ଆଜି ଆମେ ଚାଣକ୍ୟ ନୀତି ଦ୍ଵାରା ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ସକାଳେ ସକାଳେ କିଛି କାମ କରିବା ଉଚିତ ହୋଇନଥାଏ ତେବେ ଏହି କାମ କରିବା ଦ୍ଵାରା ଆପଣଙ୍କ ଦିନ ଖରାପ ହୋଇଥାଏ ଯାହା ପ୍ରଭାବ ଆପଣଙ୍କ ଅଫିସ ପରିବାର ଓ ସାଙ୍ଗମାନଙ୍କୁ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ୫ଟି କଥା କହିବାକୁ ଯାଉଛୁ ଯାହା କେବେ ଭୁଲରେ ବି ସକାଳ ସମୟରେ କରନ୍ତୁ ନାହିଁ ଆଚାର୍ଯ୍ୟ ଚାଣକ୍ୟ କହିଥିଲେ ।

୧. ସକାଳ ସମୟରେ ବଡ ବଡ ରିଷି ମୁନି ଓ ଚାଣକ୍ୟ ସାଧନା ବା ମେଡିଟେସନ ଓ ଗ୍ରନ୍ଥ ପଢିବାରେ ଲାଗି ରହୁଥିଲେ ଯାହା ଦ୍ଵାରା ସେ ଦିନ ସାରା ଏହି ଭଳି ଚମତ୍କାରୀ କାମ ଗୁଡା କରିପାରୁଥିଲେ ତେବେ ଆପଣଙ୍କୁ ମଧ୍ୟ ସକାଳ ସମୟରେ ନିଜ ମନ ସ୍ଵଛ କରି ଧ୍ୟାନ ଭଗବାନରେ ଲଗାଇବା ଉଚିତ, କୌଣସି ପ୍ରକାର ଖରାପ ଭାବନା ବା ଚିନ୍ତାଧାରା ନିଜ ମନରେ ଆଣନ୍ତୁ ନାହିଁ ।
୨. ସକାଳ ସମୟରେ ବିଶେଷ ଧ୍ୟାନ ରଖନ୍ତୁ ଯେ ଆପଣ କୌଣସି ନକାରାତ୍ମକ ବ୍ୟକ୍ତି ସହ ଦେଖା କରନ୍ତୁ ନାହିଁ ନଚେତ ନକାରାତ୍ମକତା ଦିନ ସାରା ଆପଣଙ୍କ ସହ ରହିବ ଓ ଆପଣଙ୍କ ସବୁ କାମ ଖରାପ ହବାକୁ ଲାଗିବ ।

୩. ବହୁତ ଲୋକ ସକାଳେ ଉଠୁ ଉଠୁ ମୋବାଇଲ ଦେଖିବା ଆରମ୍ଭ କରନ୍ତି ଯାହା ଦ୍ଵାରା ଖରାପ ଖବର ବା ଅନ୍ୟ ଟେନସନ ଜିନିଷ ଜଣା ପଡିଥାଏ ଯାହା ଆମ ପାଇଁ ଭଲ ହୋଇନଥାଏ । ତେବେ କାର ବା କୌଣସି ଗାଡିକୁ ଯେମିତି ସକାଳେ ଷ୍ଟାର୍ଟ କରି ୩ର୍ଡ ଗିଅରରେ ପକାଇଲେ ତାହା ହଟାତ ବନ୍ଦ ହୋଇଥାଏ ଠିକ ସେମିତି ସକାଳେ ଉଠି ଖରାପ ଜିନିଷ ଶୁଣିଲେ ବା ଚିନ୍ତା କଲେ ମଣିଷ ବୁଦ୍ଧି କମ କାମ କରିଥାଏ ଓ ନକାରାତ୍ମକ ଊର୍ଜା ଅଧିକ କାମ କରିଥାଏ ସେଥିପାଇଁ ଏହି ଭଳି କାମ କରିବା ଉଚିତ ନୁହ ।

୪. ସାକାଳ ସମୟରେ ଉଠିଲା ପରେ ଆପଣଙ୍କୁ ନିଜ କାମ ବିଷୟରେ ଭାବିବା ଉଚିତ କିନ୍ତୁ ଆପଣ ଏହାକୁ ବୋଝ ଭଳି ଅନୁଭବ କଲେ ଆପଣଙ୍କ ପୁରା ଦିନ ଏହି ଭାବନାରେ ପଳେଇବ ଯେ ଆପଣଙ୍କ ଉପରେ ବହୁତ କାମ ଅଛି । ତେବେ କୌଣସି କାମକୁ ଫ୍ରିମାଇଣ୍ଡ ରେ କରିବା ଦ୍ଵାରା ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ ଓ ଆପଣଙ୍କ କାମ ମଧ୍ୟ ସଠିକ ଭାବରେ ହୋଇଥାଏ କିନ୍ତୁ ଯଦି ଆପଣ କାମକୁ ବୋଝ ଭଳି ଅନୁଭବ କରନ୍ତି ତେବେ ଏହା ଆପଣଙ୍କ କାମ ବଢାଇଥାଏ ଓ ଆପଣଙ୍କ କାମ ଭୁଲ ମଧ୍ୟ ହୋଇଥାଏ ।

୫. ଆମ ମାଇଣ୍ଡ ସମୁଦ୍ରରେ ଥିବା ଜାହାଜ ଭଳି ହୋଇଥାଏ ଏହାକୁ ସଠିକ ରାସ୍ତା ଦେଖାଇଲେ ଆପଣଙ୍କୁ ସଠିକ ଜାଗାରେ ପହଞ୍ଚାଇଥାଏ କିନ୍ତୁ ଆପଣ ଯଦି ଏହାକୁ ରାସ୍ତା ନଦେଖାଣ୍ଟି ତେବେ ଏହା ଜୀବନ ଚକ୍ରବ୍ୟୁହ ରେ ଫାଶୀ ଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।