Pitru Paksha: ପିତୃପକ୍ଷ ରେ ଯଦି ମିଳିଯାଏ ଏହି 7ଟି ସଂକେତ ତେବେ ଜାଣିବେ, ଖରାପ ଦିନ ଶେଷ ହେବାକୁ ଯାଉଛି…. ଦେଖନ୍ତୁ ଆପଣଙ୍କୁ ମିଳୁଛି କି ଏହି ସଂକେତ!

ବନ୍ଧୁଗଣ ପୃଥିବୀ ରେ କାଉ ମାନଙ୍କୁ ପିତୃ ପୁରୁଷଙ୍କର ପ୍ରତୀକ ଭାବେ ବିଚାର କାରାଯାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଶୁଭ ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପିତୃ ପୁରୁଷଙ୍କ ଆଶୀର୍ବାଦ ସହ ଧନ ପ୍ରାପ୍ତି ର ସଂକେତ ଦେଇଥାଏ । ଚଳିତ ବର୍ଷ ଶ୍ରାଦ୍ଧ ପକ୍ଷ ସେପ୍ଟେମ୍ବର ୧୦ ଶନିବାର ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୫ ତାରିଖ ଯାଏଁ ରହିବ । ଶ୍ରାଦ୍ଧ ପକ୍ଷକୁ ପିତୃ ପକ୍ଷ ମଧ୍ୟ କୁହା ଯାଇଥାଏ । ଭଦ୍ରପଦା ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଆଶ୍ଵିନ ଅମାବାସ୍ୟା ଯାଏଁ ଏହି ଦିନ ପିତୃ ପୁରୁଷଙ୍କୁ ସମର୍ପିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ବିସ୍ତାର ଭାବେ ।

୧- ଯଦି ଶ୍ରାଦ୍ଧ ଦେବା ସମୟରେ କାଉ ଆସି ଖାଦ୍ୟ ଗ୍ରହଣ କରିଥାଏ ତେବେ ପିତୃ ପୁରୁଷ ସନ୍ତୁଷ୍ଟ ଅଛନ୍ତି ବୋଲି ସୂଚନା ମିଳିଥାଏ । ଏହା ସହ ଧନ ଲାଭର ମଧ୍ୟ ସୂଚନା ମିଳିଥାଏ ।

୨- ଯଦି ଶ୍ରାଦ୍ଧ ସମୟରେ କାଉ ଘର ର ଛାତ ଉପରେ ବସିଥାଏ କିମ୍ବା ହରାଭରା ଗଛ ଉପରେ ବସିଥାଏ ତେବେ ଏହର ଅର୍ଥ ହେଉଛି କି ଆପଣଙ୍କ ଘରେ ପିତୃ ପୁରୁଷ ଙ୍କ ଆଶୀର୍ବାଦ ରହିଛି ।ଏହା ସହ ଘରେ ସୁଖ ସମୃଦ୍ଧି ବଜାୟ ରହିବ ।

୩- ଯଦି ଶ୍ରାଦ୍ଧ ସମୟରେ ଆପଣଙ୍କ ଘରର ଆଖ ପାଖରେ କାଉ ମୁହଁ ରେ କିଛି କାଠି ଥିବାର ଦେଖିଲେ ପିତୃ ପୁରୁଷ ଆପଣଙ୍କ ଉପରେ ପ୍ରସନ୍ନ ଥିବାର ସଂକେତ ମିଳିଥାଏ । ଏମିତି ରେ ଆପଣ ଯାହା ପିତୃ ପୁରୁଷ ଙ୍କୁ ମାଗିବେ ନିଶ୍ଚୟ ତାହା ପୁରା ହେବ ।

୪- ଯଦି କାଉ ଶ୍ରାଦ୍ଧ ସମୟରେ ଗାଈ ପିଠି ଉପରେ ବସି ନିଜର ଗୋଡ ଘସୁଥିବ ତେବେ ଘରେ ଖୁସି ଓ ଉତ୍ତମ ଭୋଜନ ମିଳିବାର ସୂଚନା ମିଳିଥାଏ । ଯଦି କାଉ ଘୁଷୁରି ଉପରେ ବସିବାର ଦେଖାଯାଏ ତେବେ ବହୁତ ସାରା ଧନ ପ୍ରାପ୍ତି ହେବାର ସୂଚନା ମିଳିଥାଏ ।

୫- ଶ୍ରାଦ୍ଧ ସମୟରେ କାଉ ପାଣି ଭିତରେ ରହିବାର ଦେଖାଯିବ ତେବେ ସେହି ଆଖ ପାଖରେ ରହୁଥିବା ଘରେ ଧନର ଆଗମନ ବହୁତ ଜଲ୍ଦି ହେବାକୁ ଯାଉଛି ବୋଲି ସଂକେତ ମିଳିଥାଏ । ଯଦି କାଉ ଚାଉଳ ଉପରେ ବସିବାର ଦେଖାଯାଏ ତେବେ ସମୃଦ୍ଧି ର ପ୍ରତୀକ ହୋଇଥାଏ ।

୬- ଯଦି କାଉ ଶ୍ରାଦ୍ଧ ଦିଆ ଯାଇଥିବା ଖାଦ୍ୟକୁ ଗ୍ରହଣ କରି କୂଅ ବା ନଦୀ ପାଖରେ ଯାଇ ବସିଥାଏ ତେବେ ଆପଣଙ୍କର ହଜିଥିବା କୌଣସି ଜିନିଷ ମିଳିବାର ସୂଚନା ମିଳିଥାଏ । ଏହା ସହ ଧନ ଧାନ୍ୟ ବୃଦ୍ଧି ହେବା ଓ ମୋକଦ୍ଦମାରେ ଜିତିବାର ସୂଚନା ମିଳିଥାଏ ।

୭- ଯଦି ଶ୍ରାଦ୍ଧ ସମୟରେ କାଉ ବାମ ପଟେ ଆସି ଭୋଜନ ଗ୍ରହଣ କରିଥାଏ ତେବେ ଯାତ୍ରା ବିନା ବାଧା ରେ ସମ୍ପନ୍ନ ହୋଇଥାଏ । କାଉ ଯଦି ବ୍ଯକ୍ତିର ପିଠି ପଟେ ଦେଇ ଆସିଥାଏ ତେବେ ଧନ ପ୍ରାପ୍ତି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *