ଦେଖନ୍ତୁ କେମିତି Pintuଙ୍କ ସାହାଯ୍ୟ ପାଇଁ ବିମାନ ବନ୍ଦର ରାସ୍ତାରେ ଭିକ ମାଗୁଛନ୍ତି ଯାତ୍ରା କଳାକାର Rani

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସାରା ଓଡିଆ ଇଣ୍ଡଷ୍ଟ୍ରି ରେ ଛାଇ ଯାଇଛି ଦୁଖର ବାଦଲ । କାରଣ ଓଲିଉଡ ଜଗତର ଲୋକପ୍ରିୟ କଳାକାର ତଥା ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ହୋଇ ପଡିଛି । ସୂଚନା ଅନୁଯାୟୀ ପିଣ୍ଟୁ ନନ୍ଦ ଙ୍କୁ ଲିଭର ଶିରୋଷିଆ ନାମକ ରୋଗ ହୋଇଛି ଯାହା ପାଇଁ ତାଙ୍କର ଲିଭର ଟ୍ରାନ୍ସ ପ୍ଳାଣ୍ଟ କରିବା ନିହାତି ଜରୁରୀ ହୋଇ ପଡିଛି । କିନ୍ତୁ ଏଥିରେ ଅର୍ଥ ବାଧକ ସାଜିଛି ।

ତେବେ ପିଣ୍ଟୁ ଙ୍କ ପରିବାର ଓ ଓଡିଆ ସିନେ ଆସୋସିଏନ ତରଫରୁ ପିଣ୍ଟୁ ଙ୍କୁ ଆର୍ଥିକ ସାହାଜ୍ଯ କରିବା ଲଗାଇ ସାରା ଓଡିଆ ବାସୀ ଙ୍କୁ ଅନୁରୋଧ କରା ଯାଇଛି ଗଣମାଧ୍ୟମ ଜରିଆରେ । ତେବେ ଏହାରି ମଧ୍ୟ ପିଣ୍ଟୁ ଙ୍କୁ ସାହାଜ୍ୟ କରିବା ପାଇଁ ଅନେକ କଳାକାର ଓ ସହୃଦୟ ବ୍ୟକ୍ତି ମାନେ ଆଗେଇ ଆସିଛନ୍ତି । ତେବେ ଏହାରି ଭିତରେ ଆଉ ଏକ ଖବର ଆସି ପହଞ୍ଚି । ଯାହା ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତୁ ଜଣାଇବା ପିଣ୍ଟୁ ନନ୍ଦ ଙ୍କ ପାଇଁ ଏମିତି ଜଣେ ଅଭିନେତ୍ରୀ କଣ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଭାଇରାଲ ହୋଇଥିବା ଭିଡିଓ ରେ ଅଭିନେତ୍ରୀ ରାନୀ ପ୍ରିୟ ଦର୍ଶିନୀ ଙ୍କୁ ଭିକ ମାଗିବାର ଦେଖିବାକୁ ମିଳିଛି ।

କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ ଅଟେ । ଆପଣ ମାନେ ଯାତ୍ରୀ ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଯାତ୍ରା ରେ ଖୁବ ସୁନ୍ଦର ଓ ଚମତ୍କାର ଅଭିନୟ କରି ଲୋକଲୋଚନ କୁ ଆସିଛନ୍ତି । ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରୁଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ସାହୁ ।

ଟଙ୍କାଏ ଟଙ୍କାଏ କରି ସଂଗ୍ରହ ହୋଇଥିବା ପ୍ରାୟ 10 ହଜାର ରୁ ଅଧିକ ଅର୍ଥକୁ ଦିଲ୍ଲୀ ଯିବା ପୂର୍ବରୁ ପିଣ୍ଟୁଙ୍କୁ ଦେବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାନୀ । ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି  ଯାତ୍ରା କଳାକାର ରାନୀ ପ୍ରିୟଦର୍ଶନୀ ସାହୁ । ତେବେ ଅଭିନେତ୍ରୀ ରାନୀ ଭିକ ମାଗି ମାଗି ଏକ ଟଙ୍କାଏ ଲେଖାଏଁ ଯୋଗାଡ କରିବାରେ ସଫଳ ହୋଇ ପାରିଛନ୍ତି ଯାହା ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ରେ ଖର୍ଚ୍ଚ ହେବେ ।

ବର୍ତ୍ତମାନ ସମୟରେ ପିଣ୍ଟୁ ଆନନ୍ଦ ଙ୍କୁ ଦିଲ୍ଲୀ ପାଇଁ ନିଆ ଯାଇ ସାରିଛି ଆଉ ସେଠାରେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *