କରୋନା ଭୟରେ ଭଡା ରହୁଥିବା ମହିଳା ଡକ୍ଟରକୁ ଘର ମାଲିକ ଦେଲା ରେପର ଧମକ

କରୋନା ଭାଇରସ ବ୍ୟାପୀବାରୁ ଦେଶ ସାରା ଲୋକ ବହୁତ ଅସୁବିଧା ରେ ଅଛନ୍ତି, ଦେଶ ସାରା ଡକ୍ଟର, ନର୍ସ ଓ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତା କରୋନା ଦ୍ଵାରା ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ’ ନିଜ ଜୀବନ ବିପଦ ରେ ରଖି କରୁଛନ୍ତି, ଏହି ସମୟରେ ଓଡିଶା ଭୁବନେଶ୍ବର ଠାରୁ ଗୋଟେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିଯାଇ ୧୨୦୦ ଉପରେ ଚାଲି ଯାଇଛି ।

ଭଲ ଖବର ଏହା ଯେ କରୋନା ଠାରୁ ୧୦୨ ସଂକ୍ରମିତ ଲୋକ ଭଲ ହୋଇଯାଇଛନ୍ତି, ଦେଶବାଶି ଲୋକଙ୍କ ସହ କରୋନା ଠାରୁ ଡକ୍ଟର ମଧ୍ୟ ନିଜ ଜୀବନ ବିପଦରେ ପକାଇ ସଂକ୍ରମିତ ଲୋକଙ୍କ ଚିକିତ୍ସା କରୁଛନ୍ତି ।

କିନ୍ତୁ ଓଡିଶାରେ ଏମିତି ଗୋଟେ ଖବର ଆସିଛି ଯାହା ଅନୁଯାଇ ଗୋଟେ ମହିଳା ଡକ୍ଟରକୁ ଘର ଖାଲି କରିବା ପାଇଁ ବାଧ୍ୟ କରାଯାଇଛି, କେବଳ ଏତିକି ନୁହଁ ଘର ଖାଲି ନକଲେ ରେପ ହବ ବୋଲି ମଧ୍ୟ ଧମକ ଦିଆ ଯାଇଛି । କୁହା ଯାଉଛି ଯେ ମହାରାଷ୍ଟ୍ରରେ ୩୦୨ ଲୋକ କରୋନାରୁ ସଂକ୍ରମିତ ହୋଇଛନ୍ତି ଓ କେରଳରେ ୨୧୫ ଲୋକ ସଂକ୍ରମିତ ହୋଇଛନ୍ତି ଏହି ଦୁଇଟି ରାଜ୍ୟରେ ସଂକ୍ରମଣ ବହୁତ ଶୀଘ୍ର ବଢି ଚାଲିଛି । ଓଡିଶା ଭୁବନେଶ୍ବର ଏମ୍ସ ହସ୍ପିଟଲ ଜଣେ ମହିଳା ଡକ୍ଟରକୁ ଘର ଖାଲି କରିବା ପାଇଁ ଧମକ ଦିଆ ଯାଉଛି, ଖାଲି ନକଲେ ବଳାତ୍କାର ଧମକ ଦିଆ ଯାଉଛି ।

ଏହି ମହିଳା ଏମ୍ସ ହସ୍ପିଟଲ ରେ ଜୁନିଅର ଡକ୍ଟର ରୂପରେ କାମ କରନ୍ତି, ଏହି ଘଟଣା ବିଷୟରେ ସ୍ଥାନୀୟ ପୋଲିସ ଥାନା ରେ ଅଭିଯୋଗ କରା ଯାଇଛି । ଏଫଆଇଆର ରେ ମହିଳା ଡକ୍ଟର ପୋଲିସ କୁ ଏହା କହିଛନ୍ତି ଯେ ଗତ ଗୋଟେ ସପ୍ତାହ ଠାରୁ ଘର ଛାଡିବା ପାଇଁ ତାଙ୍କ ଉପରେ ବାଧ୍ୟ କରାଯାଉଥିଲା ତା ପରେ ବଳାତ୍କାର ଧମକ ଦିଆ ଗଲା ଯାହା ପରେ ସେ ପୋଲିସରେ ଏହାର ଅଭିଯୋଗ କରିବା ପାଇଁ ଆସିଲେ ।

ମହିଳା ଏହା ମଧ୍ୟ କହିଲେ ଯେ ସେ ଏହି ସୋସେଇଟୀ ରେ ଗତ କିଛି ବର୍ଷ ହେଲା ରହୁଛନ୍ତି, ଯେତେବେଳେ ଘର ମାଲିକ ତାଙ୍କୁ ଘର ଛାଡିବା ପାଇଁ କହିଲେ ସେତେବେଳେ ମହିଳା ଡକ୍ଟର ଘର ମାଲିକକୁ ବୁଝେଇଥିଲେ ଯେ ସେ ସଂକ୍ରମିତ ଲୋକଙ୍କ ସମ୍ପର୍କ ରେ ଆସୁ ନାହାନ୍ତି । ଏତେ ବୁଝେଇଲା ପରେ ମଧ୍ୟ ମାଲିକ ବୁଝିବା ପାଇଁ ରାଜି ନାହାନ୍ତି ଓ ଘର ଖାଲି କରିବା ପାଇଁ ଧମକ ଦଉଛନ୍ତି । ସୋସେଇଟୀ ଅନ୍ୟ ଲୋକଙ୍କ ସହ ମଧ୍ୟ ମାଲିକ ଦୁର୍ବ୍ୟବହାର କରିଛି ଏହା ଖବର ମଧ୍ୟ ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *