ଶ୍ରୀ ଗଣେଶଙ୍କ ଏକ ଅଲୌକିକ ମନ୍ଦିର, ଯେଉଁଠି ଭକ୍ତ କେବେ ଖାଲି ହାତରେ ଫେରେନି- ଯାହା ମାଗିଥାଏ ନିଶ୍ଚୟ ପାଏ

ଭଗବାନ ଗଣେଶଙ୍କ ସିଦ୍ଧ ମନ୍ଦିର ମଧ୍ୟରୁ ଚିନ୍ତାମନ ଗଣେଶ ମନ୍ଦିର ଅଛି। ଏହିପରି ୪ଟି ଚିନ୍ତାମନ ଗଣେଶ ମନ୍ଦିର ଅଛି। କୁହାଯାଏ କି ଭକ୍ତଙ୍କ ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ।  ଭୋପାଳ, ଉଜ୍ଜେନ , ଗୁଜୁରାତ ଓ ରଣଥଂଭୌର ଏହି ଗଣପତି ମନ୍ଦିରର ସିଦ୍ଧି ସ୍ଥାପନାର ଚର୍ଚିତ କାହାଣୀ ମଧ୍ୟରେ ଲୁଚି ରହିଛି। ଭୋପାଳର ଦୁଇ କିଲୋମିଟର ଦୂରରେ ଶିହୋରରେ ସ୍ଥିତ ଚିନ୍ତାମନ ମନ୍ଦିରର ଦନ୍ତକଥା ବହୁତ ରୋଚକ ଅଟେ।

ଏହି ମନ୍ଦିରର ସ୍ଥାପନା ରାଜା ବିକ୍ରମାଦିତ୍ୟ କରିଥିଲେ, କିନ୍ତୁ ଏହି ମୂର୍ତ୍ତି ସ୍ଵୟଂ ଗଣେଶ ଦେଇଥିଲେ। ପ୍ରଚଳିତ କାହାଣୀ ଅନୁସାରେ ରାଜା ବିକ୍ରମାଦିତ୍ୟ ସ୍ଵପ୍ନରେ ଗଣପତି ଆସି ପାର୍ବତୀ ନଦୀ କୂଳରେ ଫୁଲ ରୂପରେ ନିଜର ମୂର୍ତ୍ତି ବିଷୟରେ କହି ତାହା ଆଣି ସ୍ଥାପିତ କରିବା ପାଇଁ ଆଦେଶ ଦେଇଥିଲେ। ରାଜା ବିକ୍ରମାଦିତ୍ୟ ଠିକ୍ ସେହିପରି କଲେ। ପାର୍ବତୀ ନଦୀ କୂଳରେ ସେହି ଫୁଲ ମିଳିଥିଲା ଓ ତାକୁ ରଥରେ ଆଣି ସେହି ରାଜ୍ୟକୁ ଫେରି ଗଲେ। ରାତି ହୋଇଗଲା ଓ ଅଚାନକ ସେହି ଫୁଲ ଗଣପତିଙ୍କ ମୂର୍ତ୍ତିରେ ପରିବର୍ତ୍ତନ ହୋଇ ସେହି ଜାଗାରେ ଭୂମି ଭିତରେ ଧସିଗଲେ। ରାଜାଙ୍କ ଅଙ୍ଗ ରକ୍ଷକମାନେ ରଥକୁ ଜଞ୍ଜିରରେ ବାନ୍ଧି ମୂର୍ତ୍ତିକୁ ଭୂମି ମଧ୍ୟରୁ କାଢିବାକୁ ବହୁତ ଚେଷ୍ଟା କରି ମଧ୍ୟ ମୂର୍ତ୍ତିକୁ କାଢିପାରିଲେ ନାହିଁ। ସେଠାରେ ରାଜା ବିକ୍ରମାଦିତ୍ୟ ଗଣପତି ମୂର୍ତ୍ତି ସ୍ଥାପିତ କରି ଏହି ମନ୍ଦିର ନିର୍ମାଣ କରିଥିଲେ।

ମୂର୍ତ୍ତିରେ ଚାନ୍ଦି ବା ରୂପାର ଆଖି ଲଗାଯାଇଥିଲା।

ମନ୍ଦିରରେ ସ୍ଥାପିତ ଗଣପତି ମୂର୍ତ୍ତିରେ ଚାନ୍ଦି ବା ରୂପାର ଆଖି ଲଗାଯାଇଥିଲା। ବାସ୍ତବିକ ମୂର୍ତ୍ତିର ଆଖି ହୀରାରେ ତିଆରି ହୋଇଥିଲା। ସ୍ଥାନୀୟ ଲୋକଙ୍କ ଅନୁସାରେ ଆଜି ମନ୍ଦିର ଓ ମୂର୍ତ୍ତିର ସୁରକ୍ଷା ପାଇଁ ରାତ୍ରରେ ମନ୍ଦିର ପରିସରରେ ତାଲା ଲଗାଯାଉଛି, କିନ୍ତୁ ପୂର୍ବରୁ ଏହି ହେଉ ନ ଥିଲା। ୧୫୦ ବର୍ଷ ପୂର୍ବରୁ ଏହି ଖୋଲା ମନ୍ଦିରରୁ ହୀରା ଆଖି ଚୋରୀ ହୋଇଥିଲା। କେତେ ଦୀନ ପର୍ଯ୍ୟନ୍ତ ଆଖିରେ କ୍ଷୀର ଧାର ବହୁଥିଲା ଓ ମୁଖ୍ୟ ପୂଜାରୀଙ୍କୁ ଗଣପତି ସ୍ଵପ୍ନରେ ଆସି ଚାନ୍ଦି ବା ରୂପାର ଆଖି ଲଗାଇବାକୁ ଆଦେଶ ଦେଇଥିଲେ। ପୂଜାରୀ ଏହିକୁ ଚିନ୍ତାମନ ମନ୍ଦିରରେ ସ୍ଥାପିତ ଗଣପତିଙ୍କ ନୂଆ ଜନ୍ମ ରୂପରେ ନାମିତ ହେଲା ଓ ଚାନ୍ଦି ବା ରୂପାର ଆଖି ଲଗାଇବା ସମୟକୁ ମନେ ରଖିବା ପାଇଁ ପ୍ରତି ବର୍ଷ ସେହି ଦିନରେ ମେଳା ବା ଯାତ୍ରା କରାଯାଉଛି।

ଓଲଟା ସ୍ଵସ୍ତିକ ର କାହାଣୀ

ଏଠାରେ ଗଣେଶ ଚତୁର୍ଥୀ ଦିନ ଭଣ୍ଡାର କରିବା ପ୍ରଥା ଅଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ୬୦ ବର୍ଷ ପୂର୍ବରୁ ପ୍ଲେଗ ରୋଗ ମାତିଥିଲା। ସେବେ ସେହି ମନ୍ଦିରରେ ଲୋକମାନେ ସେହି ରୋଗ ଠିକ୍ ହେବାର ପାର୍ଥନା କଲେ ଓ ଏହି ରୋଗ ଭଲ ହୋଇଗଲେ ଗଣେଶ ଚତୁର୍ଥୀ କରିବା ପାଇଁ ମାନସିକ ରଖୁଥିଲେ। ଏହି ରୋଗ ସଂପୂର୍ଣ୍ଣ ଭଲ ହୋଇଗଲା ଓ ସେବେଠାରୁ ସବୁ ମାସରେ ଗଣେଶ ଚତୁର୍ଥୀରେ ଭଣ୍ଡାର ପ୍ରଥା ପ୍ରଚଳିତ ଅଛି। ସେଠାକୁ ଯାଉଥିବା ଶ୍ରଦ୍ଧାଳୁମାନେ ମନ୍ଦିରର ପଛ ପଟରେ ଓଲଟା ସ୍ଵାସ୍ତିକ ତିଆରି କରି ମାନସିକ କରୁଛନ୍ତି ଓ ଭଲ ହୋଇଗଲେ ସେଟାକୁ ଯାଇ ସିଧା ସ୍ଵାସ୍ତିକ ତିଆରି କରୁଛନ୍ତି।

ଉଜ୍ଜେନରେ ମଧ୍ୟ ଚିନ୍ତାମନ ଗଣେଶ ମନ୍ଦିର ଅଛି

ଏହିପ୍ରକାର ଉଜ୍ଜେନରେ ଚିନ୍ତାମନ ଗଣେଶ ମନ୍ଦିରର ମାନ୍ୟତା ଅଛି ଯେ ତ୍ରେତୟା ଯୁଗରେ ସ୍ଵୟଂ ଭଗବାନ ରାମ ଗଣପତିଙ୍କ ମୂର୍ତ୍ତି ସ୍ଥାପିତ କରି ଏହି ମନ୍ଦିର ନିର୍ମାଣ କରିଥିଲେ। ଚର୍ଚିତ କଥା ଅନୁସାରେ ରାମଙ୍କ ବନବାସ କାଳରେ ଥରେ ସୀତାଙ୍କୁ ଶୋଷ ଲାଗିଥିଲା। ପ୍ରଥମ ଥର ପାଇଁ ରାମଙ୍କ ଆଜ୍ଞାକୁ ଉଲ୍ଲଂଘନ କରି ଲକ୍ଷ୍ମଣ ଯାଇ ପାଣି ଆଣିବା ପାଇଁ ମନା କରିଥିଲେ। ରାମ ନିଜ ଦିବ୍ୟ ଦୃଷ୍ଟିରେ ତାହା ଜାଣିପାରିଥିଲେ। ଏହାକୁ ଦୂର କରିବା ପାଇଂ ଚିନ୍ତାମନ ଗଣେଶ ମନ୍ଦିର ନିର୍ମାଣ କରିଥିଲେ। କୁହାଯାଏ କି କିଛି ଦିନ ପରେ ଲକ୍ଷ୍ମଣ ସେହି ମନ୍ଦିର ପାଖରେ ଏକ ପୋଖରୀ ତିଆରି କରିଥିଲେ। ଯାହା ଆଜି ମଧ୍ୟ ଲକ୍ଷ୍ମଣଙ୍କ ବାବଡି ନାମରେ ନାମିତ ହୋଇଛି। ଏହି ମନ୍ଦିରରେ ଏକସଙ୍ଗେ ୩ଟି ଗଣପତିଙ୍କ ମୂର୍ତ୍ତି ସ୍ଥାପିତ ହୋଇଅଛି।

Leave a Reply

Your email address will not be published. Required fields are marked *