ୍ରାଇବର ଅଛନ୍ତି ଯାହା ଆଗାମୀ ସମୟରେ ଅଧିକ ହେବ ବୋଲି ଆଶା କରା ଯାଉଛି । ତେଣୁ ଏହି ଚାପ କୁ କମାଇବା ପାଇଁ ଭାରତ ର ସରକାର ସରକାରୀ ଚାକିରିଆ ଙ୍କ ଅବସର ବୟସରେ ପରିବର୍ତ୍ତନ କରିବାକୁ ବିଚାର କରୁଛନ୍ତି ବୋଲି ସୂଚନା ମିଳିଛି ।

କର୍ମଚାରୀ ଭବିଷ୍ୟତ ନିଧି ସଂଘଠନ ବା EPFO ରେ କର୍ମଚାରୀ ଙ୍କ ଅବସର ବୟସ ବଢାଇବା ପକ୍ଷ ରେ ଅଛନ୍ତି । EPFO ନିଜର ଭିଜନ ଡକୁମେଣ୍ଟ ରେ ଏହି ପ୍ରସଙ୍ଗ ଉଠାଇଛି । ଏଥିପାଇଁ ଅନ୍ୟ ବିକଶିତ ଦେଶ ମାନଙ୍କର ମଡେଲ ଉପରେ ବିଚାର କରାଯିବ । ଏହା ଦ୍ଵାରା ପେନସନ ସିଷ୍ଟମ କୁ ମଜବୁତ କରିବାକୁ ସହଯୋଗ ମିଳି ପାରିବ । ଏବେ EPFO ର ୬ କୋଟି ସବସ୍କ୍ରାଇବର ଥିବା ବେଳେ ୨୦୨୨ ରେ ୮ ଲକ୍ଷ ରୁ ଅଧିକ ନୂଆ ସବସ୍କ୍ରାଇବର ଯୋଡି ହୋଇ ରହିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ସରକାର ଖୁବ ଜଲ୍ଦି ବିଚାର କରିବାକୁ ସଂଘଠନ କହିଛି ।

ଇକୋନୋମିକ ଟାଇମସ ର ତଥ୍ୟ ଅନୁଯାୟୀ ଦେଶରେ ଅବସର ବୟସ ୫୮ ରୁ ୬୫ ମଧ୍ୟରେ ରହିଛି । ଘରୋଇ ସେକ୍ଟର ରେ କାମ କରୁଥିବା କର୍ମଚାରୀ ଙ୍କ ଅବସର ବୟସ ୫୮ ବର୍ଷ ଥିବା ବେଳେ ଡାକ୍ତର ମାନଙ୍କ କ୍ଷେତ୍ର ରେ ଏହା ୬୫ ବର୍ଷ ରହିଛି । ତେଣୁ ପେନସନ ର ବୋଝ କୁ ହାଲକା କରିବା ପାଇଁ ବିଦେଶରେ ଅବସର ନୀତି ଉପରେ ବିଚାର କରା ଯାଉଛି ।

ଯୁର୍ପୋ ରେ ଯୁନିଅନ ଅବସର ବୟସ ୬୫ ବର୍ଷ ଥିବା ବେଳେ ଇଟାଲୀ ଓ ଡେନମାର୍କ ରେ ଏହା ୬୭ ବର୍ଷ ରହିଛି । ସେହିପରି ଆମେରିକାରେ କର୍ମଚାରୀ ଙ୍କର ଅବସର ବୟସ ସୀମା ରହିଛି ୬୬ ବର୍ଷ । ଭାରତରେ ଏପରି ନିୟମ ଲାଗୁ ହେଲେ କର୍ମଚାରୀ ଙ୍କ ଅବସର ବୟସ ବଢିବ । ଫଳରେ EPFO ଅନ୍ୟ ଫଣ୍ଡ ମାନଙ୍କରେ ଅଧିକ ଅର୍ଥ ଜମା ହେବ ।

ଏହା ଫଳରେ ପେନସନ ସିଷ୍ଟମ ଉପରେ କମ ଚାପ ପଡିବ । ଏହା ସହ ମହଙ୍ଗା ସମସ୍ଯା କୁ ମଧ୍ୟ ନିୟନ୍ତ୍ରଣ କରାଯିବ । ତେବେ ଏହି ପ୍ରସଙ୍ଗ କୁ ୩ ବର୍ଷ ପୂର୍ବ ଉତଥାପନ କରା ଯାଇଥିଲା । ଏହା ପରେ ଲୋକସଭା ଓ ରାଜ୍ୟସଭା ରେ ମଧ୍ୟ ଉଠା ଯାଇଥିଲା । ୨୦୨୧ ରେ ମଧ୍ୟ ଏ ନେଇ କେନ୍ଦ୍ର ସରକାର ବିଚାର କରିଥିଲେ ।

ଦେଶରେ ପ୍ରଥମେ କେନ୍ଦ୍ର କର୍ମଚାରୀ ଙ୍କ ପାଇଁ ଏହି ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଙ୍କ ଆର୍ଥିକ ପରାମର୍ଶଦାତା କମିଟି ପକ୍ଷରୁ ଏ ନେଇ ସରକାରଙ୍କୁ ପ୍ରସ୍ତାବ ପଠାଯାଇଥିଲା । ବନ୍ଧୁଗଣ ଆପଣଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *