ପୃଥିବୀ ଜୋର୍ ରେ ଘୁରୁଛି, ସତ ହେଇ ଯିବନି ତ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ?

ବନ୍ଧୁଗଣ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଦିନକୁ ଦିନ ସତ୍ୟ ହେବାରେ ଲାଗିଛି ଏଥିରେ ତିଳେ ମାତ୍ରେ ବି ସନ୍ଦେହ ନାହି ନାହି । ବାବା କହିଥିଲେ ୨୦୨୨ରେ କିଛି ଦେଶ ପାଣି ବିନା ଛଟପଟ ହେବେ । ପର୍ତ୍ତୁଗାଲ ଓ ଇଟାଲୀ ଦେଶକୁ ସତର୍କ ରହିବାକୁ ବାବା ନିଜ ଭାବିଷ୍ୟବାଣୀରେ କହିସାରିଛନ୍ତି । ବର୍ଷାର ରେକର୍ଡ ଦେଖିବାକୁ ଗଲେ ୧୯୫୦ ଠାରୁ ଏହିସବୁ ଦେଶରେ ବର୍ଷାର ପରିମାଣ କମିଛି ଏହା ସତ । ବାବା ଭେଙ୍ଗା ଅଷ୍ଟ୍ରେଲିୟା ଯେବେ ବନ୍ୟା ଲୋକଙ୍କୁ ଭସାଇ ନେବ ବୋଲି କହିଥିଲେ କିନ୍ତୁ ଏହା ସତ ହୋଇଥିଲା ।

ସେମିତି ବାବା କହିଥିଲେ ବଡ ବଡ ସହରରେ ମରୁଡି ସ୍ଥିତି ଆସିବ ୨୦୨୨ରେ ବଡ ବଡ ଲୋକଙ୍କର ମୃତ୍ୟୁ ହେବା କଥା ମଧ୍ୟ ବାବା କହିଥିଲେ ଯାହା ସତ ହୋଇଛି । ବର୍ତ୍ତମାନ ବ୍ରିଟେନ ରାଣୀ ଏଲିଜାବେଥ ହୁଅନ୍ତୁ ବା ବ୍ୟବସାୟୀ ସାରସ ମିସ୍ତ୍ରୀ ପରଲୋକକୁ ଗତି କରିସାରିଛନ୍ତି । ଚଳିତ ବର୍ଷ ବ୍ରିଟେନ, ଇଟାଲୀ, ପର୍ତ୍ତୁଗାଲରେ ଭୀଷଣ ମରୁଡିର ସ୍ଥିତି ଦେଖିବାକୁ ମିଳିଥିଲା ଯାହା ବାବା ଭେଙ୍ଗା କହିଥିଲେ । ବାବା ଅଭେଙ୍ଗା କହିଥିଲେ ବିଶ୍ଵରେ ଯୁଦ୍ଧ ସ୍ଥିତି ଦେଖାଯିବା ଯାହାର ଉଦାହରଣ ଋଷ ଓ ୟୁକ୍ରେନର ସ୍ଥିତି ।

ଦୁନିଆରେ ଭୂକମ୍ପ ସହ ସୁନାମି ଆସିବ ତାହା ସହ ଗ୍ଲେସିୟର ତରଳିବା ସହ ଆଉ ଏକ ମହାମାରୀ ମୁଣ୍ଡ ଟେକିବ ବୋଲି ଭେଙ୍ଗା ଭବିଷ୍ୟବାଣୀରେ କହିଛନ୍ତି । ଯାହା ପାଇଁ ସହ ସହ ଲୋକ ମୃତ୍ୟୁବରଣ କରିବେ । ୨୦୨୨ରେ ବାବା ଭାରତ ପାଇଁ କଣ ଭବିଷ୍ୟବାଣୀ କହିଛନ୍ତି ଆସନ୍ତୁ ଜାଣିବା । ଭାରତରେ ନଅଙ୍କ ପଡିବା ସହ ଲୋକେ ଖାଇବାକୁ ପାଇବେ ନାହି ବୋଲି ବାବା ଭବିଷ୍ୟବାଣୀ କରିଛନ୍ତି । ତାପମାତ୍ରା ବଢିବ ସହ କୀଟପତଙ୍ଗ ଫସଲ ନଷ୍ଟ କରିବେ । ଯାହା କାରଣରୁ ଦେଶରେ ଅକାଳ ସ୍ଥିତିର ସମୟା ଆସୁଛି ।

ଖାଦ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢିବ । ତେବେ ବାବା ଭେଙ୍ଗା ହେଉଛନ୍ତି ବୁଲଗେଡିଆର ଷ୍ଟୂବିକାରେ ଜାନୁଆରୀ ୩ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ବାବା ଭେଙ୍ଗା । ବାବାଙ୍କର ପୁରା ନାଁ ବଲିଙ୍ଗ ପାଣ୍ଡରା ମୁସରୁଙ୍ଗା । ଜନ୍ମର କିଛି ବର୍ଷ ପରେ ବାବା ତାଙ୍କ ମା ଙ୍କୁ ହରାଇଥିଲେ ବାପାଙ୍କୁ ସନ୍ଦେହ ଘେରରେ ଜେଲରେ ଭର୍ତ୍ତି କରାଯାଇଥିଲା । ସେ ଦୃଷ୍ଟିହୀନ ଥିଲେ ଆଉ ବାପା ମା ଙ୍କ ଯିବା ପରେ ମାଗିଯାଚୀ ଖାଉଥିଲେ । ବାବା ଭେଙ୍ଗା ଜଣେ ମହିଳା ଥିଲେ । ୧୯୧୧ରେ ମାତ୍ର ୧୨ ବର୍ଷ ବୟସରେ ସେ ତାଙ୍କର ଦୃଷ୍ଟିଶକ୍ତି ହରାଇଥିଲେ ।

କୁହାଯାଉଛି ବାବାଙ୍କର ୬୦% ଭବିଷ୍ୟବାଣୀ ସତ ହୋଇସାରିଛି । ୧୯୯୬ରେ ବାବାଙ୍କର ସ୍ତନ କର୍କଟରେ ମୃତ୍ୟୁ ହୋଇଥିଲା ଯାହା ବିଷୟରେ ସେ କହିସାରିଥିଲେ । ବାବା କହୁଥିବା ଆଉ କିଛି କଥା ଏ ଯାଏଁ ଘଟି ନାହି । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ କୌଣସି ପ୍ରମାଣ ମିଳିପାରି ନାହି । ସେ କିଛି ଲେଖୁନ ଥିଲେ ।

୨୦୩୦ରେ ପୃଥିବୀ ଜୋରରେ ଘୂରିବା ସହ ଭୂକମ୍ପ ହେବ ବୋଲି ବାବା କହିଛନ୍ତି । ଏହା କଣ ସତ ହେବ କି ତାହାକୁ ନେଇ ଆଶଙ୍କା କରାଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *