କରୋନା ଭାଇରସ : ଆସନ୍ତୁ ଜାଣିବା ନିଜକୁ ଆଇସୋଲେସନ କେମିତି କରିବା

କରୋନା ଭାଇରସ ଏମିତି ଗୋଟେ ଭାଇରସ ଯାହା ଦିନକୁ ଦିନ ବଢିବାକୁ ଲାଗିଛି ଏହା ସାଧାରଣ ଥଣ୍ଡା ଜର ଦ୍ଵାରା ଆରମ୍ଭ ହୋଇଥାଏ ଓ ଶ୍ଵାସ ନେବାରେ ଅସୁବିଧା ହେବା ପର୍ଯ୍ୟନ୍ତ ଗମ୍ଭୀର କାରଣ ଅଟେ, ଯଦି ଆପଣଙ୍କୁ ଏହି ଗମ୍ଭୀର ଲକ୍ଷଣ ନିଜ ଭିତରେ ଦେଖା ଯାଉଛି ତେବେ ଆପଣଙ୍କୁ ନିଜକୁ ଅନ୍ୟ ଘର ଲୋକଙ୍କ ଠାରୁ ଦୂରେଇ ରଖିବା ଉଚିତ ଅଟେ, ତେବେ ଆସନ୍ତୁ ଜାଣିବା କେମିତି ନିଜକୁ ସମସ୍ତଙ୍କ ଠାରୁ ଦୂରେଇ ରଖି ପାରିବେ ଓ ଆପଣଙ୍କ ଦ୍ଵାରା ଅନ୍ୟ କେହି ସଂକ୍ରମିତ ହୋଇବେ ନାହିଁ ।

୧. ଗୋଟେ ରୁମରେ ରୁହନ୍ତୁ :

ଗୋଟେ ରୁମରେ ପ୍ରାୟତଃ ଯିବା ଆସିବା କରନ୍ତୁ ଅନ୍ୟ ରୁମରେ ଯାଆନ୍ତୁ ନାହିଁ, ଏହି ରୁମରେ ସୌଚାଳୟ ରହିବା ଉଚିତ ଯାହାର ଅନ୍ୟ କେହି ବ୍ୟବହାର ନକରନ୍ତୁ । ବାହାର ଲୋକଙ୍କୁ ଆସିବା ମନା ଓ ଘର ଲୋକ ମଧ୍ୟ ଆପଣଙ୍କ ସମ୍ପର୍କ ରେ ଯେମିତି ନଆସନ୍ତୁ ।

୨. ଗୋଟେ ଲୋକ ସହ ସମ୍ପର୍କ କରନ୍ତୁ :

ଯଦି ଘର ଅନ୍ୟ ସଦସ୍ୟକୁ ଆପଣଙ୍କ ରୁମରେ ଅତି ଆବଶ୍ୟକ କାମ ଥାଏ ତେବେ ତାଙ୍କ ଠାରୁ ୧-୩ମିଟର ଦୂରତା ରଖନ୍ତୁ, ଘର ଗୋଟେ ଲୋକକୁ ନିଜ ଦେଖା ଶୁଣା ପାଇଁ ନିଜ ସମ୍ପର୍କ ରେ ରଖନ୍ତୁ, ଯେଉଁ ଲୋକ ଆପଣଙ୍କ କାମ ପାଇଁ ଆପଣଙ୍କ ସହ ସମ୍ପର୍କ ରେ ରହିବ ସେହି ଲୋକ ମାସ୍କ ଓ ସର୍ଜିକାଲ ଜିନିଷ ଅବସ୍ୟ ପିନ୍ଧି ଥାନ୍ତୁ । ତାଙ୍କୁ ଏମିତି କୌଣସି ଜିନିଷ ଛୁଇଁବା ପାଇଁ ଦିଅନ୍ତୁ ନାହିଁ ଯାହା ଆପଣ ବ୍ୟବହାର କରିଛନ୍ତି ବା ଆପଣଙ୍କ ସମ୍ପର୍କ ରେ ଥିଲା ।

୩. ପରିବାର ଅନ୍ୟ ସଦସ୍ୟ :

ଛୁଆ, ବୁଢା ଓ ଗର୍ଭବତୀ ମହିଳାଙ୍କ ଠାରୁ ଯେତେ ପାରୁଛନ୍ତି ଦୂର ରହିବା ପାଇଁ ଚେଷ୍ଟା କରନ୍ତୁ, ଏହି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ବ୍ୟବହାର କରିଥିବା ଜିନିଷ ଆଉ କେହି ନ ଛୁଇଁ ଥାଉ । ଘର ଲୋକଙ୍କୁ ବାରମ୍ବାର ହାତ ଧୋଇବା ଉଚିତ ଅଟେ ଓ ଆଲ୍କୋହଲ ସାନିଟାଇଜର ମଧ୍ୟ ବ୍ୟବହାର କରନ୍ତୁ ।

୪.ମାସ୍କ ଓ କପଡା :

ଆପଣଙ୍କ ଦ୍ଵାରା ବ୍ୟବହାର କରା ଯାଇଥିବା କପଡା ବା ଅନ୍ୟ ଜିନିଷ ପରିବାର ଅନ୍ୟ ସଦସ୍ୟ ବ୍ୟବହାର ନ କରନ୍ତୁ, ଡିସ୍ପୋଜଲ ଗ୍ଲୋଭ୍ସ ପିନ୍ଧି ଆପଣଙ୍କ ବାସନ ଢୋଇବା ଉଚିତ, ଆପଣଙ୍କ ପ୍ଳେଟ, ଗ୍ଳାସ, କପ ଇତ୍ୟାଦି ଜିନିଷ ଅନ୍ୟ କେହି ବ୍ୟବହାର ନକରନ୍ତୁ ।

Leave a Reply

Your email address will not be published. Required fields are marked *