ଚାଣକ୍ୟ ନୀତି- ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ମନେ ରଖନ୍ତୁ ଏହି ୧୦ଟି କଥା

ଆଜିକାଲି ଦେଖାଯାଉଛି ଯେ,ଦାମ୍ପତ୍ୟ ସମ୍ପର୍କ ଅଧିକା ଦିନ ତିଷ୍ଠି ପାରୁନାହିଁ । ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳ ଶକ୍ତି ଉପରେ । ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିସାତ୍‌ ମଧ୍ୟ କରିଦେଇପାରେ । ତେବେ ପଢ଼ନ୍ତୁ କିପରି ଏକ ହସ ଖୁସିର ସହ ଦାମ୍ପତ୍ୟ ଜୀବନ ବିତାଇବେ । ଏହି ସବୁ କଥା ମାନି ଚଳିଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ନିଶ୍ଚିନ୍ତ ସୁଖମୟ ହେବ ।

Image Courtesy: Google

୧. ଯଦି କିଛି କଥା ସ୍ୱାମୀଙ୍କୁ କହିବାକୁ ଚାହୁଁଥାନ୍ତି ତା’ ହେଲେ ସିଧା ସଳଖ କୁହନ୍ତୁ । ଚିଡ଼୍‌ଚିଡ଼୍‌ ହୋଇ କହିଲେ ସେ ଆପଣଙ୍କ କଥା ଗୁରୁତ୍ୱ ନ ଦେବା ସହ ଝଗଡ଼ା ହେବାର ଅଧିକା ସମ୍ଭାବନା ଥାଏ । ସ୍ୱାମୀଙ୍କୁ ବିଲ୍‌କୁଲ୍‌ ସନ୍ଦେହ କରନ୍ତୁ ନାହିଁ । ସ୍ୱାମୀଙ୍କ ପାଇଁ ଏପରି ସୁଯୋଗ ସୃଷ୍ଟି କରନ୍ତୁ ନାହିଁ, ଯେପରି ତାଙ୍କ ଭଲପାଇବା ଆପଣଙ୍କ ପାଇଁ କମ୍‌ ହୋଇଯିବ ।

୨. ସ୍ୱାମୀ ଯଦି ଜୀବନରେ କିଛି କରିବାକୁ ଚାହୁଁଛନ୍ତି, ତା ହେଲେ ତାଙ୍କୁ ରୋକନ୍ତୁ ନାହିଁ । କିଛି ଭଲ କାମ କରିବାକୁ ଯାଉଥିଲେ, ତାଙ୍କୁ ଆହୁରି ଉତ୍ସାହିତ କରନ୍ତୁ । ଏହା କରିବା ଦ୍ୱାରା ସମ୍ପର୍କରେ ମଧୁରତା ଆସିଥାଏ ।

Image Courtesy: Google

୩. ଯେତେବେଳେ ଆପଣ ନିଜ ମନ କଥା ସ୍ୱାମୀଙ୍କ ଆଗରେ କହିବାକୁ ଚାହୁଁଥା’ନ୍ତି; ସେତେବେଳେ ସକରାତ୍ମକ ଢଙ୍ଗରେ ପ୍ରକାଶ କରନ୍ତୁ । ନିଜ କଥାକୁ ଅଧିକ ଗୁରୁତ୍ୱ ଦେଇ କୁହନ୍ତୁ ନାହିଁ । ଯଦି ସ୍ୱାମୀ ଆପଣଙ୍କ ଆବଶ୍ୟକତାକୁ ପୂରା କରିପାରୁନାହାନ୍ତି, ତା ହେଲେ ତାଙ୍କ ପରିସ୍ଥିତିକୁ ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ ।

୪. ଦୁଃଖ ସମୟରେ ସ୍ୱାମୀଙ୍କ ପାଖରେ ରହି ତାଙ୍କୁ ସାହସ ଦିଅନ୍ତୁ । ଜୀବନ ବେଳେବେଳେ ଖରାପ ସମୟ ଦେଇ ଗତି କରିଥାଏ; ସେତେବେଳେ ନିଜେ ନ ଭାଙ୍ଗିବା ସହ ସ୍ୱାମୀଙ୍କୁ ମଧ୍ୟ ସାହସର ସହ ସାମ୍ନା କରିବାକୁ ପରାମର୍ଶ ଦିଅନ୍ତୁ । ମନେ ରଖନ୍ତୁ, ଦୁଃଖ ପରେ ସୁଖ ଆସିବା ନିଶ୍ଚିତ; କିନ୍ତୁ ଧୈର୍ଯ୍ୟ ଆବଶ୍ୟକ ।

Image Courtesy: Google

୫.ନିଜ ଆର୍ଥିକ ସ୍ଥିତି ଅନୁଯାୟୀ ସ୍ୱାମୀଙ୍କ ଠାରୁ ସେତିକି ଆଶା ରଖନ୍ତୁ । ଏମିତି କେହି ନାହାନ୍ତି ଯେ ଆପଣଙ୍କର ଶତ ପ୍ରତିଶତ ଆଶା ପୂରଣ କରିପାରିବେ । ତେଣୁ ସବୁବେଳେ ବାସ୍ତବତା ଚିନ୍ତା କରନ୍ତୁ ।

୬. ଆପଣଙ୍କ ସ୍ୱାମୀଙ୍କୁ ଯେଉଁଭଳି ଭଲପାଇବା ଓ ସମ୍ମାନ ଦେବେ ସେ ମଧ୍ୟ ଆପଣଙ୍କୁ ସେତିକି ଆଦର କରିବେ । ଅନେକ ସମୟରେ ସ୍ୱାମୀ ଅଫିସ୍‌ ବା ବ୍ୟବସାୟର କାର୍ଯ୍ୟଚାପ ଯୋଗୁଁ ବିରକ୍ତ ହୋଇପଡ଼ନ୍ତି । ଏହି ପରିସ୍ଥିତିରେ ନିରବତା ଅବଲମ୍ବନ କରନ୍ତୁ । ଦେଖିବେ, ସ୍ୱାମୀ କିଛି ଭୁଲ୍‌ କରିଥିଲେ ସେ ନିଜ ଭୁଲ୍ ସ୍ୱୀକାର କରିବେ । ପୁଣି ସବୁ ଠିକ୍ ହୋଇଯିବ । ତେବେ ଏ ସମସ୍ତ ଜିନିଷ ଆପଣଙ୍କ ଧୈର୍ଯ୍ୟ ଓ ସଂଯମତା ଉପରେ ନିର୍ଭର କରେ ।

Image Courtesy: Google

୭. ପରିବାର ଓ ସାଙ୍ଗସାଥିଙ୍କ ଆଗରେ ସ୍ୱାମୀଙ୍କ ଭୁଲ୍ ତଥା ତାଙ୍କୁ ଖରାପ ଲାଗିବା ଭଳି କଥା କୁହନ୍ତୁ ନାହିଁ । ଏହା ତାଙ୍କୁ ଅପମାନ ଲାଗିବା ସହ ଝଗଡ଼ାର କାରଣ ହୋଇପାରେ ।

୮.ସନ୍ତାନ ଜନ୍ମ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଯାଏ । ସନ୍ତାନକୁ ଅନୁଶାସନ ଶିଖାଇଲା ବେଳେ ପତି ପତ୍ନୀ ନିଜ ଭିତରେ ଝଗଡ଼ା କରନ୍ତୁ ନାହିଁ । ଏଥି ପାଇଁ ଝଗଡ଼ା ସୃଷ୍ଟି ହୋଇପାରେ ।

୯.ନିଜ ନିଜ ଭିତରେ ଥିବା ଭୁଲ୍‌କୁ ସ୍ୱୀକାର କରି ସୁଧାରନ୍ତୁ । ଏହା ଦ୍ୱାରା ଜୀବନ ସୁଖ ଓ ଆନନ୍ଦ ଉଲ୍ଲାସରେ ବିତିଥାଏ । ସବୁ କଥାରେ ପ୍ରତିବାଦ କରିବା ଠିକ୍ ନୁହେଁ । ଭାରତୀୟ ନାରୀର ସ୍ଥାନ ବିଶ୍ୱର ସବୁ ସଂସ୍କୃତିର ଊର୍ଦ୍ଧ୍ୱରେ । ପ୍ରତିବାଦ କରୁଥିବା ନାରୀ ଅପେକ୍ଷା ସହି ଯାଉଥିବା ନାରୀ ବୁଦ୍ଧିମତି । ତେବେ ଆପଣ ଯଦି ସ୍ୱାମୀଙ୍କ ଦୋଷତ୍ରୁଟି ଦେଖୁଛନ୍ତି, ତେବେ ତାଙ୍କୁ ସେହି ସମୟରେ କୁହନ୍ତୁ, ଯେତେବେଳେ ତାଙ୍କର ଆପଣଙ୍କ ପ୍ରତି ଭଲ ପାଇବା ଅଧିକ ରହିଥିବ ବୋଲି ଅନୁଭବ କରିବେ ।

Image Courtesy: Google

୧୦. ଆପଣ ଯଦି ଛୋଟ ଛୋଟ କଥାରେ ସ୍ୱାମୀଙ୍କ ସହ ଝଗଡ଼ା କରୁଥାନ୍ତି; ତା’ ହେଲେ ଏହି ଅଭ୍ୟାସ ଛାଡ଼ନ୍ତୁ । ଏହି କାରଣରୁ ସ୍ୱାମୀଙ୍କ ବିଶ୍ୱାସ ଆପଣ ହରାଇପାରନ୍ତି । କିଛି ଗୁରୁତ୍ୱପୂର୍ଣ୍ଣ କଥା ଥିଲେ ସେ ଆପଣଙ୍କୁ କହିବାକୁ ଉଚିତ ମନେ କରିବେ ନାହିଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *