କେବେବି ହେବନି ଦୁର୍ଘଟଣା ! ଆସୁଛି ‘ସେଲ୍ଫ ବାଲାନ୍ସିଙ୍ଗ ସ୍କୁଟର’… Feature ଜାଣି ଉଡିବ ହୋସ

ବନ୍ଧୁଗଣ ବହୁତ ଜଲ୍ଦି ବଜାରକୁ ଆସୁହି ସେଲ୍ଫ ବାଲାନ୍ସିଂ ସ୍କୁଟର । ରାସ୍ତା ଖରାପ ହେଉ ବା କିଛି ଧକ୍କା ଲାଗୁ ସ୍କୁଟର ନିଜକୁ ନିଜେ ବାଲାନ୍ସ କରିବ । ଚାଳକ ନିଜକୁ ନିଜେ ସୁରକ୍ଷିତ ରଖିବେ । ଏପରି ଏକ ଭିନ୍ନ ଧରଣର ସ୍କୁଟର ଲଞ୍ଚ କରିବାକୁ ଯାଉଛନ୍ତି ଦୁଇ ଜଣକ ଯୁବକ । ମୁମ୍ବାଇ ବେସ ଲିଗାଲ ମୋବିଲିଟି ନାଁ ରେ ଆରମ୍ଭ କରିଥିବା ଏକ ଘରୋଇ କମ୍ପାନୀ କରିଛନ୍ତି IIT ର ଦୁଇ ଜଣ ଗ୍ରାଜ୍ୟୁଏଟ ।

ନିଜର ପ୍ରଥମ ଉତ୍ପାଦ ଭାବେ ପୁରା ଦେଶକୁ ଭେଟି ଦେବାକୁ ଯାଉଛନ୍ତି ଏପରି ଏକ ସ୍କୁଟର ଯାହା ପୁରା ଦେଶ ପାଇଁ ନୂଆ । ଦିଲ୍ଲୀ ନୋଏଡାରେ ଆୟୋଜିତ ହେବାକୁ ଯାଉଛି ଅଟୋ ଏକ୍ସପୋ ସୋ । ଏଥିରେ ଦେଶ ବିଦେଶର ଭିନ୍ନ ଜ୍ଞାନ କୌଶଳରେ ନିର୍ମିତ ଯାନବାହନ ପ୍ରଦର୍ଶନ କରାଯିବ । ଏଥିରେ ଇଲେକ୍ଟ୍ରି ଭେକୀଲ ବିଶେଷ ଆକର୍ଷଣ ରହିବ ବୋଲି କୁହାଯାଉଥିବା ବେଳେ ସେଲ୍ସ ବାଲାନ୍ସିଂ ସ୍କୁଟର ସମସ୍ତଙ୍କ ମନକୁ ଛୁଇଁବ ବୋଲି ଆଶା କରିଛନ୍ତି ଏହି ଦୁଇ IIT ଯୁବକ ।

ଏମାନେ ନିଜର ନାଁ ଏ ଯାଏଁ ଗଣମାଧ୍ୟମରେ ପ୍ରକାଶ କରିନାହାନ୍ତି । ଯଦିଓ ଏହା ଅଟୋ ଏକ୍ସପୋ ସୋ ରେ ପ୍ରକାଶ ପାଇବ । ଅଟୋ ଏକ୍ସପୋ ର ଆୟୋଜନ ଜାନୁଆରୀ 13ରୁ 18 ଯାଏଁ ଦିଲ୍ଲୀରେ ଚାଲିବ । ଦୁଇ ବର୍ଷ କୋରୋନା ଯୋଗୁଁ ଏହି ସୋ ପୋଷ୍ଟଫର୍ମ ହେବା ପରେ ଚଳିତ ବର୍ଷ ଏହା ଆୟୋଜିତ ହେବାକୁ ଯାଉଛି । ଯାହା ପରେ ପ୍ରତିଟି ବାଇକ ଓ କ୍ୟାବ ଲଭରଙ୍କ ନଜର ।

ଏଥିରେ ପୁଣି ଥରେ ଚିକମିକ କରୁଥିବା ବିଭିନ୍ନ କାର, ବାଇକ ଓ ଇଲେକ୍ଟ୍ରି ଭେକୀଲ ଦେଖିବାକୁ ମିଳିବ । ଏହି ସେଲ୍ଫ ବାଲାନ୍ସିଂ ସ୍କୁଟରଟି ସବୁଠାରୁ ବଡ ସ୍ଵତନ୍ତ୍ରତା ହେଉଛି ଏଥିରେ କୌଣସି ଷ୍ଟାଣ୍ଡ ନାହି । ଚାଳକ ଗାଡି ରୁ ଓଲହାଇବା ପରେ ବି ଗାଡି ସେମିତି ଛିଡା ହୋଇ ରହିବ । ରାସ୍ତାରେ କୌଣସି ସ୍ଥାନରେ ଖାଲ ଖମା ଥିଲେ ଏହା ନିଜେ ଆଡଯଷ୍ଟ କରିନେବ ।

ଏ ଯାଏଁ ଏହାର ମଲ୍ଟିପଲ ଫିଚର ବିଷୟରେ ଘୋଷଣା କରାଯାଇ ନ ଥିଲେ ବି ଏହି ସ୍କୁଟରରେ ନିୟୋରେଟ୍ରାସ ଟାଇଲ୍ସ ସହ LED ହେଡ ଲାଇଟ ସଂଯୋଗ କରାଯାଇଛି । ଏହି ଜ୍ଞାନ କୌଶଳକୁ ପ୍ରଥମେ ମହିନ୍ଦ୍ରାର ଡିୟୁରୋ ସ୍କୁଟରରେ ସଫଳତାର ସହ ପ୍ରୟୋଗ କରାଯାଇଛି । ମୁମ୍ବାଇ ବେସ ଲିଗଲ ମୋବିଲିଟି କମ୍ପାନୀ ପ୍ରତିଷ୍ଠା କରିଥିବା IIT ଗ୍ରାଜ୍ୟୁଏଟ ।

ଏହି ଦୁଇ ଯୁବକ ଦୀର୍ଘ ଦିନରୁ ଅଟୋ ବାଲାନ୍ସିଂ ଉପରେ ଗବେଷଣା କରି ଆସୁଛନ୍ତି । ତେବେ ଆଜିକା ଦିନରେ ଯେମିତି ସଡକ ଦୁର୍ଘଟଣା ଘଟୁଛି ତାକୁ ରୋକିବାକୁ ଏପରି ଏକ ସେଲ୍ଫ ବାଲାନ୍ସିଂ ସ୍କୁଟର ର ପରିକଳ୍ପନା କରିଥିଲେ ।

ଯାହାକୁ ସାକାର ରୁପ ଦେଇଛନ୍ତି ଏହି ଦୁଇ ଯୁବକ । ଏହି ସ୍କୁଟରକୁ କେହି ହାଲକା ଧକ୍କା ଦେଲେ ବି ନ ପଡି ନିଜକୁ ଆଡଜଷ୍ଟ କରିବ । ବନ୍ଧୁଗଣ ଆପଣ କର ଏହି ସ୍କୁଟର ର ଫିଚର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *