HighCourtର ନିର୍ଦେଶକୁ ବେଖାତିର କଲେ ସାଂସଦ Anubhab, ଦେଖନ୍ତୁ କଣ ଥିଲା କୋର୍ଟର ନିର୍ଦେଶ…

ନମସ୍କାର ବନ୍ଧୁଗଣ, ଆପଣମାନେ ସମସ୍ତେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଫିଲ୍ମ ଜଗତର ଆଗଧାଡିର ସୁନାମଧନ୍ୟ କଳାକାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ବହୁତ ଦିନ ହେବ ତାଙ୍କର ତାଙ୍କ ସ୍ତ୍ରୀଙ୍କ ସହ ବିବାଦ ଲାଗି ରହିଥିବାର କଥା ବହୁତ ଚର୍ଚାରେ ରହିଆସୁଛି । ସେହିଭଳି ଆଉ ଏକ ଘଟଣା ମଧ୍ୟ ଏବେ ସାମ୍ନାକୁ ଆସିଛି । ଯେଉଁଥିପାଇଁ ବିବାଦ ଘେରକୁ ଆସିଛନ୍ତି ପୁଣି ଥରେ ସାଂସଦ ବା କଳାକାର ଅନୁଭବ ମହାନ୍ତି । ତେବେ ଜାଣନ୍ତୁ ଏବେ ସେହି ସମ୍ପୂର୍ଣ ଘଟଣା ବିଷୟରେ ।

ହାଇକୋର୍ଟରେ ଉଭୟ ଅନୁଭବ ଓ ବର୍ଷାଙ୍କ ମାମଲା ରୁଜୁ ଥିବା ବେଳେ ମାନ୍ୟବର ହାଇକୋର୍ଟ ନିର୍ଦେଶ ଦେଇଥିଲେ କି ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଆକ୍ଷେପ କରି କୌଣସି ଟୁଇଟ କରିପାରିବେ ନାହିଁ । କିନ୍ତୁ ହାଇକୋର୍ଟର ନିର୍ଦେଶକୁ ଖାତିର ନ କରି ପୁଣି ଏକ ବିବାଦୀୟ ଟୁଇଟ କରିଛନ୍ତି ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ ।

ସାଂସଦ ଅନୁଭବ ମହାନ୍ତି ସୋସିଆଲ ମେଡିଆରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପୂର୍ବରୁ ଭାଇରାଲ ହୋଇଥିବା ଏକ ଅଡିଓକୁ ଯେଉଁଥିରେ କିଛି ମହିଳା ପରସ୍ପର ମଧ୍ୟରେ ବାର୍ତ୍ତାଳାପ କରୁଛନ୍ତି ଯାହାକୁ ଟୁଇଟ କରିଛନ୍ତି । ଏବଂ ଟୁଇଟ କରି ଏହା ଲେଖିଛନ୍ତି କି ଏହି ଅଡିଓଟି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ଭଉଣି ମାନଙ୍କର ନୁହେ କି ବୋଲି ଏହା ପ୍ରଶ୍ନ କରିଛନ୍ତି ।

ବର୍ଷାଙ୍କୁ ଆଘାତ ଦେବା ତାଙ୍କ ଉଦେଶ୍ୟ ନୁହେଁ ସେ ଓ ତାଙ୍କ ପରିବାର ଲୋକ ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯାତନକୁ ନେଇ ସେ ବିବ୍ରତ ରହୁଥିବା ଅନୁଭବ କହିଛନ୍ତି । ଏହା ଏକ ବନ୍ଧୁତ୍ଵ ପୂର୍ଣ ଟୁଇଟ ବୋଲି ଶେଷରେ ଉଲ୍ଲେଖ କରିଛନ୍ତି । ଏହା ଉପରେ କଣ ପଦକ୍ଷେପ ନେବେ ପତ୍ନୀ ବର୍ଷା ପ୍ରିୟହଦର୍ଶିନୀ ନା ଚୁପ ରହିବେ ତାହା ଆଗକୁ ଜଣାପଡିବ ।

ଏବଂ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶକୁ ଅବମାନନା କରିଥିବାରୁ କଣ ପଦକ୍ଷେପ ନେବେ ହାଇକୋର୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ଖିଲାଫରେ ତାହା ମଧ୍ୟ ଆଗକୁ ଜଣା ପଡିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଏବଂ ଆମ ସହ ଯୋଡି ହୋଇ ରହିବା ପାଇଁ ଚାହୁଥିଲେ କମେନ୍ଟ ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *