ଚନ୍ଦ୍ର ଗ୍ରହଣ ବିଷୟରେ କିଏ ଅବା ଜାଣି ନାହିଁ, ତେବେ ଏହି ବର୍ଷର ଅନ୍ତିମ ଚନ୍ଦ୍ର ଗ୍ରହଣ ୩୦ ନଭେମ୍ବର କୁ ହବାକୁ ଯାଉଛି । ଏହି ଦିନ ହାଣ୍ଡିଛାଡ ହବ ଓ ଆଜି ଆମେ ଆପଣଙ୍କୁ ଏହି ହାଣ୍ଡି ଛାଡ ସମୟ କହିବାକୁ ଯାଉଛୁ ଓ ଚନ୍ଦ୍ର ଗ୍ରହଣ ସମୟରେ କଣ କରିବା ଉଚିତ ଓ କଣ ନକରିବା ଉଚିତ ତାହା ବିଷୟରେ ମଧ୍ୟ କହିବାକୁ ଯାଉଛୁ ।
ତେବେ ଆପଣ ମାନେ ଏହା ଜାଣିଥିବେ ଯେ ଚନ୍ଦ୍ର ଗ୍ରହଣ ଆମ ହିନ୍ଦୁ ଧର୍ମରେ ଶୁଭ କୁହା ଯାଏ ନାହିଁ, ତେବେ କେତେ ଲୋକ ଏହାକୁ ଚନ୍ଦ୍ର ଭଗବାନଙ୍କ ଉପରେ ଆସିଥିବା ବିପତି ମଧ୍ୟ କହିଥାନ୍ତି ।

ତେବେ ଶାସ୍ତ୍ର ରେ ମଧ୍ୟ କୁହା ଯାଇଛି ଚନ୍ଦ୍ର ଗ୍ରହଣ ୩ଟି ପ୍ରକାରର ହୋଇଥାଏ ସମପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଆଂଶିକ ଚନ୍ଦ୍ର ଗ୍ରହଣ ଓ ଉପଛାୟା ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ଉପଛାୟା ଚନ୍ଦ୍ର ଗ୍ରହଣ ହବାକୁ ଯାଉଛି ଏହା ଉତ୍ତର ଆମେରିକା ସହ ୟୁରୋପ ଇତ୍ୟାଦିରେ ମଧ୍ୟ ବିଦ୍ୟବାନ ହବ । ତେବେ ଆଜି ଆମେ ଆପଣଙ୍କୁ ଏହି ଉପଛାୟା ଚନ୍ଦ୍ର ଗ୍ରହଣ ବିଷୟରେ ବହିଉତ କଥା କହିବାକୁ ଯାଉଛୁ ଓ ଏହି ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ କଣ କରିବା ଉଚିତ ଓ କଣ ନକରିବା ଉଚିତ ତାହା ମଧ୍ୟ ଆମେ ଆପଣଙ୍କୁ କହିବୁ ।

ଏହି ଚନ୍ଦ୍ର ଗ୍ରହଣ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ଅଟେ ଏହାର ଗ୍ରାସ ବା ଗ୍ରହଣ ସମୟ ହେଉଛି ୧:୪ ମିନିଟ ଠାରୁ ଆରମ୍ଭ ହବ ଓ ସନ୍ଧ୍ୟା ୫:୨୨ ମିନିଟରେ ସେଶ ହୋଇଯିବ । ଏହି ଗ୍ରହଣ ମହାକାଶରେ ପ୍ରାୟତଃ ୪ ଘଣ୍ଟା ୨୨ ମିନିଟ ପର୍ଯ୍ୟନ୍ତ ବିଦ୍ୟବାନ ହବ । ତେବେ ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ ସେଥିପାଇଁ ହାଣ୍ଡି ଛାଡ ମାନ୍ୟ ହବ ନାହିଁ ଏହା ସହ ପୂଜା କାର୍ଯ୍ୟ ମଧ୍ୟ ବନ୍ଦ ହବ ନାହିଁ ଯେହେତୁ ଏହି ଚନ୍ଦ୍ର ଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ରହିବ ସେଥିପାଇଁ ଭାରତରେ କିଛି ସମୟ ପାଇଁ ଦେଖା ଯାଇ ପାରେ ତେବେ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି

ଯେ ଯେଉଁ ଗ୍ରହଣ ଖାଲି ଆଖିରେ ଦେଖା ଯାଏ ନାହିଁ ସେହି ଗ୍ରହଣରେ କୌଣସି ପୂଜା ବା ଅନ୍ୟ କାର୍ଯ୍ୟ ବନ୍ଦ କରିବା ଉଚିତ ନୁହ । କିନ୍ତୁ ଏହାର ପ୍ରଭାବ ଗର୍ଭବତୀ ମହିଳାଙ୍କ ଉପରେ ପଡିଥାଏ ସେଥିପାଇଁ ସାବଧାନ ରୁହନ୍ତୁ ବାହାରକୁ ବୁଲନ୍ତୁ ନାହିଁ ଓ କୌଣସି ଜିନିଷ କଟା କଟି ବା ସିଲେଇ କରନ୍ତୁ ନାହିଁ ଏହାର ଦୁଷ୍ପ୍ରଭାବ ପେଟରେ ଥିବା ଶିଶୁ ଉପରେ ପଡିଥାଏ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।