ଦେଖନ୍ତୁ ମାଙ୍କଡ଼ ଓ ମଣିଷର ଅନାବିଳ ପ୍ରେମ, ଦୁଇ ମାଙ୍କଡ ଏହି ବୃଦ୍ଧଙ୍କ ପାଇଁ ଯାହା କରୁଛନ୍ତି ଦେଖି ଆଖିରେ ଆସିଯିବ ଲୁହ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପରିଣତ ବୟସରେ ଦୁଇ ମାଙ୍କଡ ସାଜିଛନ୍ତି ସାହାରା । ମଣିଷ ଓ ପଶୁ ମଧ୍ୟରେ ରହିଛି ଅନାବିଳ ପ୍ରେମ । କେହି କାହାକୁ ଘଡିଏ ନ ଦେଖିଲେ ରହି ପାରିବେନି । ଖା କହିଲେ ଖାଉଛି ଆ କହିଲେ ପାଖରେ ଆସି ବସୁଛି । ବୃଦ୍ଧଙ୍କର ପ୍ରତି ଟି ଇସାରାକୁ ବୁଝି ଯାଉଛନ୍ତି ଦୁଇ ମାଙ୍କଡ । ଏବେ ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖସରି ସରପ୍ରଦ ଗାଁ ର ଲାଡୁ ତରିଆ । ସ୍ତ୍ରୀ ଚାଲିଯିବା ପରେ କେହି ନିଜର ନ ଥିବାରୁ ଏଣେତେଣେ ବୁଲୁଥିଲେ । ଦୁଇ ମାଙ୍କଡକୁ ପାଇ ତାଙ୍କର ଲାଳନପାଳନ କରୁଛନ୍ତି । ଲାଡୁ ମଉସା ସ୍ନେହରେ ଦୁଇ ମାଙ୍କଡଙ୍କ ନାଁ ଦେଇଛନ୍ତି ରାମୁ ଓ ଶାନ୍ତି ।

ସେଥିପାଇଁ ଲାଡୁ ମଉସାଙ୍କୁ ଛାଡି କୁଆଡେ ଯାଆନ୍ତି ନାହି ମାଙ୍କଡ । ଯଦି କେବେ ଲାଡୁ ମଉସାଙ୍କର ଦେହ ଖରାପ ହୁଏ ପାଖ ପଡୋଶିଙ୍କୁ ଡାକୁ ଆଣି ମଉସାଙ୍କ ଯତ୍ନ ନେବାକୁ ଇସାରାରେ ଅନୁରୋଧ କରନ୍ତି । ସତେ ଯେପରି ବୃଦ୍ଧ ମଉସାଙ୍କ ମାଙ୍କଡ ଦୁଇଟି ତାଙ୍କର ପିଲା ଛୁଆ । ନାଁ ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନାଁ ଅଛି ରାଶନ କାର୍ଡ ଓ ସରକାରଙ୍କ ଅନ୍ଯାନ୍ଯ ସୁବିଧା ।

ନିଜର କେହି ନ ଥିବା ବେଳେ ଏହି ମାଙ୍କଡ ଦୁଇଟି ସାଜିଛନ୍ତି ଆଶାର ବାଡି । ଘର ଘର ବୁଲି ନିଜର ପେଟ ପୋସୁଛନ୍ତି । ଲୋକେ ଆଗ୍ରହ କରି ମାଙ୍କଡ ଦେଖି କିଏ ଚାଉଳ ମୁଠାଏ ତ କିଏ ପନିପରିବା ଦିଅନ୍ତୁ । ସେଥିରେ ଚାଲି ଯାଆନ୍ତି ଲାଡୁ ମଉସା । ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସରକାରଙ୍କ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ନିଜେ ଲାଡୁ ମଉସା ।

ତେବେ ଲାଡୁ ମଉସା କହିଛନ୍ତି ସରକାର ତାଙ୍କର ଦୁଖ ଟିକେ ବୁଝନ୍ତୁ ଆଉ ରହିବା ପାଇଁ ଘର ଆଉ ରାଶନ ଆଉ ଭତ୍ତା ଦେଲେ ସେ ବହୁତ ଉପକୃତ ହେବେ । ତେବେ ମା ଯେପରି ଛୁଆର ମନ କଥା ବୁଝି ତାର ସବୁ ଅଳି ଅଝଟ ସହିପାରେ ଠିକ ସେମିତି ଲାଡୁ ମଉସା ମଧ୍ୟ ମାଙ୍କଡ ଦୁଇଟିର ମନ କଥା ବୁଝିଥାନ୍ତି । ଆଉ ମାଙ୍କଡ ମଧ୍ୟ ଲାଡୁ ମଉସାଙ୍କର ସବୁ ଇସାରା ବୁଝି ପାରିଥାନ୍ତି ।

ତେବେ ସମାଜସେବୀ ଜଣକ କହିଛନ୍ତି ଲାଡୁ ମଉସାଙ୍କର ରାଶନ କାର୍ଡ ପାଇଁ ଆପ୍ଳାଏ କରା ଯାଇଛି । ବାସ୍ତବିକ ଆଜିର ସ୍ଵାର୍ଥପର ଦୁନିଆରେ ଏମିତି କିଛି ଦୃଶ୍ୟ ସାମ୍ନା କୁ ଆସୁଛି ଯାହା ସ୍ନେହ ପ୍ରେମ ଓ ନିସ୍ଵାର୍ଥପର ହଲ ପାଇବାର ବାର୍ତ୍ତା ଦେଉଛି । ଲାଡୁ ମଉସା ମାଙ୍କଡ ଦୁଇଟିର ଏପରି ଭାବେ ଲାଳନପାଳନ କରୁଛନ୍ତି ସତେ ଯେପରି ସେ ତାଙ୍କର କୁଇ ଛୁଆ ଭଳି ।

ସତରେ ଆଜିର ଏ ସ୍ଵାର୍ଥପର ଦୁନିଆରେ ଏଭଳି ନିଆରା ମଣିଷ ମିଳିବା ବହୁତ କଷ୍ଟକର ପାଠ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ମଣିଷ ଓ ମାଙ୍କଡ ରେ ଏହି ଅନାବିଳ ପ୍ରେମ ଆଉ ସ୍ନେହ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *