ଚୋରୀ କରି ଗିରଫ ହେଲେ ଏହି ଫିଲ୍ମ ପ୍ରଯୋଜକ, ଦେଖନ୍ତୁ କିଏ ଏହି ପ୍ରଯୋଜକ ଓ କହିନୀ କରୁଥିଲେ ଚୋରୀ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଆମ ଦେଶ ବା ରାଜ୍ୟରେ ପ୍ରତେକ ଦିନ କେଉଁଠି ନ କେଉଁଠି ଚୋରୀ ଘଟଣା ସାମନା କୁ ଆସୁଛି । ସୋସିଆଲ ମିଡିଆ ଭଳି ପ୍ଲାଟଫର୍ମ ରେ ଯେଉଁ ଠାରେ ଯାହା ଘଟିଥାଏ ତାର ଟିକିନିଖି ଖବର ପ୍ରସାରିତ ହୋଇଥାଏ । ତେବେ ଗତ କିଛି ସମୟ ହେବ ଏମିତି ଏକ ଚୋରୀ ଘଟଣା ସାମ୍ନା କୁ ଆସିଛି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଚୋରୀ କରିଥିବା ବ୍ୟକ୍ତି ଜଣକ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ବରଂ ସେ ଜଣେ ନାମିଦାମି ପ୍ରଯୋଜକ ବୋଲି ସୂତ୍ର ରୁ ଜଣା ପଡିଛି ।

ସୂଚନା ଅନୁଯାୟୀ ଟଙ୍କା ଅଭାବରୁ ଚୋରୀ କରିଲେ ଫିଲ୍ମ ପ୍ରଯୋଜକ । ଧରା ପକାଇଲା ଫୋନ ପେ । ଫିଲ୍ମ ଷ୍ଟାଇଲରେ ଖଲିକଟରୁ ମିକଶ୍ଚର ମେସିନ ଚୋରୀ କରି ଭୁବନେଶ୍ବର ରେ ବିକ୍ରି କରିଥିଲେ ପ୍ରଯୋଜକ । ଏହି ଚୋରୀ ଘଟଣାର ପର୍ଦ୍ଦାଫାଶ କରିଲା ଖଲିକୋଟ ପୋଲିସ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ରେ । ଗତ ୬ ତାରିଖରେ ରାତି ୩ଟା ସମୟରେ ଖଲିକୋଟ ଫରେଷ୍ଟ ଅଫିସ ଆଗରୁ ଖଲିକୋଟ ପ୍ରମୋଦ ସାହୁଙ୍କ ମିକଶ୍ଚର ମେସିନ ଚୋରୀ ହେବାର ଥାନାରେ ଏତାଲା ହୋଇଥିଲା ।

ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ସିସିଟିଭି ଫୋଟେଜ ଚେକ କରିଥିଲା । ତା ପରେ ଗାଡିର ଠିକଣା ପାଇ ଡ୍ରାଇଭରକୁ ଉଠାଇ ଆଣିଥିଲା । ଡ୍ରାଇଭର ଜଣକ ଭଡା ଡାକିବାରୁ ମିକଶ୍ଚର ମେସିନ ନେଇଥିବା କହିଥିବା ବେଳେ ସେ ପୋଲିସକୁ ତଦନ୍ତରେ ସହଯୋଗ କରିଥିଲେ । ଫୋନ ପେ ରେ ଡ୍ରାଇଭରକୁ ଟଙ୍କା ପଠାଇ ଥିବାରୁ ସେହି ଫୋନ ପେ ଜରିଆରେ ନମ୍ବର ଆଧାରରେ ପୋଲିସ ତଦନ୍ତ କରିବା ସହ ମିକଶ୍ଚର ମେସିନ କୁ ଜବତ କରି ମାଲିକଙ୍କୁ ଫେରାଇ ଥିବା ବେଳେ ଚୋରୀରେ ବ୍ୟବହାର ହୋଇଥିବା ସ୍କୁଟିଊ ଜବତ କରିଛି ପୋଲିସ ।

ଏହା ସହ ମଞ୍ଚେଶ୍ଵର ରୁ କେନ୍ଦ୍ରାପଡାର ସୁକାନ୍ତ ମହାନ୍ତି ଓ ମଞ୍ଚେଶ୍ବରର ଜଣେ କବାଡିଖାନା ମାଲିକଙ୍କୁ ପୋଲିସ ଗିରଫ କରିଛି । ତେବେ ପୋଲିସ ତଡନ୍ତୁ ଜାଣିବାକୁ ପାଇଥିଲା କି ଚୋରୀ କରିଥିବା ଅଭିଯୁକ୍ତ ଜଣକ ଜଣେ ଓଡିଆ ଫିଲ୍ମ ପ୍ରଯୋଜକ । ସେ ନିକଟରେ ଓଡିଆ ଫିଲ୍ମ ଜେଜେ ନମ୍ବର-୧ ପାଇଁ ପ୍ରଯୋଜନ କରିଥିଲେ । ତେବେ ସେ ତାଙ୍କ ଅଭାବରୁ ଚୋରୀ କରିଥିବା କଥା କହିଛନ୍ତି । ସେ ଆଗରୁ ମଧ୍ୟ ଅନେକ ଫିଲ୍ମ କରିଥିବା କଥା ପୋଲିସକୁ କହିଥିଲେ ।

ତେବେ ପ୍ରଯୋଜନକ ଜଣକ ଭୁବନଶ୍ଵର ରୁ ବସ ରେ ଗଞ୍ଜାମ ଆସିଥିଲେ । ଗଞ୍ଜାମର ଅନେକ ଜାଗା ବୁଲି କେଉଁଠି ମିକଶ୍ଚର ମେସିନ ଦେଖିଥିଲେ । ତା ପରେ ଖାଲିକୋଟ ରୁ ମିକଶ୍ଚର ମେସିନ ଚୋରୀ କରି ଭୁବନେଶ୍ଵର ମଞ୍ଚେଶ୍ଵର ର କବାଡିଖାନା ରେ ବିକ୍ରି କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *