ଚାଣକ୍ୟ ନୀତି ଅନୁଯାଇ ଏହି ପ୍ରାଣିମାନଙ୍କୁ କେବେବି ନିଦରୁ ଉଠେଇବା ଉଚିତ ନୁହେଁ- ନଚେତ ମୃତ୍ୟୁ ମଧ୍ୟ ଆସି ପାରେ

ଆଚାର୍ଯ୍ୟ ଚାଣକ୍ୟ ନୀତି କେବଳ ଭାରତରେ ନୁହଁଁ ବାହାର ଦେଶ ରେ ମଧ୍ୟ ପଢା ଯାଏ ଏବଂ ଉପଯୋଗ କରା ଯାଏ, ଆଚାର୍ଯ୍ୟ ସମାଜ କୁ ସଭ୍ୟ ବନେଇବା ପାଇଁ ବହୁତ ପ୍ରକାର ନୀତି ବିଷୟରେ ଚାଣକ୍ୟ ନୀତି ରେ ଉଲ୍ଲେଖ କରାଯାଇଛି । ତେବେ ଚାଣକ୍ୟଙ୍କ କଥା ସବୁବେଳେ ମନୁଷ୍ୟ ପାଇଁ ଲାଭକାରୀ ହୋଇଥାଏ, ଚାଣକ୍ୟଙ୍କ ଅନୁଯାଇ ଏମିତି କିଛି ଜୀବଜନ୍ତୁ ଅଛନ୍ତି ଯାହାକୁ ନିଦରୁ ଉଠେଇବା ଉଚିତ ନୁହଁଁ ।

ଏହି ପ୍ରାଣିମାନଙ୍କୁ ନିଦରୁ ଉଠେଇବା ଅର୍ଥ ଆପଣଙ୍କ ଜୀବନ ମଧ୍ୟ ଯାଇ ପାରେ ସେଥିପାଇଁ ଚାଣକ୍ୟଙ୍କ କଥା ମାନନ୍ତୁ ତେବେ ଆସନ୍ତୁ ଜାଣିବା ଏହି ପ୍ରାଣି ଗୁଡିକଙ୍କ ବିଷୟରେ ।

ଶ୍ଲୋକ-

ଅହିଂ ନୃପଂ ଚ ଶାର୍ଦୂଲଂ ବରଟିଂ ବାଲକଂ ତଥା।

ପରଶ୍ୱାନଂ ଚ ମୂର୍ଖଂ ଚ ସପ୍ତ ସୁପ୍ତାନ୍ନ ବୋଧୟେତ୍।।

ଆପଣଙ୍କୁ ଆମେ ଚାଣକ୍ୟଙ୍କ ଏହି ଶ୍ଳୋକ ବିଷୟରେ କହିବୁ ତେବେ ଚାଣକ୍ୟଙ୍କ କହିବା ଅନୁଯାଇ ରାଜା ବା ଅଧିକାରୀ କୁ ନିଦରୁ ଉଠେଇବା ଉଚିତ ନୁହଁଁ, ରାଜାଙ୍କୁ ନିଦରୁ ଉଠେଇବା ଅର୍ଥ ତାଙ୍କ କ୍ରୋଧର ଶିକାର ହବା । ତେବେ ଏହା ମଧ୍ୟ କୁହା ଯାଇଛି ଯେ ଜଙ୍ଗଲର ରାଜା ସିଂହକୁ ଭୁଲରେ ବି ଉଠେଇବା କଥା ନୁହଁଁ ବା ଉଠେଇବା ପାଇଁ ପ୍ରୟାସ କରିବା ଉଚିତ ନୁହଁଁ । ସିଂହକୁ ଉଠେଇବା ଅର୍ଥ ମୃତ୍ୟୁ କୁ ଡାକେରା ଦବା ।

କୌଣସି ଶୋଉଥିବା ସାପକୁ ଉଠେଇବା ଉଚିତ ନୁହଁ ନଚେତ ଉଠିବା ପରେ ପ୍ରଥମେ ସେ ଚୋଟ ମାରିଥାଏ ଯାହା ଫଳରେ କାହାର ଜୀବନ ମଧ୍ୟ ଯାଇ ପାରେ । ତେବେ ଛୋଟ ଛୁଆଙ୍କୁ କେବେ ନିଦରୁ ଉଠେଇବା ଉଚିତ ନୁହଁ ନଚେତ ତାଙ୍କୁ ସମ୍ଭାଳିବା କଷ୍ଟକର ହୋଇଯାଏ, ହିଂସକ ପଶୁ ବା ବାହାର କୁକୁରକୁ ଉଠେଇବା ଉଚିତ ନୁହଁ, ଉଠିବା ପରେ ସେ ଆପଣଙ୍କ ଉପରେ ଆଘାତ କରି ପାରନ୍ତି ।

ମୂର୍ଖ ମଣିଷକୁ ନିଦରୁ ଉଠେଇବା ମଧ୍ୟ ଏକ ମୁର୍ଖାମି କାମ ଅଟେ, କାହିଁକିନା ମୂର୍ଖ ଲୋକଙ୍କ କଥା ବୁଝିବା ବହୁତ ବଡ ସମସ୍ୟା ଅଟେ, ମୂର୍ଖ ଲୋକ କାଥା ବୁଝନ୍ତି ନାହିଁ ଓ ଆପଣଙ୍କ ପାଇଁ ଘାତକ ସିଦ୍ଧ ହୁଅନ୍ତି । ତେବେ ଏଥର ଆପଣ ବୁଝି ଯାଇଥିବେ ଯେ ଚାଣକ୍ୟ କେଉଁ ମାନଙ୍କୁ ନିଦାରୁ ଉଠାଇବା ପାଇଁ ମନା କରିଛନ୍ତି, ସେଥିପାଇଁ ସାବଧାନ ରହିବେ ଓ ଏହି ସବୁ ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିବେ ।

Leave a Reply

Your email address will not be published. Required fields are marked *