କରୋନାର ତୃତୀୟ ଚରଣ ଦିଗକୁ ଅଗ୍ରସର ହେଉଛି ଭାରତ, ଘରେ ମଧ୍ୟ ଆପଣ ନୁହନ୍ତି ସମ୍ପୁର୍ଣ୍ଣ ସୁରକ୍ଷିତ- ରୁହନ୍ତୁ ସାବଧାନ ନଚେତ…

ଭାରତରେ କାରୋନା ପୀଡିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନର ଆକଳନ ଅନୁସାରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୫୬୨ ହୋଇଯାଇଛି ଏବଂ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତମାନ ସ୍ଥିତି ଏହା ଯେ ସମ୍ପୂର୍ଣ ଦେଶରେ କରୋନା ଭୁତାଣୁର କାୟା ବୃଦ୍ଧିକୁ ରୋକିବା ପାଇଁ ସମ୍ପୂର୍ଣ ଦେଶରେ ଏବେ ଲକ ଡାଉନ ଚାଲିଛି । ଭାରତରେ କାରୋନା ଏବେ ତୃତୀୟ ଚରଣ ଆଡକୁ ଅଗ୍ରଗତି କରୁଛି ।

କରୋନାର ତୃତୀୟ ଚରଣ ପାଇଁ ନା ଭାରତ ଏବଂ ନା ଭାରତୀୟ ପ୍ରସ୍ତୁତ ଅଛନ୍ତି । ଅର୍ଥାତ ନା ଆମେ ଏବେ ପର୍ଯ୍ୟନ୍ତ ଏତେ ସଜାଗ ହେଇ ପାରିଚେ ଓ ନା ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା । ତୃତୀୟ ଚରଣରେ କମ୍ୟୁନିଟି ଦ୍ଵାରା ଏହି ଭୂତାଣୁ ବ୍ୟାପୀ ଥାଏ, ତେଣୁ ଏହାକୁ କାବୁ କରିବା ଅସମ୍ଭବ ହୋଇ ଯାଇଥାଏ ।

ପ୍ରଥମ ଚରଣ :-  ଏହି ସ୍ତରରେ ସେହି ଲୋକଙ୍କୁ ରଖାଯାଇଛି ଯେଉଁମାନେ ବିଦେଶକୁ ଯାତ୍ରା କରିଛନ୍ତି । ବିଶେଷ କରି ସେହି ଲୋକମାନେ ଯେଉଁ ମାନେ କାରୋନା ପ୍ରଭାବିତ ରାଷ୍ଟ୍ରରୁ ଆସିଛନ୍ତି ବା ସେଠାକୁ ଯାତ୍ରା କରିଛନ୍ତି ।  ଭାରତ ଏହି ଚରଣକୁ ଗତି କରି ସାରିଛି ।

ଦ୍ଵିତୀୟ ଚରଣ :-  ୨ୟ ସ୍ତରରେ ସେହି ଲୋକଙ୍କୁ ରଖାଯାଇଛି ଯେଉଁମାନେ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏହି ଲୋକମାନେ ସଂକ୍ରମିତ ବ୍ଯକ୍ତିର ପରିବାର ବର୍ଗ, ବନ୍ଧୁ, ସାଥି ଯାତ୍ରୀ ମଧ୍ୟ ହୋଇ ପାରନ୍ତି । ଭାରତ ଏବେ ଏହି ସ୍ତର ସେଇ ଗତି କରୁଛି ।

ତୃତୀୟ ଚରଣ :- ଏହି ସ୍ତରରେ ଲୋକଙ୍କ ମଧ୍ୟରେ ଜାଣତରେ ହେଉ ବା ଅଜାଣତରେ ହେଉ ଏହି ଭୂତାଣୁ ବିସ୍ତାରିତ ହେଇଥାଏ । ସାଧାରଣତଃ ବିଦେଶରୁ ଆସିଥିବା ସଂକ୍ରମିତ ବ୍ୟକ୍ତିଙ୍କ ପରିଜନଙ୍କ ଠାରୁ ଏହା ଅନ୍ୟ ଲୋକଙ୍କ ଶରୀରକୁ ଯାଇଥାଏ । ୩ୟ ସ୍ତରରେ ଏହା ଜାଣିବା କଷ୍ଟକର ହେଇଥାଏ ଯେ ବ୍ୟକ୍ତି ଜଣକ କାହାଠାରୁ ସଂକ୍ରମିତ ହୋଇଛନ୍ତି । ଏହି ସ୍ତର ସବୁଠାରୁ କଠିନ ସ୍ତର ହୋଇଥାଏ । ତେଣୁ ଯଦି ଆମେ ସମସ୍ତେ ସାବଧାନ ଓ ସତର୍କ ନ ହେବା ତେବେ ଏହା ସମଗ୍ର ଦେଶରେ ବ୍ୟାପୀ ଜୀବ ଏବଂ ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ହେଇଯିବ ।

ଯେହେତୁ ଭାରତ ତୃତୀୟ ଚରଣ ଦିଗକୁ ଗତି କରୁଛି ଆଗକୁ ଆସିବାକୁ ଥିବା ଅସୁବିଧାକୁ ସମ୍ମୁଖରେ ରଖି ଭାରତ ସରକାର ସମ୍ପୂର୍ଣ ଦେଶରେ ଲକ ଡାଉନ କରିଛନ୍ତି । ତେଣୁ ସଦା ସର୍ବଦା ସତର୍କ ରୁହନ୍ତୁ । ଅଯଥାରେ ଗୃହ ବାହାରକୁ ଯାଅନ୍ତୁ ନାହିଁ ଏବଂ ଅନ୍ୟ ଲୋକଙ୍କ ସହ ମିଳାମିଶା କରନ୍ତୁ ନାହିଁ । ବାହାରକୁ ଯାଇଥିଲେ ଗୃହକୁ ଆସିବା ମାତ୍ରେ ପ୍ରଥମେ ନିଜକୁ ଭଲଭାବେ ପରିଷ୍କାର କରନ୍ତୁ ଓ ନିଜ ହାତକୁ ସାବୁନରେ ଭଲଭାବେ ଧୋଇ ନିଅନ୍ତୁ ।

Leave a Reply

Your email address will not be published. Required fields are marked *