ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ରାଜ୍ୟରେ ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ଯାହା ପାଇଁ ତଳିଆ ଅଞ୍ଚଳରେ ଥିବା ଲୋକେ ନାହି ନ ଥିବା ଅସୁବିଧାର ସମୁଖିନ୍ନ ହେଉଛନ୍ତି । ତେବେ ଏହି ଭିଡିଓ ଉପରେ ଥରେ ନଜର ପକାନ୍ତୁ ଆଉ ଦେଖନ୍ତୁ ବନ୍ୟା ପାଣିରେ କିପରି ଭାସି ଯାଉଛି ବିଷାକ୍ତ ସାପ । ନଦୀ ବଢି ଯେତିକି ଚିନ୍ତା ବଢାଉଛି ଠିକ ସେତିକି ପାଣିରେ ଭାସୁଥିବା ବିଷାକ୍ତ ସାପ ତା ତହରୁ ଅଧିକ ବେସୀ ଡରାଇଲେଣି । ଘର ଦାଣ୍ଡ ଆଗରେ ବୁଲୁଛନ୍ତି ରଣା, ନାଗ, ବୋଡା ଭଳି ବିଷଧର ସାପ ମାନେ ।
ଏହି ଭିଡିଓ ରେ ଦେଖନ୍ତୁ କେମିତି ପାଣି ଉପରକୁ ମୁଣ୍ଡ ଦେଖାଇ ସାପ ଭାସି ଯାଉଛି । ବଢି ପାଣି ଆସିଲା ପରେ କେମିତି ରହିଛି ସ୍ଥିତି ଥରେ ନଜର ପକାନ୍ତୁ । ଥରେ ଚିନ୍ତା କରନ୍ତୁ ତ ଆପଣଙ୍କ ଘରେ ବର୍ଷା ପାଣି ପସିଛି ଆଉ ଘରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ଯାଏଁ ସମସ୍ତେ ଅଛନ୍ତି ଆଉ ସେହି ଗୋଳି ପାଣି ଭିତରେ ବିଷାକ୍ତ ସାପ ବି ଅଛି ।
ଏମିତି ରହିଥିବା ତଳିଆ ଅଞ୍ଚଳର ଲୋକଙ୍କର ଅବସ୍ଥା ଆପଣ ନିଶ୍ଚୟ ଅନୁମାନ କରି ପାରୁଥିବେ । ବଢି ପାଣି ଆସିବା ପରେ ଏମିତି ଭୟରେ ଜୀବନ ବିତୁଛି ଜୀବନ । ବଢି ପାଣି ଗାଁ ଗାଁ ରେ ପସିବାରୁ ଏବେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି । ଅନେକ ଦିନ ହେଲାଣି ବିଦ୍ୟୁତ ମଧ୍ୟ ନାହି ଗାଁ ଗାଁ ମାନଙ୍କରେ ।
ଘରେ ଘରେ ପାଣି ପସିଛି ଯାହା ପାଇଁ ଲୋକେ ନା ଠିକ ସେ ଖାଇବାକୁ ପାଉଛନ୍ତି ନା ପିଇବାକୁ ପାଣି ବୁନ୍ଦାଏ ଅଛି । ରନ୍ଧା ଚୁଲି ପାଣି ଭିତରେ ବୁଡିଛି ଆଉ ଶୋଇବା ଶେଯ ବି ପାଣିରେ ବୁଡିଛି । ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ଙ୍କ ଯାଏଁ ସବୁ ସେହି ଗୋଟେ ଘର ଭିତରେ ଦିନ ହେଉ କି ରାତି ସେହି ବିଷାକ୍ତ ସାପ ଆଉ କଙ୍କଡା, ବିଛା ଓ ଅନ୍ୟ ବିଷାକ୍ତ କୀଟ ଭୟରେ କବାଟ ବନ୍ଦ କରି ରଖୁଛନ୍ତି ।
ଯଦି ଏମିତି ବିପଦ ଜନକ ସମୟରେ ସାପ ବା ବିଛା ଜନିତ କୌଣସି ଦୁର୍ଘଟଣା ଘଟେ ତେବେ କଣ କରିବେ ଜାଣି ରଖନ୍ତୁ । ସାପ ବା ବିଛା ଉପରେ କୌଣସି ଆଘାତ ଲାଗିଲେ ସେମାନେ ଦଂଶନ କରିଥାନ୍ତି ବା ଆକ୍ରମଣ କରିଥାନ୍ତି । ତେଣୁ ଏହା ଉପରେ ଧ୍ୟାନ ରଖନ୍ତୁ । ଅଧିକ ସତର୍କ ପରେ ବି ଯଦି ଦଂଶନର ଶିକାର ହୁଅନ୍ତି ତେବେ ସ୍ଥିର ରହିବା ସହ ଶରୀରକୁ ସ୍ଥିର ରଖନ୍ତୁ ।
ଅଧିକ ବ୍ୟସ୍ତ ବା ବିବ୍ରତ ହୁଅନ୍ତୁ ନାହି । ଯେଉଁ ସ୍ଥାନକୁ ସାପ କାମୁଡିଛି ତଳକୁ ଝୁଲାଇ ରଖନ୍ତୁ ଯେମିତି ବିଷ ହୃଦୟକୁ ନ ପହଞ୍ଚେ । କାମୁଡିଥିବା ସ୍ଥାନକୁ ସାବୁନରେ ଧୋଇବା ପରେ ଯେଉଁ ଜାଗାରେ କାମୁଡିଛି ତା ଉପରକୁ ବାନ୍ଧି ଡାକ୍ତରଙ୍କ ପାଖକୁ ଯାଅନ୍ତୁ । ଅନ୍ଧବିଶ୍ଵାସ ବା ଗୁଣୀ ଗାରିଡି ଦ୍ଵାରା ପ୍ରଭାବିତ ହୁଅନ୍ତୁ ନାହି ଆଉ ମାନସିକ ସ୍ଥିତିକୁ ଦୃଢ ରଖନ୍ତୁ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।