ଓକିଲଙ୍କୁ ଦେବାକୁ ପଡିବନି ମୋଟା ଅଙ୍କର ଟଙ୍କା, ମଣିଷଙ୍କ ପାଇଁ ଏବେ ଲଢିବ “Robot Lawyer”… ଦେଖନ୍ତୁ କଣ ରହିଛି ଏହାର ବିଶେଷତା

ବନ୍ଧୁଗଣ କୋର୍ଟ କଚେରୀ ଚକର ରେ ଲୋକଙ୍କର ଅନେକ ସମୟ ବରବାତ ହୁଏ । ଓକିଲଙ୍କୁ ଟଙ୍କା ଦେଇ ଦେଇ ସର୍ବ ସାନ୍ତ ହୋଇ ଯାଆନ୍ତି ଲୋକେ । ଅନେକ ଲୋକେ ଟଙ୍କା ଖର୍ଚ୍ଚ କରି ବି ନ୍ୟାୟ ପାଆନ୍ତି ନାହି । କିନ୍ତୁ ବର୍ତ୍ତମାନ ଏପରି ଏକ ରୋବୋଟ ତିଆରି ହୋଇଛି ଯାହା କୋର୍ଟରେ ଲୋକଙ୍କ କେସ ଲଢିବ । ଆମେରିକାରେ ପ୍ରଥମ ଥର ପାଇଁ ଏପରି ଏକ ରୋବଟ ଡେଭଲୋପ କରାଯାଇଛି ଯାହା କୋର୍ଟରେ ଲୋକଙ୍କ ପାଇଁ କେସ ଲଢିବ ।

ଫେବ୍ରୁଆରି ମାସରେ ଏହି ରୋବଟ ଜଣେ ମାମଲାକାରୀଙ୍କ ପାଇଁ କେସ ଲଢିବ ବୋଲି ଜଣାପଡିଛି । ତେବେ ଆର୍ଟିଭିଷିଆଲ ଇଣ୍ଟେଲିଜେନ୍ସଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ରୋବଟକୁ ଡୂ ନଟ ପେ ନାମକ କମ୍ପାନୀ ପ୍ରସ୍ତୁତ ଅରିଛି । ରୋବଟକୁ ତିଆରି କରିଥିବା ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ରୋବୋଟୋ ଏକ ସ୍ମାର୍ଟ ଫୋନ ଦ୍ଵାରା ପରିଚାଳିତ ହେବ ।

ମାମଲାକାରୀଙ୍କୁ ଆଗକୁ କଣ କରିବାକୁ ହେବ ସେ ନେଇ କୋର୍ଟରେ ଏହି ରୋବଟ ନିର୍ଦ୍ଦେଶ ଦେବ । ତେବେ ଏହି ରୋବଟକୁ ଡୂ ନଟ ପେ ନାମକ କମ୍ପାନୀ ବନାଇଛି । 2015ରେ ବୈଜ୍ଞାନିକ ଯୋସୁଆ ବ୍ରାଉନର ଏହି କମ୍ପାନୀକୁ ସ୍ଥାପିତ କରିଥିଲେ । ଏହି ରୋବୋଟୋ ବନାଇବା ପଛରେ ତାଙ୍କର ଲକ୍ଷ୍ୟ ଥିଲା ଲୋକଙ୍କୁ ସାହାଜ୍ଯ କରିବା ।

ଯେଉଁ କେସକୁ ଲଢିବା ପାଇଁ ଓକିଲ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି ସେହି କେଶକୁ ରୋବୋଟ ଲଢି ନ୍ୟାୟ ଦେବା ସହ ଲୋକଙ୍କ ଟଙ୍କା ବଞ୍ଚାଇବା ଏହି ରୋବୋଟ ତିଆରି କରିବା ପଛର ଲକ୍ଷ୍ୟ ରହିଛି । ଯୋସୁଆ ବ୍ରାଉନରଙ୍କ କହିବା କଥା ଯୁରୋପୀୟ କୋର୍ଟରେ ମାନବ ଅଧିକାର ଲଢିବା ପାଇଁ ଅନେକ ଓକିଲ ଅଛନ୍ତି । କିନ୍ତୁ ତାଙ୍କର ଫିସ ଯଥେଷ୍ଟ ଅଧିକ । ଜଣେ ସାଧାରଣ ଲୋକ ତାଙ୍କର ଫିସ ଦେବା ପାଇଁ ସଂପୂର୍ଣ୍ଣ ଅକ୍ଷମ ହେବ ।

ତେଣୁ ଏହି ରୋବୋଟ କେସ ଲଢିଲେ ଲୋକଙ୍କୁ ଅଧିକ ଫିସ ଦେବାକୁ ପଡିବ ନାହି । କାରଣ ଯେଉଁଠି ଡକୁମେଣ୍ଟ ପାଇଁ ଓକିଲ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି ସେହି ସ୍ଥିତିରେ ଡକୁମେଣ୍ଟ ପାଇଁ ରୋବୋଟୋ ପାଖରେ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହି । ଓକିଲଙ୍କ ତୁଳନାରେ ଯଥେଷ୍ଟ କମ ଖର୍ଚ୍ଚ ଦେବାକୁ ପଡିବ ରୋବୋଟକୁ । କେସ ହିସାବରେ 20 ହଜାର ରୁ ନେଇ 1 ଲକ୍ଷ ର୍ତାଙ୍କା ଭିତରେ ରୋବୋଟ ଫିସ ନେଇଥାଏ ।

ଯେଉଁ ସ୍ଥାନରେ ଓକିଲ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି ସେହି ସ୍ଥିତିରେ ରୋବଟର ଖର୍ଚ୍ଚ ଲକ୍ଷ ବଦଳରେ ହଜାରକୁ ଖସି ଆସିଥାଏ । ଯଦି ଏହି ରୋବୋଟ ସତରେ କାର୍ଯ୍ୟ କାରୀ ହୁଏ, ସତରେ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହୁଏ ତେବେ ଏହା ଦ୍ଵାରା ଅନେକ ଲୋକ ଉପକୃତ ହେବେ । ତା ହେଲେ ବନ୍ଧୁଗଣ ଅପାନ ମାନଙ୍କର ଏହି ରୋବୋଟ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *